ଆଜିଠାରୁ ବଦଳିଲା ଟ୍ରାଫିକ ନିୟମ, କ୍ୟାବ ବାଲା ରାଇଡ୍ କ୍ୟାନସେଲ କଲେ ଲାଗିବ 500 ଟଙ୍କାର ଜୋରିମାନା

0

Get real time updates directly on you device, subscribe now.

Tamil Nadu Traffic Rules: ତାମିଲନାଡୁରେ ଅକ୍ଟୋବର 28 ତାରିଖରୁ ଟ୍ରାଫିକ ନିୟମରେ ପରିବର୍ତ୍ତନ ହେଉଛି । ଏହି ପରିବର୍ତ୍ତନ ରାଜ୍ୟରେ କ୍ୟାବ ଏବଂ ଅଟୋ ଡ୍ରାଇଭରଙ୍କ ମନ ଇଚ୍ଛା ଗାଡି ଚଳାଇବା ଉପରେ ଲଗାମ ଲଗାଇବା ପାଇଁ କରାଯାଇଛି । ବର୍ତ୍ତମାନ କ୍ୟାବ କିମ୍ବା ଅଟୋ ବାଲା ଯାତ୍ରୀମାନଙ୍କ ରାଇଡ କ୍ୟାନସେଲ କରିପାରିବେ ନାହିଁ ଏବଂ ଯଦି କେହି ଏପରି କରେ, ତେବେ ତାକୁ 50 ଟଙ୍କାରୁ ନେଇ 500 ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଭରିବାକୁ ପଡିପାରେ । ତାମିଲନାଡୁ ସରକାରଙ୍କ ତରଫରୁ ଟ୍ରାଫିକ ନିୟମରେ କରାଯାଇଥିବା ଏହି ପରିବର୍ତ୍ତନ ସେହି ଲୋକଙ୍କ ପାଇଁ ବହୁତ୍ ଲାଭଦାୟକ ହେବାକୁ ଯାଉଛି, ଯେଉଁମାନେ ଅଧିକାଂଶ କ୍ୟାବ କିମ୍ବା ଅଟୋରେ ଯାତ୍ରା କରନ୍ତି ।

50 ଟଙ୍କାରୁ ନେଇ 500 ଟଙ୍କା ପର୍ଯ୍ୟନ୍ତ ଜୋରିମାନା :-

ମିଡ଼ିଆ ରିପୋର୍ଟ୍ ଅନୁଯାୟୀ, ବହୁତ୍ ସମୟରୁ ଏପରି ମାମଲା ସାମ୍ନାକୁ ଆସୁଥିଲା, ଯେଉଁଥିରେ କୁହାଯାଉଥିଲା ଯେ କ୍ୟାବ ଡ୍ରାଇଭର ବୁକ୍ କରାଯାଇଥିବା ରାଇଡକୁ ଶେଷ ସମୟରେ କ୍ୟାନସେଲ କରି ଦେଉଥିଲେ କିମ୍ବା ଯାତ୍ରୀମାନଙ୍କୁ ନେଇଯିବାରେ ଅସୁବିଧା ସୃଷ୍ଟି କରନ୍ତି । ଏପରି ମାମଲାକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ନୂତନ ନିୟମ ନେଇ ଆସିଲେ ଯେ ଯଦି କ୍ୟାବ କିମ୍ବା ଅଟୋ ବାଲା ଯାତ୍ରୀଙ୍କୁ ନେଇଯିବାକୁ ମନା କରନ୍ତି, ତେବେ ସେମାନଙ୍କ ଉପରେ 50 ଟଙ୍କାରୁ ନେଇ 500 ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲାଗିବ । ଏହାଦ୍ବାରା ବର୍ତ୍ତମାନ ଯାତ୍ରୀମାନେ ଅଟୋ-କ୍ୟାବ ଦ୍ୱାରା ଯାତ୍ରା କରିପାରିବେ ।

କଣ ରହିଛି ନିୟମ ?

ରିପୋର୍ଟ ଅନୁଯାୟୀ, ବାଇକ୍ ଚଲାଇବା ସମୟରେ ମୋବାଇଲ୍, ଟ୍ୟାବ୍, ମ୍ୟୁଜିକ୍ ପ୍ଲେୟର ବ୍ୟବହାର କଲେ 1000 ଟଙ୍କାର ଜୋରିମାନା ଲାଗିଥାଏ । ପ୍ରଥମ ଜରିମାନା ପରେ ଯଦି ପୁନର୍ବାର ଏପରି କାର୍ଯ୍ୟ କରିବା ସମୟରେ ଧରାଯାଏ, ତେବେ ଜରିମାନା ପରିମାଣ 10 ଗୁଣ ଅର୍ଥାତ୍ 10,000 ଟଙ୍କା ଦେବାକୁ ପଡିପାରେ । ଏହା ବ୍ୟତୀତ ବିନା ଲାଇସେନ୍ସରେ ଗାଡି ଚଳାଇଲେ 5000 ଟଙ୍କା ଏବଂ ସିଗନାଲ ଜମ୍ପ ପାଇଁ 1000 ଟଙ୍କା (ପ୍ରଥମ ଥର ପାଇଁ) ଏବଂ 10,000 ଟଙ୍କା (ଦ୍ୱିତୀୟ ଥର ପାଇଁ) ଜୋରିମାନା ରହିଛି ।

Leave A Reply

Your email address will not be published.