T-20 ବିଶ୍ୱକପରେ ପାକିସ୍ତାନ ପାଇଁ ସେମିଫାଇନାଲର ରାସ୍ତା ବନ୍ଦ ! ଜାଣନ୍ତୁ କେଉଁ କେଉଁ ଦଳକୁ ମିଳିବ ସେମିଫାଇନାଲ ଟିକେଟ।

0

Get real time updates directly on you device, subscribe now.

ବନ୍ଧୁଗଣ ଆପଣମାନେ ସବୁ ଜାଣିଥିବେ ଏବେ ଟି-20 ବିଶ୍ୱକପ ହେଉଛି ।କ୍ରୀଡା ପ୍ରେମୀ ମାନଙ୍କ ଆଗ୍ରହ କୁ ବୃଷ୍ଟିରେ ରଖି ଆମେ ଟି-20 ବିଶ୍ୱକପ ବିଷୟରେ କିଛି ରୋଚକ ତଥ୍ୟ ଆପଣମାନଙ୍କ ସାମ୍ନାକୁ ନେଇଆସିଛୁ । ସମସ୍ତଙ୍କୁ ଜଣ ଥିବା ପାକିସ୍ତାନ ର ଅବସ୍ଥା ଭାରତ ପାଖରୁ ପାକିସ୍ତାନ ପରାଜୟ ହୋଇଥିଲା ଏବେ ପୁଣି ନେଦରଲାଣ୍ଡ ବି ପାକିସ୍ତାନ କୁ ପରାସ୍ତ କରିଛି।ଏହି ପରାଜୟ ସଙ୍ଗେ ସଙ୍ଗେ ପାକିସ୍ତାନ ପାଇ ସେମିଫାଇନାଲ ର ରାସ୍ତା ବନ୍ଦ୍ ହୋଇଯାଇଛି। ଏବେ ଆସନ୍ତୁ ନଜର ପକେଇବା କେଉଁ ଦଳ ସେମିଫାଇନାଲ ଖେଳିବ। ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ବାଂଲାଦେଶକୁ ୧୦୪ ରନରେ ପରାସ୍ତ କରିଛି । ସେହିପରି ଟିମ୍ ଇଣ୍ଡିଆ ନେଦରଲ୍ୟାଣ୍ଡକୁ ୫୬ ରନରେ ପରାସ୍ତ କରିଛି । ସବୁଠାରୁ ବଡ଼ ଖବର ହେଉଛି ଜିମ୍ବାୱେ ଠାରୁ ପାକିସ୍ତାନର ପରାଜୟ ।

ଗତକାଲିର ମ୍ୟାଚରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିବା ପରେ ଟିମ୍ ଇଣ୍ଡିଆ ୪ ପଏଣ୍ଟ ସହ ଗ୍ରୁପ୍-୨ରେ ପ୍ରଥମ ସ୍ଥାନରେ ରହିଛି ।ଗତକାଲି ଅର୍ଥାତ ଅକ୍ଟୋବର ୨୮ରେ ଆଇସିସି ଟି -20 ବିଶ୍ୱକପ ୨୦୨୨ ରେ ୩ଟି ମ୍ୟାଚ୍ ଖେଳା ଯାଇଥିଲା । ଗତକାଲି ବଡ଼ ବଡ଼ ମ୍ୟାଚ୍ ଦେଖିବାକୁ ମିଳିଥିଲା । ଏଥର ମଧ୍ୟ ବଡ଼ ଉଲଟ ପାଲଟ ହୋଇଛି । ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ବାଂଲାଦେଶକୁ ୧୦୪ ରନରେ ପରାସ୍ତ କରିଛି । ସେହିପରି ଟିମ୍ ଇଣ୍ଡିଆ ନେଦରଲ୍ୟାଣ୍ଡକୁ ୫୬ ରନରେ ପରାସ୍ତ କରିଛି । ସବୁଠାରୁ ବଡ଼ ଉଲଟଫେର୍ ହେଉଛି ଜିମ୍ବାୱେ ଠାରୁ ପାକିସ୍ତାନର ପରାଜୟ । ଏହି ୩ ମ୍ୟାଚର ଫଳାଫଳ ପରେ ଟି-20 ବିଶ୍ୱକପ ୨୦୨୨ ପଏଣ୍ଟ ଟେବୁଲ ରେ ଅନେକ ଦ୍ୱନ୍ଦ୍ୱ ଦେଖାଦେଇଛି ।୪ ପଏଣ୍ଟ ସହ ଗ୍ରୁପ୍ -୨ ଶୀର୍ଷରେ ଟିମ୍ ଇଣ୍ଡିଆ ରହିଛି।

