ଗିରଫ ହେଲେ ଦମ୍ପତ୍ତି,ନକଲି ସାର୍ଟିଫିକେଟ ଦେଇ ହାତେଇବାକୁ ବସିଥିଲେ ଅଙ୍ଗନବାଡ଼ି ଚାକିରୀ

0

Get real time updates directly on you device, subscribe now.

ସ୍ତ୍ରୀ କରିଥାନ୍ତା ଅଙ୍ଗନବାଡ଼ି ଚାକିରି, କିନ୍ତୁ ଅଧିକା ଚାଲାକ୍ ହେବାରୁ ସିଧା ଜେଲ ଚାଲିଗଲେ । ଖାଲି ସ୍ତ୍ରୀ ନୁହେଁ, ତା ସହିତ ସ୍ବାମୀ ମଧ୍ୟ ଜେଲ ଯାଇଛନ୍ତି । ତେବେ ସ୍ବାମୀ ସ୍ତ୍ରୀ ମିଶି ଯାହା କାରନାମା କରିଛନ୍ତି, ସେଥିପାଇଁ ଏବେ ମୁହଁ ଲୁଚାଇବାକୁ ବାଧ୍ୟ ହେଉଛନ୍ତି । ଆଉ ସରକାରି ଚାକିରି ନିଶା ଗୋଟେ ଥରରେ ଚାଲିଗଲା । ଏବେ ଦମ୍ପତ୍ତି ମୁହଁ ଲୁଚାଇବାକୁ ବାଧ୍ୟ ହେଉଛନ୍ତି ଏବଂ ପୋଲିସ ସେମାନଙ୍କୁ ଟାଣି ନେଇ ଗାଡିରେ ବସାଇ ଥାନାକୁ ନେଇଛି ।

ଆଜ୍ଞା ହଁ, ନକଲି ସାର୍ଟିଫିକେଟ ଦେଇ ଅଙ୍ଗନବାଡ଼ି କର୍ମୀ ଚାକିରି ହାତେଇବାକୁ ବସିଥିଲେ । ଆଉ ଏବେ ଧରା ପଡ଼ିବାରୁ ମୁହଁ ଲୁଚାଉଛନ୍ତି ଏବଂ ସ୍ବାମୀ ସ୍ତ୍ରୀ ଜେଲ ଯାଉଛନ୍ତି । ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ଗୁରୁଜଙ୍ଗୁଲି ଗାଁରେ ଏଭଳି କିଛି ଦେଖିବାକୁ ମିଳିଛି । ଗୁରୁଜଙ୍ଗୁଲି ଗାଁରେ ଅଙ୍ଗନବାଡ଼ି କର୍ମୀ ନିଯୁକ୍ତି ପାଇ ଗତ ଜୁନ ମାସ 22 ତାରିଖରେ କଙ୍କଡାହାଡ ଶିଶୁ ସମ୍ମାନିତ ବିକାଶ କାର୍ଯ୍ୟାଳୟ ପକ୍ଷରୁ ଏକ ନୋଟିସ ଜାରି ହୋଇଥିଲା ।

ଆଉ ଅଙ୍ଗନବାଡ଼ି କର୍ମୀ ପଦବୀ ପାଇଁ ଆବେଦନକାରୀ ମାନେ ଆବେଦନ କରିଥିଲେ । ଆଉ ସେ ଭିତରେ ଏହି ମହିଳା ଜଣକ ମଧ୍ୟ ଥିଲେ । ହେଲେ ଏସବୁ ଦଶମ ମାର୍କ ବେଶିସରେ ନିଆଯାଉଥିଲା । ଯାହାର ଅଧିକ ମାର୍କ ତାଙ୍କୁ ଚୟନ କରାଯାଉଥିଲା । ଆଉ ଏ ଭିତରେ ଅପରାଜିତା ସାହୁ ସିଲେକ୍ସନ୍ ହୋଇଥିଲେ । ଯାହାକୁ ନେଇ ଅନ୍ୟ ଆବେଦନକାରୀ ମାନେ ଦଶମ ସାର୍ଟିଫିକେଟ ଯାଞ୍ଚ୍ ହେଉ ବୋଲି ଦାବି କରିଥିଲେ । ତାପରେ ଦାବି ଅନୁଯାୟୀ, ଅପରାଜିତା ପଢିଥିବା ପଙ୍ଗାକୀରା ସରକାରୀ ଉଚ୍ଚ ବିଦ୍ୟାଳୟରେ ତାଙ୍କର ମାର୍କ ଲିଷ୍ଟ ଯାଞ୍ଚ୍ ହୋଇଥିଲା । ସେ ଫେକ ମାର୍କ ସିଟ ସାର୍ଟିଫିକେଟ ତିଆରି କରି ପଦବୀ ହାତେଇବାକୁ ଚେଷ୍ଟା କରିଥିବା ଧରା ପଡ଼ିଥିଲା ।

ଯାହାକୁ ନେଇ କଙ୍କଡାହାଡ ବ୍ଲକର ସିଡିପିଓ ଓପିଜିଟି ସଂଖ୍ୟା 856, ତାରିଖ 28/10/2022 ଅନୁଯାୟୀ, ଏକ ଅଭିଯୋଗ ଅପରାଜିତାଙ୍କ ନାମରେ ରେଜିଷ୍ଟର ହୋଇଥିଲା । ଆଉ ଏହାକୁ ଭିତ୍ତି କରି କଙ୍କଡାହାଡ ପୋଲିସ ଅପରାଜିତା ସାହୁ ଏବଂ ନକଲି ସାର୍ଟିଫିକେଟ ଯୋଗାଇଥିବା ସ୍ବାମୀ ବରୁଣ ସାହୁଙ୍କୁ ଗିରଫ କରିଛି । ତେବେ ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କଙ୍କଡାହାଡ ଥାନା ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଏହାକୁ ନେଇ ସିଲେକ୍ସନ କମିଟିର ଚେୟାରମେନ ସ୍ପଷ୍ଟ ଉକ୍ତି ରଖିନାହାନ୍ତି ।

Leave A Reply

Your email address will not be published.