ଅର୍ଚ୍ଚନା କେ-ସକୁ ନେଇ କ୍ୟାମେରା ସାମ୍ନାରେ ସମ୍ପୂର୍ଣ ନୀରବଦ୍ରଷ୍ଟା ଇଡି । ଏତେ ସବୁ ପ୍ରମାଣ ମିଳିଲା ପରେ ମଧ୍ୟ କାହିଁକି ଚୁପ୍ ରହିଛି ଇଡି ତାକୁ ନେଇ ଉଠିଲା ପ୍ରଶ୍ନ ।

0

Get real time updates directly on you device, subscribe now.

ଅର୍ଚ୍ଚନା ନାଗ ମାମ-ଲାରେ ଇଡିର ତନାଘନା । ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେ-ଶାଳୟ ଅର୍ଚ୍ଚନା ନାଗ ହନିଟ୍ରାପ୍ ମାମ-ଲାରେ ୮ଟି ସ୍ଥାନରେ ରେଡ୍ କରିଛି । ମନି ଲଣ୍ଡରିଂ ମାମ-ଲାର ତ-ଦନ୍ତ କରୁଥିବା ଇଡି ଅର୍ଚ୍ଚନାଙ୍କ କଳାହାଣ୍ଡି କେସିଙ୍ଗା ସ୍ଥିତ ପୈତୃକ ଘର ସହ ବାଲେଶ୍ୱର ଜଳେଶ୍ୱର ସ୍ଥିତ ଶାଶୂଘରେ ଚଢ଼ାଉ କରିଛି ।

ଅର୍ଚ୍ଚନାଙ୍କ ସତ୍ୟବିହାର ସ୍ଥିତ ବଙ୍ଗଳାରେ ମଧ୍ୟ ଛାପା ମା-ରିଛି ଇଡି । ପୋ-ଲିସ ଓ ସିଆରପିଏଫ୍ ଯବାନଙ୍କ ଉପସ୍ଥିତିରେ ରେଡ୍ ଚାଲିଛି । ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ସହଯୋଗୀ ଖଗେଶ୍ୱରଙ୍କ ବାଲିପାଟଣା ସ୍ଥିତ ଘରେ ଚଢ଼ାଉ ହୋଇଛି ।

ଅର୍ଚ୍ଚନା ନାଗ, ସ୍ୱାମୀ ଜଗବନ୍ଧୁ ଚାନ୍ଦ, ଖଗେଶ୍ୱର ପାତ୍ର ଓ ଶ୍ରଦ୍ଧାଞ୍ଜଳିଙ୍କ ବିରୋ-ଧରେ ମାମ-ଲା ରୁ-ଜୁ କରି ଇଡି ତ-ଦନ୍ତ କରୁଛି । ପ୍ରାଥମିକ ପର୍ଯ୍ୟାୟରେ ଇଡି ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟକୁ ତନ୍ନ ତନ୍ନ କରି ଯା-ଞ୍ଚ କରିବା ସହ ୩ ଜଣଙ୍କୁ ପଚ-ରାଉ-ଚରା ପାଇଁ ନୋଟିସ୍ କରିଥିବା ଜଣାପଡ଼ିଛି । ତେବେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟ ଯା-ଞ୍ଚ ବେଳେ ପ୍ରାୟ ସମସ୍ତ କାରବାର ନଗଦରେ ଦମ୍ପତି କରିଥିବା ଜାଣିବାକୁ ପାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ତେବେ ଅର୍ଚ୍ଚନାଙ୍କ ସହ ସମ୍ପୃକ୍ତ ଥିବା ଏକାଧିକ ବ୍ଯକ୍ତିଙ୍କ ତାଲିକା ଇଡି ପ୍ରସ୍ତୁତ କରିଥିବା ବେଳେ ଆଗକୁ କାହା ଘରେ ରେଡ୍ ହେବ ତାକୁ ନେଇ ଛନକା ପଶିଛି । ସୂଚନାଯୋଗ୍ୟ ଏବେ ଉଭୟ ଅର୍ଚ୍ଚନା ଓ ଜଗବନ୍ଧୁ ଗି-ରଫ ପରେ ଝାରପଡ଼ା ଜେ-ଲରେ ଅଛନ୍ତି । ବିଭିନ୍ନ ଦଳର ନେତାଙ୍କ ସହ ମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ହନିଟ୍ରାପରେ ଫସାଇ ଅର୍ଚ୍ଚନା ବ୍ଲା-କମେ-ଲିଂ କରି ଟଙ୍କା ଆଦାୟ କରି ୪ ବର୍ଷ ମଧ୍ୟରେ ୩୦ କୋଟି ଟଙ୍କାର ସମ୍ପତ୍ତି କରିଥିବା ଜଣା ପଡ଼ିଛି ।

ତେବେ ଅର୍ଚ୍ଚନା ଓ ଜଗବନ୍ଧୁ କାହାକୁ ବ୍ଲା-କମେ-ଲିଂ କରି କେତେ ଟଙ୍କା ଆଣିଥିଲେ, ମାଧ୍ୟମ କିଏ ଥିଲା ? ଏବେ ଏସବୁର ତ-ଦନ୍ତ କରୁଛି ଇଡି । କିନ୍ତୁ ଏହାରି ମଧ୍ୟରେ ଯାହା ଏକ ବିଷୟ ଚର୍ଚ୍ଚାର ପରିସର ଭିତରକୁ ଆସିଛି ତାହା ହେଉଛି ଏତେ ସବୁ ପ୍ରମାଣ ମିଳିବା ପରେ ମଧ୍ୟ ଚୁପ୍ କଣ ପାଇଁ ଇଡି ।

ବର୍ତମାନ ସମୟରେ ଇଡି ଅଧିକାରୀ ମାନେ ଅର୍ଚ୍ଚନା କେସ ସମ୍ବ-ନ୍ଧରେ ମିଳିଥିବା କୌଣସି ଲିଙ୍କ୍ ବିଷୟରେ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିବାକୁ ନାରାଜ । ତେବେ ଅନ୍ୟପଟେ ଇଡିର କାର୍ଯ୍ୟ ପ୍ରଣାଳୀକୁ କେବଳ ଆଖି ଦୃଷୀୟା କହୁଛନ୍ତି ଅନେକ ଲୋକ ।

କାରଣ ବର୍ତମାନ ଏସବୁ ଭିତରେ ଏତିକି ସମୟ ବିତି ସାରିଲାଣି ଯେଉଁଥିରେ କୌଣସି ଭି ଟେର ମିଳିବା ଅସମ୍ଭବ ହୋଇ ପଡ଼ିବ । ଏବେ ଦେଖିବାକୁ ବାକି ରହିଲା ଏଥିରେ ଇଡି ଆଉ କେଉଁ ନୂଆ ଦିଗ କାଢ଼ିପାରୁଛି ।

Leave A Reply

Your email address will not be published.