ବିଶ୍ବକପ୍ ରେ ଇଂଲଣ୍ଡଠୁ ହାରିବାର କାରଣ କହିଲେ ଟିମ୍ ଇଣ୍ଡିଆ ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି।

0

Get real time updates directly on you device, subscribe now.

ସେମିଫାଇନାଲ ମ୍ୟାଚ ରେ ଭାରତ ଇଂଲଣ୍ଡ ଠାରୁ ହରାଇବାକୁ ନେଇ ବହୁ ଆଡୁ ଟିମ୍ ଇଂଡିଆ ସମାଲୋଚନା ର ଶିକାର ହେଇଆସୁଛନ୍ତି। ପୁର୍ବତନ କ୍ରିକେଟର ମାନେ ବହୁତ ସମାଲୋଚନା କରିବା ସହ ସେମାନେ ନିଜର ମତ ପ୍ରକାଶ କରିଛନ୍ତି।ଏହାପରେ ଏବେ ଭାରତ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଯାହାକୁ ସମସ୍ତେ କ୍ୟାପଟେନ କୁଲ ଭାବରେ ଜାଣିଥାନ୍ତି ସେ ଏହାକୁ ନେଇ ନିଜର ମତ ପ୍ରକାଶ କରିଛନ୍ତି

ସେ କହିଛନ୍ତି ଯେ ଏହି ୫ଟି ଭୁଲ ପାଇଁ ଟିମ୍ ଇଣ୍ଡିଆ ସେମିଫାଇନାଲ ରେ ହାରିଯାଇଛି।ସେ କହିବା କଥା ଯେ ଟିମ୍ ଇଂଡିଆ ଏହା ହାରିଯାଇନି ସେ ତା ଆଗରେ ଆଇନାକୁ ଦେଖିପାରିଛି ଯାହା ତାକୁ ବହୁପୂର୍ବରୁ ଦେଖିବାର ଥିଲା।ସେ କହିବା ଅନୁଯାୟୀ ପ୍ରଥମ ଭୁଲ ହେଲା ଟିମ୍ ଇଣ୍ଡିଆ ର ଓପେନିଂ ଯୋଡ଼ି ମାନେ ସବୁ ମ୍ୟାଚ ରେ ବିଫଳ ହେଲା।

କେଉଁ ମ୍ୟାଚରେ ବି ସେମାନେ ପାୱାର ପ୍ଲେ ରେ ଭଲ ପାର୍ଟନର ସିପ କରିପାରିନଥିଲେ ଯାହା ଟିମ୍ ଇଂଡିଆ ର ମିଡଲ ଅର୍ଡର୍ କୁ ରନ କରିବାରେ ସମସ୍ୟା ଉପୁଯାଉଥିବା ପରିଲକ୍ଷିତ ହୋଇଛି ଯାହାର କ୍ଷତି ଟିମ୍ ଇଂଡିଆ କୁ ଭୋଗିବାକୁ ପଡୁଛି।

ଧୋନିଙ୍କ କହିବା ଅନୁସାରେ ସେ କହୁଛନ୍ତି କି ସେ ରାହୁଲଙ୍କୁ ପଚାରୁଛନ୍ତି କି ସେ ଜାଣି ନଥିଲେ କି ସେ ସେମିଫାଇନାଲ ମ୍ୟାଚ ଖେଳୁଛନ୍ତି ବୋଲି।ଆଉ ରୋହିତ କଣ ଜାଣିନଥିଲେ କି ସେହି ମ୍ୟାଚ ରେ ତାଙ୍କୁ ଭଲ ସ୍କୋର କରିବାକୁ ପଡ଼ିବ ବୋଲି। ସେମାନଙ୍କ ଆଡୁ ଟିମ୍ ଇଂଡିଆ ଭଲ ପାଟନର୍ ସିପ ଆଶକରୁଥିଲ କିନ୍ତୁ ତାଙ୍କ ଦ୍ଵାରା ତାହା ହୋଇପାରିନଥିଲା।

