ଅପରାଜିତା ମହାନ୍ତିଙ୍କ ଘରେ ଫୁଟିଲା ଦୁର୍ଲଭ ବ୍ରହ୍ମକମଳ ପୁଷ୍ପ,ବାବୁଶାନଙ୍କ ପାଇଁ ଆସିବ ଖୁସି ଖବର !

0

Get real time updates directly on you device, subscribe now.

ବନ୍ଧୁଗଣ ଆପଣମାନେ ବ୍ରହ୍ମକମଳ ପୁଷ୍ପ ବିଷୟରେ କଣ ଆଗରୁ କେବେ ଶୁଣିଛନ୍ତି କି । ଯଦି ନାହିଁ ତେବେ ଏଠାରେ ଆମେ କହି ରଖିବୁ ଯେ ବ୍ରହ୍ମକମଳ ପ୍ରସ୍ଫୁଟିତ ହେବା ଅତି ଦୁର୍ଲଭ । ହିମାଳୟର ପାଦ ଦେଶରେ ବିଭିନ୍ନ ପ୍ରକାରର ଫୁଲ ଦେଖିବାକୁ ମିଳିଥାଏ । ଏମାନଙ୍କ ମଧ୍ୟରୁ ୪ ପ୍ରକାର କମଳ ଫୁଲ ଅନ୍ୟତମ । ନୀଳକମଳ, ବ୍ରହ୍ମକମଳ, ଫେନ କମଳ, କସ୍ତୁରା କମଳ । ହିନ୍ଦୁ ଧର୍ମରେ କମଳ ଫୁଲ ବହୁତ ଶୁଭ ଏବଂ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଏ । ଏହାର ବୈଶିଷ୍ଟ୍ୟ ଏହିକି ଏହାକୁ କ୍ରୟ-ବିକ୍ରୟ କରାଯାଏ ନାହିଁ ।

ସଂଧ୍ୟାରେ ପ୍ରଷ୍ପୁଟିତ ହୋଇ ସକାଳେ ମଉଳୀ ଯାଇଥାଏ ଏହି ଫୁଲ । ବ୍ରହ୍ମକମଳ ଭଗବାନ ବିଷ୍ଣୁଙ୍କ ନାଭିରୁ ଏକ କମଳ ବାହାରିଛି । ଯାହା ଉପରେ ଭଗବାନ ବ୍ରହ୍ମାଜୀ ବିରାଜମାନ କରି ସୃଷ୍ଟି ସର୍ଜନା କରିଛନ୍ତି । ତଦନୁଯାୟୀ ପୁଷ୍ପରାଜର ନାମ ବ୍ରହ୍ମକମଳ ନାମିତ ହୋଇଛି । ତେବେ ସୌଭାଗ୍ୟ ଥିଲେ ଯାଇ ପ୍ରଷ୍ପୁଟିତ ହୋଇଥାଏ ବ୍ରହ୍ମକମଳ । ପ୍ରାୟ ବର୍ଷ ବର୍ଷ ଧରି ଲୋକେ ବ୍ରହ୍ମକମଳ ପୁଷ୍ପକୁ ପୂଜାର୍ଚ୍ଚନା କରିବା ସହ ଅପେକ୍ଷା କରି ରହିଥାଆନ୍ତି ତାର ଗୋଟେ ଝଲକ ଦେଖିବାକୁ ଆଉ ସେହି ଶୁଭ ଅବସରକୁ ।

ବ୍ରହ୍ମକମଳ ଫୁଲ ଦୁଲର୍ଭ ଏବଂ ଅଦ୍ଭୁତ । ହାର ବିଶେଷ ଗୁଣ ଥିବା କାରଣରୁ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ନାମ ଅନୁସାରେ ଏହି ଫୁଲର ବ୍ରହ୍ମକମଳ ରଖା ଯାଇଥିଲା ।

ଭଗବାନ ବ୍ରହ୍ମା ସବୁବେଳେ ଯେଉଁ ପଦ୍ମ ଫୁଲ ଉପରେ ବସିଥାନ୍ତି । ବିଶ୍ୱାସ କରାଯାଏ ବର୍ଷକୁ ଥରଟିଏ ହିଁ ସୌଭାଗ୍ୟ ଓ ସମୃଦ୍ଧିର ପ୍ରତିକ ଏହି ଦୁର୍ଲଭ ଫୁଲ ଫୁଟିଥାଏ । ତେବେ ସେହି ସୌଭାଗ୍ୟ ମିଳିଛି ଓଲିଉଡ଼ ଜଗତ ଜଣାଶୁଣା ସୁପରଷ୍ଟାର ବାବୁଶାନଙ୍କ ଘରେ । ମା ଅପରାଜିତା ବ୍ରହ୍ମକମଳ ଫୁଲକୁ ଘଣ୍ଟି ବଜାଇ ଆରତୀ କରି ପୂଜା ଅର୍ଚ୍ଚନା କରୁଥିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଆପଣମାନେ ତୋ ଜାଣିଥିବେ କିଛି ମାସ ହେବ ବାବୁଶାନ୍ ଓ ତାଙ୍କ ପତ୍ନୀ ତୃପ୍ତିଙ୍କ ମଧ୍ୟରେ ମନୋମାଲିନ୍ୟ ଚାଲି ଆସିଛି ପ୍ରକୃତି ମିଶ୍ରଙ୍କୁ ନେଇକି । କଥା ବହୁତ ଆଗକୁ ମଧ୍ୟ ଯାଇ ଥାନା କୋର୍ଟ ପର୍ଯ୍ୟନ୍ତ ଚାଲି ଯାଇଥିଲା । ଏବେ ଟିକେ କିନ୍ତୁ ଅପରାଜିତାଙ୍କ ଘରେ ଶାନ୍ତି ଆସିଛି । ତେଣୁ ଘରେ ବ୍ରହ୍ମକମଳ ଫୁଲ ଫୁଟିବା ନେଇ ମା ଅପରାଜିତା ପୁଅ ବାବୁଶାନଙ୍କ ଜୀବନରେ ବହୁତ ଖୁସି ଆଣିବ ବୋଲି ଆଶା କରିଛନ୍ତି ।

Leave A Reply

Your email address will not be published.