ବାଲିଯାତ୍ରା ଦେଖିବା ହେଲା କାଳ, ବାଇକ୍ ଦୁର୍ଘଟଣାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ

0

Get real time updates directly on you device, subscribe now.

ବନ୍ଧୁଗଣ ଆପଣ ମାନେ ସମସ୍ତେ ବାଲିଯାତ୍ରା କଥା ତ ଜାଣିଥିବେ। କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ବେଶ କିଛିଦିନ ଧରି ବିଭିନ୍ନ ସ୍ଥାନରେ ବାଲିଯାତ୍ରା ଅନୁଷଠିତ ହୋଇଥାଇ। ସେହି ଭଳି ପାରାଦୀପ ରେ ଗୋଟେ ସ୍ଥାନରୁ ବାଲିଯାତ୍ରା ଦେଖି ଫେରୁଥିବା ସମୟରେ ବାଇକ୍ ଦୁର୍ଘଟଣାରେ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ସବୁ ଲୋକ ମେଳା ଯାତ୍ରା ଇତ୍ୟାଦିକୁ ବୁଲିବାକୁ ଯାନ୍ତି ନିଜର ମନରଞ୍ଜନ ପାଇଁ। କିନ୍ତୁ ଏହି ୨ ଯୁବକଙ୍କ ପାଇଁ ବାଲିଯାତ୍ରା ହିଁ ତାଙ୍କ ଜୀବନର ଶେଷ ଯାତ୍ରା ହୋଇଗଲା।

ଏହିଭଳି ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ମାର୍ଶାଘାଇ ଥାନା ଅର୍ନ୍ତଗତ ୫୩ ନମ୍ୱର୍ ଜାତୀୟ ରାଜପଥ ଜୟ ଚନ୍ଦ୍ରପୁର ଚକ ନିକଟରେ। ବିଳମ୍ବିତ ରାତିରେ ୨ ଯୁବକ ପାରାଦୀପ ବାଲିଯାତ୍ରା ଦେଖି ଘରକୁ ଫେରୁଥିଲେ କିନ୍ତୁ ଘରକୁ ଫେରିବା ରାସ୍ତାରେ ଏକ ଦୁର୍ଘଟଣାରେ ୨ ଜଣ ପ୍ରାଣ ହରାଇଛନ୍ତି। ରାତି ଅନେକ ହୋଇଯାଇଥିବା ଭାରସାମ୍ୟ ହରାଇ ଗାଡ଼ିଟି ଦୁର୍ଘଟଣା ଗ୍ରସ୍ତ ହୋଇଯାଇଛି।ଯାହା ଫଳରେ ଘଟଣା ସ୍ଥଳରେ ହିଁ ୨ ଜଣ ଙ୍କ ମୃତ୍ୟୁ ଘଟିଛି।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ଆମ୍ବୁଲେନ୍ସ ସାହାଯ୍ୟରେ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ପୋଲିସ ସୂଚନା ମୁତାବକ କରଞ୍ଜ ଗ୍ରାମର ୨ ଜଣ ଯୁବକ ଗତକାଲି ପାରାଦୀପ ର ବାଲିଯାତ୍ରା ଦେଖି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ରେ ପ୍ରାଣ ହରାଇଛନ୍ତି।ସେହି ୨ ଯୁବକ ହେଉଛନ୍ତି ଚତୁର୍ଭୁଜ ଦାସ ଓ ମହେନ୍ଦ୍ର ଶତପଥି । ପୋଲିସ ସବାବେବଛେଦ କରି ତାଙ୍କ ଘର ଲୋକଙ୍କୁ ହସ୍ତାନ୍ତର କରିଛି ।ଏହି ଘଟଣାକୁ ନେଇ ସାରା ଗାଁ ରେ ସୋକର ଛାୟା ଖେଳିଯାଇଛି।

ଦୁର୍ଘଟଣା କେତେବେଳେ କେଉଁ ସମୟରେ ଆସିବ କିଛି କହିବନି।କିନ୍ତୁ ଆମ୍ଭେମାନେ ସମସ୍ତେ ଗାଡ଼ି ଚଳାଇବା ବେଳେ ସଚେତନ ହୋଇ ଚଳାଇବା ଦରକାର। ସେ ୨ ଜଣ ଖୁସିରେ ଯାଇଥିଲେ ବାଲିଯାତ୍ରା ବୁଲିବାକୁ ହେଲେ କିଏ ଜାଣିଥିଲା ଏହି ବାଲିଯାତ୍ରା ହିଁ ତାଙ୍କ ଜୀବନର ଶେଷ ଯାତ୍ରା ହୋଇଯିବ। ଏହି ଘଟଣାକୁ ଶୁଣିବା ପରେ ପରିବାର ଲୋକ ନିଜକୁ ସମ୍ଭାଳି ପାରୁନାହାଁନ୍ତି।ଏପଟେ କରଞ୍ଜ ଗ୍ରାମରେ ଶୋକର କଳାବାଦଲ ଖେଳିଯାଇଛି।

Leave A Reply

Your email address will not be published.