ଭାରତୀୟ ଦଳ ଟି-୨୦ ବିଶ୍ୱକପ୍ : ପ୍ରେସରରେ ଆରମ୍ଭ ହୋଇଥିଲା କାହାଣୀ ପ୍ରେସରରେ ଶେଷ… ଏହିଭଳି ଭାବରେ ଭାରତୀୟ ଦଳ ହାତଛଡା କଲା ବିଶ୍ୱକପ୍

0

Get real time updates directly on you device, subscribe now.

ଅଷ୍ଟ୍ରେଲିଆ ମାଟିରେ ଖେଳାଯାଉଥିବା ଟି-୨୦ ବିଶ୍ୱକପ୍ ୨୦୨୨ ରେ ଭାରତୀୟ ଦଳର ଯାତ୍ରା ଶେଷ ହୋଇ ଯାଇଛି|ଗୁରୁବାର (୧୦ ନଭେମ୍ବର) ରେ ଏଡିଲେଡ ଓଭାଲରେ ଖେଳାଯାଇଥିବା ସେମିଫାଇନାଲରେ ଭାରତକୁ ଇଂଲଣ୍ଡ ୧୦ ୱିକେଟ ରେ ପରାସ୍ତ କରିଛି|ଫଳରେ ଭାରତର ବିଶ୍ୱକପ ବିଜୟ ସ୍ୱପ୍ନ ଧୂଳିସାତ ହୋଇଛି|୧୩ ନଭେମ୍ବର ଦିନ ମେଲବର୍ଣ୍ଣରେ ଫାଇନାଲରେ ଇଂଲଣ୍ଡ ସହ ପାକିସ୍ତାନ ହେବ|ପାକିସ୍ତାନ ପୂର୍ବରୁ ନ୍ୟୁଜିଲାଣ୍ଡ କୁ ୭ ୱିକେଟ ରେ ହରାଇଛି|

ଇଂଲଣ୍ଡ ବିରୁଦ୍ଧରେ ଭାରତୀୟ ଦଳ ପରାଜୟରେ କୈଣସି ଖେଳାଳିକୁ ଦୋଷାରୋପ ଠିକ ନୁହେଁ|ଭାରତୀୟ ଦଳ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରେସରରେ ଥିବା ଦେଖାଯାଇଥିଲା|ରୋହିତ ଶର୍ମା କହିଲେ ଦଳ ପ୍ରେସରରକୁ ସହ୍ୟ କରିପାରିଲା ନାହିଁ|ଟସ କଲାବେଳେ ମଧ୍ୟ ସେ ପ୍ରେସରରେ ଥିବା ଜଣା ପଡୁଥିଲେ|ଏଭଳି ମୁକାବିଲାରେ ଆରମ୍ଭ ରୁ ପ୍ରେସରରେ ଥିଲେ ଫଳରେ କଷ୍ଟକର ହୋଇଗଲା|

ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଙ୍ଗ ପାଇଁ ନିଷ୍ପତ୍ତି ନେଇଥିଲା|ଯେତେବେଳେ ଭାରତୀୟ ଦଳ ବ୍ୟାଟିଂ ପାଇଁ ଆସିଲା ରାହୁଲ – ରୋହିତ ଯୋଡି ପାୱାର ପ୍ଲେରେ ଜୋରରେ ରନ କରିବାର ଥିଲା କିନ୍ତୁ ଏମାନେ ୬ ଓଭରରେ ମାତ୍ର ୩୮ ରନ କରିଥିଲେ|ଏହି ସମୟରେ କେ ଏଲ୍ ରାହୁଲ ବି ୱିକେଟ ହୋଇଥିଲେ|

ରୋହିତ ଶର୍ମା ୨୮ ବଲରୁ ୨୭ ରନ କରିଥିଲେ ମାନେ ୧୦୦ ଷ୍ଟ୍ରାଇକ ରେଟରୁ ବି କମ୍ ଅଟେ|କୋହଲି ଭଲ ଷ୍ଟ୍ରାଇକ କରିଥିଲେ|ଭାରତ ୧୦ ଓଭରରେ ମାତ୍ର ୬୨ ରନ କରିଥିଲେ ଓ ପ୍ରେସରରେ ଥିବା ଦେଖାଯାଉଥିଲା|ସୂର୍ଯ୍ୟ ମଧ୍ୟ ଭଲ ପ୍ରଦର୍ଶନ କରିନଥିଲେ|

ଏହାପରେ ବିରାଟ ଓ ପାଣ୍ଡ୍ୟା ଭାର ସମ୍ଭାଳି ଥିଲେ|ହାର୍ଦ୍ଦିକ ୩୩ ଵଲରେ ୬୬ ରନ କରିଥିଲେ ଯେଉଁଥିରେ ୫ ଛକା ଓ ଚାରି ଚୈକା ଥିଲା|ଯଦି ସେ ଏହି ବିସ୍ପୋରକ ଇନିସ ଖେଳି ନଥାନ୍ତେ ତେବେ ଭାରତ ୧୬୮ ରନ କରି ପାରି ନଥାନ୍ତା|ବିରାଟ କୋହଲି ମାତ୍ର ୪୦ ବଲରୁ ୫୦ ରନ କରିଥିଲେ|

ଭାରତୀୟ ଦଳର ବୋଲିଙ୍ଗରେ ମଧ୍ୟ ଉତ୍ତମ ପ୍ରଦର୍ଶନ ହୋଇନଥିଲା ଫଳରେ ପ୍ରାରମ୍ଭିକ ୬ ଓଭରରେ ଇଂଲଣ୍ଡ ୬୩ ରନ କରିଥିଲେ|ଏହାପରେ ଭାରତ ପ୍ରତ୍ୟାବର୍ତ୍ତନ କରି ପାରିଥାନ୍ତେ କିନ୍ତୁ ଖେଳାଳିଙ୍କ ଜୋସ୍ ଓ ମନୋଭାବ ନଥିଲା|ବୋଲରେ ରନ ମାଡ ହେଲା ଓ ଫିଲିଡିଙ୍ଗ ରେ ମଧ୍ୟ ତାଳମେଳ ରହିଲା ନାହିଁ|ଉଦାହରଣ ସ୍ୱରୂପ ସାମି ଖରାପ ଫିଲଡିଙ୍ଗ ଯୋଗୁଁ ଗୋଟିଏ ଜାଗାରେ ୨ ରନ ପରିବର୍ତ୍ତେ ୪ ରନ ନେଇଥିଲେ|ଖରାପ ଫିଲଡିଙ୍ଗ ଓ ବିଫଳ ବୋଲିଙ୍ଗ ଫଳରେ ଇଂଲଣ୍ଡ ୨୬ ଓଭରରେ ବିଜୟ ହାସଲ କରିଥିଲେ|

Leave A Reply

Your email address will not be published.