ଯଦି ଅର୍ଚ୍ଚନା ଥରେ ମୁହଁ ଖୋଲିବ ତମ ଲଙ୍ଗଳା ଭିଡ଼ିଓ ସମସ୍ତେ ଦେଖିବେ,ଆଉ ତା ପରେ ତମ ଅବସ୍ଥା କଣ ହେବ ବୁଝି ପାରୁଛ ତ !

0

Get real time updates directly on you device, subscribe now.

ଏବେ ଆଉ ଗୁମର ହୋଇରହିବ ନାହିଁ ବ୍ଲା-କମେ-ଲର ଦମ୍ପନ୍ତିଙ୍କ କଳା ସାମ୍ରାଜ୍ୟ । ରହ-ସ୍ୟ ଖୋଜିବ ଇଡି । ମିଳିଥିବା ସୂଚନା ଅନୁସାରେ ଅର୍ଚ୍ଚନା ଏବଂ ଜଗବନ୍ଧୁ ଗି-ରଫ ଘଟ-ଣାକୁ ତ-ଦନ୍ତ କରିବାକୁ ଖୁବଶୀଘ୍ର ପୋଲିସ ପାଖରୁ ତଥ୍ୟ ନେଇ ଇଡି ତଦନ୍ତ ଆରମ୍ଭ କରିବା ବୋଲି ଜଣା ପଡ଼ିଛି । ତେବେ ଗତକାଲି ପୋଲିସ ଠାରୁ ଇଡି ଏଫ-ଆଇ-ଆର କପି ନେଇଥିବା ସୂଚନା ମିଳିଛି । ଏବେ ଅର୍ଚ୍ଚନା ଏବଂ ଜଗବନ୍ଧୁଙ୍କ ବେଆଇନ କାରବାର ନେଇ ଖୋଳତାଡ଼ କରିବ ଇଡି । ତଦନ୍ତ ବେଳେ ଯଦି ଆବଶ୍ୟକ ପଡେ ତାହାଲେ କୋର୍ଟଙ୍କ ଅନୁମତି ନେଇ ଜେଲ ଭିତରେ ଜେରା ମଧ୍ୟ କରିବ ।

ଅର୍ଚ୍ଚନା ଏବଂ ଜଗବନ୍ଧୁଙ୍କ କଣ ଥିଲା ରୋଜଗାରର ସ୍ରୋତ । କିଭଳି କୋଟିପତି ହେଲେ ଅର୍ଚ୍ଚନା । ଏହିପରି କିଛି ପ୍ରଶ୍ନ ପଚାରିବ ଇଡି । ତେବେ ପ୍ରଶ୍ନ ଉଠୁଛି ଯେ ଅର୍ଚ୍ଚନା କଣ ସବୁ ସତ କଥା କହିଦେବେ? କାରଣ ସେ ମଧ୍ୟ ଜାଣିଛନ୍ତି ଯେ ଯଦି ସେ ସତ କୁହନ୍ତି ତେବେ ସମସ୍ତ ସହଯୋଗୀ ନେତା, ମନ୍ତ୍ରୀ ଫସିଯିବେ । ଏହାପରେ ସେମାନେ ଅର୍ଚ୍ଚନାଙ୍କୁ ମାରିବାକୁ ଚେଷ୍ଟା କରିବେ । ଅର୍ଥାତ ଯଦି ଅର୍ଚ୍ଚନା ସତ କୁହନ୍ତି ତାହାଲେ ମାରିବେ ଏବଂ ଯଦି ସତ ନକୁହନ୍ତି ତାହାଲେ ଜେଲ ଭିତରେ ସଢ଼ିବେ ।

ପୂର୍ବରୁ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ଉପରେ ମଧ୍ୟ ମରଣାତ୍ମକ ଆକ୍ର-ମଣ ହୋଇ ସାରିଥିଲା । ସେଥିରୁ ସେ ବଂଚିଯାଇଥିଲେ ସତ କିନ୍ତୁ ବେକରେ ବହୁତ ଗଭୀର ଆଘାତ ଲାଗିଥିଲା ଯେଉଁକାରଣରୁ ସେ ହସ୍ପିଟାଲରେ ଆଡ଼ମିଟ ହୋଇଥିଲେ । ଏବେ ଏହି ମାମଲାରେ ଜଡିତ ନେତା, ମନ୍ତ୍ରୀମାନ ନିଜକୁ ବଞ୍ଚାଇବା ପାଇଁ ଅର୍ଚ୍ଚନାଙ୍କୁ ମାରିବାକୁ ଟାର୍ଗେଟ କରୁଛନ୍ତି । ତାପରେ ମଧ୍ୟ ଯଦି ଅର୍ଚନା ନିଜର ମୁହଁ ଖୋଲନ୍ତି ତେବେ ସବୁ ନେତା ମନ୍ତ୍ରୀଙ୍କ ନଙ୍ଗଳା ଚିତ୍ର ଜନସାଧାରଣଙ୍କ ସାମ୍ନାକୁ ଆସିଯିବ । ଜଗବନ୍ଧୁ ଓ ତାଙ୍କ ପତ୍ନୀ ଅର୍ଚ୍ଚନାଙ୍କ ନାଁରେ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହେବା ପରେ ଜଗବନ୍ଧୁ ନିଜ ଗିରଫଦାରୀ ଏଡାଇବାକୁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ।

ସେପଟେ ଖୁବଶୀଘ୍ର ତଳ କୋର୍ଟରେ ଜଗବନ୍ଧୁଙ୍କ ନିୟମିତ ଜାମିନି ଆବେଦନ କରାଯିବ ବୋଲି ସୂଚନା ଦେଇଛନ୍ତି ଜଗବନ୍ଧୁଙ୍କ ଓକିଲ । ଏହା ସହିତ ଜଗବନ୍ଧୁଙ୍କ ନାଁ ଥିବା ଅଭିଯୋଗ ଭିତ୍ତିହୀନ ଏବଂ ତାଙ୍କୁ ଅଯଥାରେ ଏହି ମାମଲାରେ ଛନ୍ଦା ଯାଇଥିବା ଅଭିଯୋଗ କରିଛନ୍ତି ଜଗବନ୍ଧୁଙ୍କ ଓକିଲ । ଇଡି ତଦନ୍ତ କଥା ସାମ୍ନାକୁ ଆସିବା ପରେ ଅର୍ଚ୍ଚନାଙ୍କୁ ଟଙ୍କା ଦେଇଥିବା ନେତା ମନ୍ତ୍ରୀ ଓ ବଡ ବଡ଼ିଆ ଏବେ ଛାନିଆ ହୋଇଥିବା ଚର୍ଚ୍ଚା ହେଉଛି । ଯେଉଁମାନେ ଅର୍ଚ୍ଚନାକୁ ଟଙ୍କା ଦେଇଛନ୍ତି ସେମାନଙ୍କ ଚେହେରା ଖୋଲିଯିବା ଭୟ ଦେଖା ଗଲାଣି ।

Leave A Reply

Your email address will not be published.