କେମିତି କେଉଁଠାରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲା ଖଗେଶ୍ୱର ପାତ୍ର ?

0

Get real time updates directly on you device, subscribe now.

ଅର୍ଚ୍ଚନା ନାଗଙ୍କ ସହଯୋଗୀଙ୍କୁ ଗି-ରଫ କରିବା ଘ-ଟଣା ଏବେ ସାମ୍ନାକୁ ଆସିବା ପରେ ଅର୍ଚ୍ଚନା ବିଷୟରେ ଏବେ ପୁଣିଥରେ ଅନେକ ତଥ୍ୟ ସାମ୍ନାକୁ ଆସିଛି । ଯେପରିକି ଅର୍ଚ୍ଚନା ଏବଂ ଖଗେଶ୍ୱରଙ୍କ ଭିତରେ କିଭଳି ସ-ମ୍ପର୍କ ରହିଥିଲା । ଆଉ ଅର୍ଚ୍ଚନା ଧନୀ ହେବା ସହ ଖଗେଶ୍ୱର ମଧ୍ୟ ଧନୀ ହୋଇ ଚାଲିଥିଲା । ଏସବୁ ଟଙ୍କା କେଉଁ କେଉଁ କାରବାରରୁ ଆସୁଥିଲା ?

ତେବେ ଖଗେଶ୍ୱର ଏବେ ଗି-ରଫ ହେବାପରେ ସବୁକଥା ସାମ୍ନାକୁ ଆସୁଛି । ତେବେ ସ୍ବାମୀ ଜଗବନ୍ଧୁ ଓ ଅର୍ଚ୍ଚନାଙ୍କ କାରବାର ଭିତରେ ଖଗେଶ୍ୱରର ମଧ୍ୟ ବଡ ଭୂମିକା ରହିଥିଲା । ଏବେ ଅର୍ଚ୍ଚନା ନାଗଙ୍କ ସଂସ୍ପର୍ଶରେ ଆସିବାପରେ ଖଗେଶ୍ୱର ନିଜ ବ୍ୟବସାୟର କାୟା ବିସ୍ତାର କରିଥିଲା । ତେବେ ଅର୍ଚ୍ଚନା, ଖଗେଶ୍ୱର ଓ ଜଗବନ୍ଧୁ ମିଶିଗଲା ପରେ ରାତିଦିନ ମିଶି ପ୍ଲାନ ପ୍ରସ୍ତୁତ କରୁଥିଲେ ଯେ କିପରି ଆହୁରି ଅଧିକରୁ ଅଧିକ ଟଙ୍କା ରୋଜଗାର ହୋଇପାରିବ ।

ସବୁ ବାଟକୁ ସେମାନେ ପରୀକ୍ଷା କରୁଥିଲେ । ସବୁ ବାଟ ଉପରେ ତିନିଜଣ ମିଶି ଚର୍ଚ୍ଚା କରୁଥିଲେ । ଆଉ ଖଗେଶ୍ବର ମଧ୍ୟ ଅଧିକରୁ ଅଧିକ ଟଙ୍କା କମାଇବା ପାଇଁ ଅର୍ଚ୍ଚନାଙ୍କ ସହ ସବୁବେଳେ ଯୋଗାଯୋଗରେ ରହୁଥିଲେ । ତେବେ 2017 ରେ ଅର୍ଚ୍ଚନା ଓ ଖଗେଶ୍ୱର ମଧ୍ୟରେ ବ୍ୟାଙ୍କ୍ ଜରିଆରେ ଏକ ବଡ ଆମାଉଣ୍ଟ କାରବାର ହୋଇଛି । ଯାହାକୁ ଇଡି ଦେଖି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି ।

ଆଜ୍ଞା ହଁ, ଯାହାକି ଖଗେଶ୍ବର ଏବେ ଗି-ରଫ ହେବାପରେ ଇଡି ଯା-ଞ୍ଚ୍ କରି ଏଭଳି ସବୁ ତଥ୍ୟ ପାଇଛି । ତେବେ ଏପରିକି ଅର୍ଚ୍ଚନାଙ୍କ ସହ ମିଶିବାପରେ ଖଗେଶ୍ବର ନିଜ ବେପାର କରୁଥିବା ସ୍ଥାନକୁ ମଧ୍ୟ ବଦଳାଇ ଦେଇଥିଲା । କାରଣ ଅଧିକରୁ ଅଧିକ ଟଙ୍କା ରୋଜଗାର କରିବାର ଥିଲା ।

ଗୋଟିଏ ଗ୍ୟାରେଜରୁ ସିଧା ସେକେଣ୍ଡ ହ୍ୟାଣ୍ଡ ଶୋ ରୁମ୍ କରିଥିଲା । ତେବେ ଏଠାରେ କହୀରଖୁଛୁ ଯେ ଇଡିର ପ୍ରାଥମିକ ଅନୁସ-ନ୍ଧାନରୁ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ସହ ଖଗେଶ୍ୱରଙ୍କ ବ୍ୟାଙ୍କ୍ କାରବାରର ଲି-ଙ୍କ ମିଳିଛି । 2017 ରୁ ବ୍ୟାଙ୍କ୍ କାରବାରର ଲିଙ୍କ ପ୍ରମାଣ ଏବେ ଇଡି ହାତରେ ଲାଗିଛି । ଗି-ରଫ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିମା-ଣ୍ଡରେ ଆଣିବ ।

ଗତକାଲି ଖଗେଶ୍ବରଙ୍କ ଘର ଓ ଶୋ ରୁମରେ ଇଡି ଚ-ଢ଼ାଉ କରିଥିଲା । ତେବେ ଖଗେଶ୍ବର ପାତ୍ରଙ୍କ ଭୁବନେଶ୍ୱରର ରସୁଲଗଡ଼ରେ ଥିବା ସୁପ୍ରିମୋ ଅଟୋ ମୋବାଇଲ ଉପରେ ଇଡି ରେଡ୍ କରିଥିଲା । ସେହି ଜାଗାରେ 2014 ରୁ 2019 ଯାଏଁ ଖଗେଶ୍ବର ପାତ୍ର ଶୋ ରୁମ୍ କରି ପୁରୁଣା ଗାଡ଼ି କାରବାର କରୁଥିଲା ।

ଆଉ ଏଠାରେ ବେପାର କରୁଥିବା ସମୟରେ 12 ରୁ 15 ହଜାର ଟଙ୍କା ଭଡ଼ା ଦେଉଥିଲା । କିନ୍ତୁ ଅର୍ଚ୍ଚନା ନାଗଙ୍କ ସଂସ୍ପର୍ଶରେ ଆସିବାପରେ ନିଜ ବ୍ୟବସାୟର କାୟା ମେଲାଇବା ପାଇଁ ଜାଗା ବଦଳାଇ ଦେଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଇଡି ଯା-ଞ୍ଚ୍ ଜାରି ରଖିଛି ।

Leave A Reply

Your email address will not be published.