ଯାହା ଦ୍ଵାରା ମିଡଲ୍ ଅର୍ଡର୍ ଉପରେ ଚାପ ସୃଷ୍ଟି ହୋଇଥିଲା ଯାହା ଦ୍ଵାରା ଟିମ୍ ର ସ୍କୋର ଆଶାନୁରୂପକ ହୋଇପାରିନଥିଲା।ଧୋନି ସୂର୍ଯ୍ୟ କୁମାରଙ୍କୁ କହିଛନ୍ତି ଯେ ,ସେ ଯଦି ସବୁ ମ୍ୟାଚ ରେ ଭଲ ଖେଳୁଛନ୍ତି ତାହେଲେ ଠିକ୍ ଅଛି କିନ୍ତୁ ଏହା ସେମିଫାଇନାଲ ମ୍ୟାଚ ହୋଇଥିବାରୁ ଏତରେ ଜୋସ ଅପେକ୍ଷା ହୋଶ ନିହାତି ଆବଶ୍ୟକ ,ସେ ଏଠାରେ ବେପରୁଆ ଶଟ ଖେଳି ନିଜର ୱିକେଟ ଦେଇଦେଇଥିଲ ଯାହା ଦ୍ଵାରା ଟିମ୍ ଇଣ୍ଡିଆ ର ମୂଳ ଦୁଆ ଭୁଷୁଡି ପଡ଼ିଥିଲା।ସେ ରିଶବ ଙ୍କୁ କହିଛନ୍ତି ଯେ ରିଷବ୍ ଙ୍କ ପାଖରେ ସେ ଦକ୍ଷତା ଥିଲା ଯେ ସେ ସ୍କୋର କୁ ୧୮୦ପାଖକୁ ନେଇଯିବା ର କିନ୍ତୁ ସେ ସେଥିରେ ସମର୍ଥ ହୋଇପାରିଲେ ନାହିଁ।

ଟିମ୍ ଇଂଡିଆ ର ବୋଲିଙ୍ଗ ବିଭାଗ ଉପରେ ଧୋନି କହିଛନ୍ତି ଯେ ଆଗ ମ୍ୟାଚ୍ ରେ ବୋଲିଙ୍ଗ ଠିକ୍ ଥିଲା କିନ୍ତୁ ସେମି ଫାଇନାଲରେ ଏହା ର ପ୍ରଦର୍ଶନ ଏତେ ଖରାପ ଥିଲା ଯେ ଇଂଲଣ୍ଡ ଇଂଡିଆ କୁ ୧୦ ୱିକେଟ ପରାସ୍ତ କରିଥିଲା।ଇଣ୍ଡିଆ କୁ ପାୱାର ପ୍ଲେ ମଧ୍ୟରେ କିଛି ୱିକେଟ ନେବାର ଥିଲା କିନ୍ତୁ ସେଥିରେ ଟିମ୍ ଇଣ୍ଡିଆ ଅସମର୍ଥ ହୋଇଥିଲା ଏମିତିକି ୧୦ଓଭର ପର୍ଯ୍ୟନ୍ତ କୌଣସି ୱିକେଟ ନେଇପାରୁନଥିବା ପରିଲକ୍ଷିତ ହୋଇଥିଲା ଯାହା ଇଣ୍ଡିଆ ର ପରାଜୟ ର ମୁଖ୍ୟ କାରଣ।

ଶେଷରେ ଧୋନି କହିଛନ୍ତି ଯେ ପୁରା ୱାର୍ଲ୍ଡକପ୍ ରେ ବୁମ୍ରାହ ଙ୍କ ଅନୁପସ୍ଥିତି କୌଣସି ଫରକ ପଡୁନଥିଲା କିନ୍ତୁ ଏଠାରେ ବୁମ୍ରାହ ଙ୍କ ଅନୁପସ୍ଥିତି ପରିଲକ୍ଷିତ ହୋଇଥିଲା।ସେ ଥିଲେ ଟିମ୍ ଇଣ୍ଡିଆ ର ବୋଲିଙ୍ଗ ର ମୂଳଦୁଆ ଭୁସୁଡ଼ିବାକୁ ପାଇଁ ଦେଇନଥାନ୍ତେ। ଏବଂ ଟିମ୍ ଇଣ୍ଡିଆ ର ବିଜୟ ସମ୍ଭାବନା ପରିଲକ୍ଷିତ ହେଇଥାନ୍ତା।

Leave A Reply

Your email address will not be published.