ବର୍ଷା ତୁମକୁ ମାନିବାକୁ ପଡ଼ିବ, ଘର ଛାଡ଼ିଲ କିନ୍ତୁ ଚାବି ରଖିଲ, ଆସନ୍ତା ଦୁଇ ତାରିଖ ସୁଦ୍ଧା ଅନୁଭବଙ୍କୁ ଚାବି ଦିଅ

0

Get real time updates directly on you device, subscribe now.

ବର୍ଷା ତୁମକୁ ମାନିବାକୁ ପଡ଼ିବ, ଘର ଛାଡ଼ିଲ କିନ୍ତୁ ଚାବି ରଖିଲ । କିନ୍ତୁ ଏବେ ତୁମ ଖେଳ ଶେଷ ହେବାକୁ ଯାଉଛି । କାରଣ ଆସନ୍ତା ଦୁଇ ତାରିଖ ସୁଦ୍ଧା ତୁମ ଶାଶୂଘର ଚାବି ଅନୁଭବଙ୍କୁ ହସ୍ତାନ୍ତର କରିବ । ଆଜ୍ଞା ହଁ, ଷ୍ଟାର ଦମ୍ପତି ବର୍ଷା ଅନୁଭବଙ୍କ ପାରିବାରିକ ବିବାଦରେ ଏବେ ନୂଆଁ ମୋଡ ଆସିଛି । ବର୍ଷାଙ୍କୁ ଅଦାଲତି ଝଟକା ଲାଗିଛି ଏବଂ ଅନୁଭବ ନିଜ ପୈତୃକ ଘରକୁ ଫେରିବାର ବାଟ ଫିଟିଛି । କୁହାଯାଉଥିଲା ବର୍ଷା ତ ଶାଶୂଘର ଛାଡ଼ିଲେ, କିନ୍ତୁ ଅନୁଭବ କାହିଁକି ଘରକୁ ଫେରୁ ନାହାଁନ୍ତି । କେବେ ଫେରିବେ ଆଉ କେମିତି ଫେରିବେ ।

ଆଜ୍ଞା ହଁ, ଏଠାରେ କହିରଖୁଛୁ ଯେ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ବର୍ଷା ସିନା ଘର ଛାଡ଼ିଦେଲେ, କିନ୍ତୁ ଘରର ତାଲା ପକାଇ ଚାବି ନେଇଯାଇଥିଲେ । ଆଉ ଅନୁଭବଙ୍କ ସମର୍ଥକଙ୍କ କହିବା କଥା ଯେ ଯଦି ଅନୁଭବ ତାଲା ଭାଙ୍ଗି ଘରକୁ ପଶିଥାଆନ୍ତେ, ତେବେ ବର୍ଷା ଆଉ ଏକ ମାମଲାରେ ଅନୁଭବଙ୍କୁ ଛନ୍ଦି ଦେଇଥାନ୍ତେ । ତେଣୁ ଅନୁଭବ ସେମିତି କିଛି ଭୁଲ କାମ ନକରି ଏହା ଅଦାଲତକୁ ଜଣାଇଥିଲେ ଏବଂ ଅଦାଲତ ଆଜି ନିଷ୍ପତ୍ତି ନେଇଛନ୍ତି ।

ଆସନ୍ତା 2 ତାରିଖ ସୁଦ୍ଧା ଅନୁଭବଙ୍କୁ ଚାବି ଫେରାଇବା ପାଇଁ ଏସଡିଜିଏମ ଅଦାଲତ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଯଦି ଅନୁଭବ ଘର ଚାବି ଗ୍ରହଣ ନକରନ୍ତି, ତାହେଲେ କୋର୍ଟରେ ସେ ଚାବି ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ତାପରେ ଅନୁଭବ କୋର୍ଟରୁ ଚାବି ନେବେ । ଅପରପକ୍ଷେ ବର୍ଷାଙ୍କ ପକ୍ଷରୁ ଦାୟର ହୋଇଥିବା ଦୁଇଟି ପିଟିସନକୁ ମଧ୍ୟ କୋର୍ଟ ଖାରଜ କରିଦେଇଛନ୍ତି ।

ସାମାଜିକ ଗଣମାଧ୍ୟମରେ ବର୍ଷାଙ୍କ ଛବି ଖରାପ କରାଯାଉଥିବାକୁ ନେଇ ବର୍ଷା ଅଭିଯୋଗ କରିଥିଲେ, ଯାହାକୁ ନେଇ କୋର୍ଟରେ ଆବେଦନ ମଧ୍ୟ କରିଥିଲେ । ଯେଉଁ ପିଟିସନକୁ କୋର୍ଟ ଏବେ ଖାରଜ କରିଦେଇଛନ୍ତି । ଯେହେତୁ ଏ ସଂକ୍ରାନ୍ତୀୟ ମାମଲା ହାଇକୋର୍ଟରେ ବିଚାରାଧୀନ ରହିଛି, ତେଣୁ ଏପରି ଅନ୍ୟ ଏକ ପିଟିସନ ଗ୍ରହଣୀୟ ହେବ ନାହିଁ ବୋଲି ଏସଡିଜିଏମ ଅଦାଲତ କହିଛନ୍ତି ।

ଏହା ଥିଲା ଦ୍ୱିତୀୟ ଝଟକା ଏବଂ ତୃତୀୟ ଝଟକାଟି ହେଉଛି, ଯେଉଁ ପିଟିସନ ଜରିଆରେ ବର୍ଷା ଦର୍ଶାଇଥିଲେ କି ତାଙ୍କ ମୂଳ ଆବେଦନରେ କିଛି ସଂଶୋଧନ କରିବାକୁ ଅନୁମତି ଦିଆଯାଉ । କିନ୍ତୁ ଅଦାଲତି ପ୍ରକ୍ରିୟାରେ ଯେହେତୁ ବିଳମ୍ବ ହେବାର ସମ୍ଭାବନା ଥିବାରୁ କୋର୍ଟ ବର୍ଷାଙ୍କ ଏହି ଆବେଦନକୁ ମଧ୍ୟ ଖାରଜ କରିଦେଇଛନ୍ତି । ଆଉ ଏଭଳି କିଛି ନ୍ୟାୟ ପ୍ରକାଶ ପାଇବାପରେ ଏକ ନୁହେଁ, ଦୁଇ ନୁହେଁ, ତିନି ତିନୋଟି ଝଟକା ବର୍ଷାଙ୍କୁ ଲାଗିଛି । ତେବେ ଦେଖିବାକୁ ବାକି ରହିଲା ଏ ପରିବାର ଭିତରେ ଉଠିଥିବା ଝଡ କେବେ ଶୀତଳ ପଡୁଛି ।

Leave A Reply

Your email address will not be published.