କୁଆଡେ ଗଲା ଅର୍ଚ୍ଚନାଙ୍କ ଦାମୀ ଏଣ୍ଡେଭର, କିଏ କେଉଁଠି ଲୁ-ଚାଇଛି, ଲୁ-ଚାଇଥିବା ବ୍ୟକ୍ତି ବିରୋ-ଧରେ ହେବ କାର୍ଯ୍ୟାନୁଷ୍ଠାନ

0

Get real time updates directly on you device, subscribe now.

ଅର୍ଚ୍ଚନା ମାମ-ଲାରେ ଦିନକୁ ଦିନ ଅନେକ ତଥ୍ୟ ଖୁଲାସା ହେଉଛି । ଅର୍ଚ୍ଚନା, ଜଗବନ୍ଧୁ ଏବଂ ଖଗେଶ୍ବର ଗି-ରଫ ହୋଇସାରିଛନ୍ତି ଏବଂ ସେମାନଙ୍କ କଳା କାର-ନାମାର ଅନେକ ଗୁମର ମଧ୍ୟ ଫିଟୁଛି । ତେବେ ବର୍ତ୍ତମାନ ସାମ୍ନାକୁ ଗୋଟିଏ ବଡ ପ୍ରଶ୍ନ ଆସୁଛି ଯେ ଅର୍ଚ୍ଚନାଙ୍କ ଦାମୀ ଏଣ୍ଡେଭର ଗଲା କୁଆଡେ ? କିଏ କେଉଁଠି ଲୁଚା-ଇଛି ? ତେବେ ଲୁଚା-ଇଥିବା ବ୍ୟକ୍ତି ବିରୋ-ଧରେ ହେବ କାର୍ଯ୍ୟାନୁଷ୍ଠାନ ।

କେବଳ ଗାଡ଼ି ନୁହେଁ ବରଂ ଅନେକ ସାମଗ୍ରୀର କୌଣସି ପତ୍ତା ମିଳୁନି । ପ୍ରମାଣ ନ-ଷ୍ଟ ପାଇଁ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁକୁ ଯଥେଷ୍ଟ ସମୟ ମିଳିଥିଲା । ତେବେ ଏହା ମଧ୍ୟ ପ୍ରଶ୍ନ ରହିଛି ଯେ ଅର୍ଚ୍ଚନା ନାଗଙ୍କୁ କିଏ ଏଣ୍ଡେଭର ଦେଇଥିଲା । ପ୍ରାୟ 40 ଲକ୍ଷ ଟଙ୍କାର ଏହି ଦାମୀ କାର ଉପରେ ଏବେ ଇଡିର ନଜର ରହିଛି । କୁହାଯାଉଛି ଯେ ଜଣେ ବିଧାୟକ ଅର୍ଚ୍ଚନାଙ୍କୁ ଏହି ଗାଡ଼ି ଦେଇଥିଲେ । କିନ୍ତୁ ଅର୍ଚ୍ଚନା ଗି-ରଫ ହେବା ପରଠୁ ଏହି କାରକୁ ନେଇ ଯାଇଥିଲେ । କାହିଁକି ନା ଗାଡ଼ିଟିକୁ କୁଆଡେ ଏହି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କ ନାଁରେ ଥିଲା ।

ଅର୍ଚ୍ଚନା ଗି-ରଫ ହେବା ପରଠାରୁ ଅନେକ ପ୍ରମାଣ ନଷ୍ଟ କରାଯାଇଛି । ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ଅଧିକ ସମୟ ଦିଆଯାଇଥିଲା । ଜଗବନ୍ଧୁ ପ୍ରାୟ 15 ଦିନ ସମୟ ପାଇଥିଲେ । ଏହି ସମୟ ମଧ୍ୟରେ ଅନେକ କିଛି ରଫା ଦଫା ହୋଇଛି । ସେପଟେ ଯିଏ କାର ଲୁଚାଇ ରଖିଛି, ତା ବିରୋ-ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଇଡି କୋର୍ଟର ଦ୍ୱାରସ୍ଥ ହେବ । କିଏ ନେଲା ଆଉ କୁଆଡେ ଗଲା, ସେ ସମ୍ପର୍କରେ କାହା ପାଖରେ କୌଣସି ଖବର ନଥିବାରୁ ଏବେ ଇଡି ଅର୍ଚ୍ଚନାଙ୍କ ଏହି କାରକୁ ଖୋଜିବାକୁ ଯୋଜନା ପ୍ରସ୍ତୁତ କରୁଛି ।

ଏନଏଚଏଆଇକୁ ଏହି କାରର ଗତିବିଧି ସମ୍ପର୍କରେ ତଥ୍ୟ ମଧ୍ୟ ମଗାଯାଇଛି । ସେପଟେ ଏବେ ବି ଅର୍ଚ୍ଚନାଙ୍କ ମହିଳା ସହଯୋଗୀ ଗାଏବ ଅଛନ୍ତି । ସିନେମା ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲା-କମେ-ଲିଙ୍ଗ ମାମ-ଲାରେ ଅଭି-ଯୁକ୍ତ ଥିବା ଯୁବତୀ ଜଣକ ଘରକୁ ଯାଇ ଇଡି ତ-ଦନ୍ତ କରିଥିଲା । ହେଲେ ତାଙ୍କ ସମ୍ପ-ର୍କରେ ମଧ୍ୟ ସୂଚନା ମିଳିନି ।

Leave A Reply

Your email address will not be published.