ସାମ୍ନାକୁ ଆସିଲା ଅନର କିଲିଂ ମାମ-ଲା । ଝିଅକୁ ହ-ତ୍ୟା ପରେ ସୁଟ୍‌କେସରେ ଭର୍ତ୍ତିକରି ଫିଙ୍ଗିଥିଲେ ବାପା ଆଉ ଏଥିରେ ସହାର୍ଯ୍ୟ କରିଥିଲେ ମା ।

0

Get real time updates directly on you device, subscribe now.

ଉତ୍ତରପ୍ରଦେଶର ମଥୁରା ଜିଲ୍ଲାରେ ଗତ ସପ୍ତାହରେ ଯମୁନା ଏକ୍ସପ୍ରେସ୍‌ୱେ ନିକଟରୁ ଏକ ସୁଟ୍‌କେସରୁ ଜଣେ ମହିଳାଙ୍କ ମୃ-ତଦେ-ହ ମିଳିଥିଲା । ପୁଲିସ ଏହି ହ-ତ୍ୟା ମାମ-ଲାର ଦୋ-ଷୀକୁ ଗି-ରଫ କରିଛି । ହ-ତ୍ୟାର ଶି-କାର ହୋଇଥିବା ମହିଳାଙ୍କ ନାମ ହେଉଛି ଆୟୁଷୀ ଚୌଧୁରୀ । ୨୨ ବର୍ଷୀୟା ଆୟୁଷୀଙ୍କୁ ତାଙ୍କ ବାପା ହ-ତ୍ୟା କରିଛନ୍ତି । ପୁଲିସ ଅନୁଯାୟୀ ଏହା ହେଉଛି ଏକ ଅନର କିଲିଂ । ଆୟୁଷୀ ହେଉଛନ୍ତି ଦିଲ୍ଲୀ ବାସିନ୍ଦା ଏବଂ ସେ ବିସିଏ ଅଧ୍ୟୟନ କରୁଥିଲେ । ତାଙ୍କ ବାପା ନିତେଶ ଯାଦବ ତାଙ୍କୁ ହ-ତ୍ୟା କରିଛନ୍ତି ।

ଆୟୁଷୀ ତାଙ୍କ ବାପା ମା’ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କୁ କିଛି ନଜଣାଇ ଘର ଛାଡ଼ି ପଳାଇଥିଲେ । ସେ ଅନ୍ୟ ଜାତିର ଜଣେ ପୁରୁଷଙ୍କୁ ବିବାହ କରିଥିଲେ ବୋଲି ମଧ୍ୟ ଜଣା ପଡ଼ିଛି । ତେବେ ଏଥିରେ ରା-ଗି ଯାଇ ତାଙ୍କ ବାପା ତାଙ୍କୁ ତାଙ୍କୁ ହ-ତ୍ୟା କରିଛନ୍ତି । ନିତେଶ ଯାଦବ ଝିଅ ଆୟୁଷୀଙ୍କୁ ତାଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁ-କରୁ ଗୁ-ଳି ଚଳାଇ ମା-ରି ଦେଇଥିଲେ ଏବଂ ଏକ ସୁଟ୍‌କେସରେ ତାଙ୍କ ମୃ-ତଦେହ ପୂରାଇ ମଥୁରାରେ ଫିଙ୍ଗି ଦେଇଥିଲେ । ଆୟୁଷୀଙ୍କ ମୁଣ୍ଡ ଏବଂ ମୁହଁରେ କ୍ଷତ ଚିହ୍ନ ଥିଲା ।

ତେବେ ଆୟୁଷୀଙ୍କ ଘର ହେଉଛି ଉତ୍ତରପ୍ରଦେଶର ଗୋରଖପୁର‌ରେ । ତାଙ୍କ ବାପା ନିତେଶ ଯାଦବ ଦିଲ୍ଲୀରେ ଚାକିରି କରୁଥିଲେ । ସୂଚନାଯୋଗ୍ୟ ଆୟୁଷୀ ଅନ୍ୟ ଜାତିର ଜଣେ ଯୁବକଙ୍କୁ ଭଲ ପାଉଥିଲେ । କିଛି ଦିନ ତଳେ ସେ କାହାକୁ ନ ଜଣାଇ ଘର ଛାଡି ପଳାଇଥିଲେ ଏବଂ ବିବାହ କରି ନେଇଥିଲେ । ଏହାପରେ ନଭେମ୍ବର ୧୭ରେ ସେ ଘରକୁ ଫେରିବା ପରେ ଯୁବତୀଙ୍କ ବାପା ରାଗି ଯାଇ ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁ-କରୁ ତାଙ୍କୁ ଗୁ-ଳି କରି ହ-ତ୍ୟା କରିଥିଲେ ।

ମୃ-ତଦେ-ହକୁ ସୁଟକେସରେ ପ୍ୟାକ୍ କରି ଯମୁନା ଏକ୍ସପ୍ରେସୱେ ନିକଟରେ ଫିଙ୍ଗି ଦେଇଥିଲେ । ଏକଥା ମୃ-ତ ଯୁବତୀଙ୍କ ମାଆ ମଧ୍ୟ ଜାଣିଥିଲେ । ଏବଂ ଏଭଳି କାର୍ଯ୍ୟରେ ନୀତେଶଙ୍କୁ ପତ୍ନୀ ସାହାର୍ଯ୍ୟ ମଧ୍ୟ କରିଥିଲେ । ପୋ-ଲିସ ସୁଟ୍‌କେସ ଜ-ବତ କରିବା ପରେ ଯୁବତୀଙ୍କ ପୋଷ୍ଟର ସୋସିଆଲ ମିଡିଆରେ ଜାରି କରିଥିଲା । ସିସିଟିଭି ଫୁଟେଜ ଯା-ଞ୍ଚ କରିବା ସହ ଫୋନ ଟ୍ରେସିଂ କରିଥିଲା ।

ତେବେ ରବିବାର ସକାଳେ ଆୟୁଷୀଙ୍କ ମାଆ ଏବଂ ଭାଇ ଆସି ମୃ-ତଦେହ ଚିହ୍ନଟ କରିଥିଲେ । ତଦନ୍ତରୁ ବାପା ନୀତିଶ ହିଁ ଝିଅକୁ ହ-ତ୍ୟା କରିଥିବା ଜଣାପଡିବା ପରେ ପୋ-ଲିସ ତାଙ୍କୁ ଗି-ରଫ କରିଛି । ଅଭି-ଯୁକ୍ତ ନିଜର ଦୋ-ଷ ମଧ୍ୟ ସ୍ବୀକାର କରିଛି ।

Leave A Reply

Your email address will not be published.