ଗତକାଲିର ମ୍ୟାଚରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିବା ପରେ ଟିମ୍ ଇଣ୍ଡିଆ ୪ ପଏଣ୍ଟ ସହ ଗ୍ରୁପ୍-୨ରେ ପ୍ରଥମ ସ୍ଥାନରେ ରହିଛି ।ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ୩ ପଏଣ୍ଟ ସହ ଗ୍ରୁପ୍-୨ରେ ଦ୍ୱିତୀୟ ସ୍ଥାନରେ ରହିଛି । ଜିମ୍ବାୱେ ଦଳ ତୃତୀୟ ସ୍ଥାନରେ ରହିଛି । ପାକିସ୍ତାନକୁ ପରାସ୍ତ କରିବା ପରେ ସେ ଏହି ସ୍ଥାନ ପାଇଛି ।ଦ୍ୱିତୀୟ ନମ୍ୱରରେ ଥିବା ଦକ୍ଷିଣ ଆଫ୍ରିକା ତୁଳନାରେ ଟିମ୍ ଇଣ୍ଡିଆର ନେଟ୍ ରନ୍ ରେଟ୍ ବହୁତ କମ୍ ରହିଛି । ଟିମ୍ ଇଣ୍ଡିଆର ନେଟ୍ ରନ୍ ରେଟ୍ +1.425 ଥିବାବେଳେ ଦକ୍ଷିଣ ଆଫ୍ରିକାର ନେଟ୍ ରନ୍ ରେଟ୍ +5.200 ଏବଂ ଜିମ୍ବାୱେର ନେଟ୍ ରନ୍ ରେଟ୍ +0.050 ରହିଛି ।

ଏହା ବ୍ୟତୀତ ବାଂଲାଦେଶ, ପାକିସ୍ଥାନ ଏବଂ ନେଦରଲ୍ୟାଣ୍ଡର ନେଟ୍ ରନ୍ ରେଟ୍ ମାଇନସରେ ଅଛି ।ଗ୍ରୁପ୍- ୧ର ସେମିଫାଇନାଲ ପାଇଁ ୫ଟି ଦଳ ମଧ୍ୟରେ କଡ଼ା ମୁକାବିଲା ରହିଛି ।ନ୍ୟୁଜିଲ୍ୟାଣ୍ଡ ୨ ମ୍ୟାଚରୁ ୩ ପଏଣ୍ଟ ସହ ଗ୍ରୁପ୍ -୧ ରେ ଟପରେ ରହିଛି । ଏହା ବ୍ୟତୀତ ଶ୍ରୀଲଙ୍କା ଦ୍ୱିତୀୟ, ଇଂଲଣ୍ଡ ତୃତୀୟ, ଆୟର୍ଲାଣ୍ଡ ଚତୁର୍ଥ, ଅଷ୍ଟ୍ରେଲିଆ ପଞ୍ଚମ ଏବଂ ଆଫଗାନିସ୍ତାନ ଷଷ୍ଠ ସ୍ଥାନରେ ରହିଛି। ସୂଚନାଯୋଗ୍ୟ, ଉଭୟ ଗ୍ରୁପରେ ୬-୬ଟି ଦଳ ଅଛନ୍ତି, ସେଥିମଧ୍ୟରୁ ୨-୨ ଅର୍ଥାତ୍ ମୋଟ ୪ଟି ଦଳ ସେମିଫାଇନାଲରେ ପ୍ରବେଶ କରିବେ । ସୁପର-୧୨ ପର୍ଯ୍ୟାୟରୁ ନିଜ ନିଜ ଗ୍ରୁପରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଥିବା ଦଳ ସେମିଫାଇନାଲକୁ ଯିବ । ଅନ୍ୟ ସମସ୍ତ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିବେ ।

Leave A Reply

Your email address will not be published.