ରାଜଧାନୀରେ ଅର୍ଚ୍ଚନା ନାଗଙ୍କ ପରେ ସାମ୍ନାକୁ ଆସିଲେ ଆଉ ଜଣେ ବ୍ଲାକମେଲର ପ୍ରୀତି ଦେଶାଇ,ପୁରୁଷଙ୍କ ଅନ୍ତବସ୍ତ୍ର ନେଇ ଲୁଟୁଥିଲେ ଲକ୍ଷାଧିକ ଟଙ୍କା

0

Get real time updates directly on you device, subscribe now.

ବନ୍ଧୁଗଣ ବର୍ତମାନ ସମୟରେ ସାମ୍ନାକୁ ଆସିଲେଣି ଆଉ ଜଣେ ଲେଡି ବ୍ଲାକମେଲର । ଅର୍ଚ୍ଚନା ନାଗଙ୍କ ପରେ ଏବେ ପ୍ରୀତି ଦେଶାଇ । ଭୁବନେଶ୍ୱରରୁ ପ୍ରୀତିଙ୍କୁ ବାନ୍ଧିଲା ରାଜସ୍ଥାନ ପୋଲିସ । ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ନିଜ ପ୍ରେମ ଜାଲରେ ଫସାଉଥିଲେ । ଲକ୍ଷାଧିକ ଟଙ୍କା ହଡ଼ପ କରି ମାରୁଥିଲେ ଚମ୍ପଟ । ପ୍ରୀତି ଦେଶାଇଙ୍କ ଘର ହେଉଛି କର୍ଣ୍ଣାଟକ ରାଜ୍ୟରେ । ନିଜକୁ ଉଚ୍ଚଶିକ୍ଷିତାର ପରିଚୟ ଦେଇ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଭଡ଼ା ଘରେ ରହୁଥିଲେ । ଜଣଙ୍କ ପରେ ଜଣଙ୍କୁ ନିଜ ପ୍ରେମ ଜାଲରେ ଫସାଇ ଚାଲିଥିଲେ ପ୍ରୀତି ।

ରାଜସ୍ଥାନରେ ବ୍ୟବସାୟୀଙ୍କୁ ନିଜ ପ୍ରେମ ଜାଲରେ ଫସାଇ ଲୁଟି ନେଇଥିଲେ ଲକ୍ଷାଧିକ ଟଙ୍କା । ଏହାପରେ କର୍ଣ୍ଣାଟକର ଜଣେ କପଡ଼ା ବ୍ୟବସାୟୀଙ୍କୁ ଫସାଇଥିଲେ । ପ୍ରୀତିଙ୍କ ବ୍ଲାକମେଲ୍‌ରେ ଏତେ ଅତିଷ୍ଠ ହୋଇପଡିଲେ ଯେ, ଶେଷରେ ବ୍ୟବସାୟୀ ନିଜ ଜୀବନ ହାରି ଦେଇଥିବା ଅଭିଯୋଗ ହୋଇଛି । ରାଜସ୍ଥାନ ଠକେଇ ମାମଲାରେ କୋଟୱାଲି ଥାନାରେ ମାମଲା ରୁଜୁ ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଏହାପରେ ପୋଲିସ ପ୍ରୀତିକୁ ଗିରଫ କରି ରାଜସ୍ଥାନକୁ ନେଇଛି ।

ତେବେ ବନ୍ଧୁଗଣ ଅର୍ଚ୍ଚନା ନାଗଙ୍କୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ପୁଲିସ୍‌ ହାତରେ ପଡ଼ିଛନ୍ତି ଆଉ ଜଣେ ଲେଡି ବ୍ଲାକମେଲର । ତେବେ ଶନିବାର ତାଙ୍କୁ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ଗିରଫ କରିଛି ରାଜସ୍ଥାନ ପୁଲିସ୍‌ । ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ସହାୟତାରେ ରାଜସ୍ଥାନ ପୁଲି ତାଙ୍କୁ ଗିରଫ କରି ନେଇଯାଇଛି । ପ୍ରୀତି ଦେଶାଇଙ୍କ ନାଁରେ ଭିନ୍ନ ଭିନ୍ନ ରାଜ୍ୟରେ ୩ଟି ମାମଲା ଥିବା ଜଣାପଡ଼ିଛି । ସବୁ ଗୁଡ଼ିକ ବ୍ଲାକମେଲିଂକୁ ନେଇ । ଅର୍ଥ ଉପାର୍ଜନ ପାଇଁ ସେ ଏହାକୁ କରି ନେଇଥିଲେ ମାଧ୍ୟମ ।

ତାଙ୍କ ଟାର୍ଗେଟରେ ଥିଲେ ଧନୀ ବ୍ୟବସାୟୀ । ସେ ସୋଶାଲ ମିଡିଆରେ ଧନୀ ବ୍ୟବସାୟୀଙ୍କ ସହିତ ବନ୍ଧୁତା କରୁଥିଲେ । ବେଶ୍ ଘନିଷ୍ଠ ହେବା ପରେ ପ୍ରେମ ନିବେଦନ କରୁଥିଲେ । ତା’ପରେ ବିବାହ କରୁଥିଲେ । ତେବେ ତାଙ୍କ ବିବାହ ପଛରେ ଥାଏ ଛଳନା । ସେ କେବଳ ଟଙ୍କା ଆଦାୟ କରିବା ପାଇଁ ବିବାହ କରୁଥିଲେ । ବିବାହ ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଉଠାଇ ତଥା ବିବାହ ପୂର୍ବରୁ ଭିଡିଓ କଲ୍ ବେଳେ ରଖିଥିବା ଫଟୋ ଆଦିକୁ ଭାଇରାଲ କରି ଦେବାର ଧମକ ଦେଇ ସେ ପତିମାନଙ୍କୁ କରୁଥିଲେ ବ୍ଲାକମେଲିଂ । ସେ ଦୁଷ୍କର୍ମ ମାମଲାରେ ଫସାଇ ଦେବେ ବୋଲି ମଧ୍ୟ ଧମକ ଦେଉଥିଲେ । ତେବେ ରାଜସ୍ଥାନର ଉକ୍ତ ବ୍ୟବସାୟୀ ଜଣଙ୍କ ୨୦୧୯ରୁ ପ୍ରୀତି ଦେଶାଇଙ୍କୁ ଖୋଜୁଥିଲେ ଆଉ ଏବେ ଧରାପଡିଛନ୍ତି ।

Leave A Reply

Your email address will not be published.