ଟି-୨୦ ବିଶ୍ୱକପରେ ରୋହିତ ଶର୍ମା ରଚିଲେ ନୂଆ ଇତିହାସ । କ୍ରିକେଟରେ ଏପରି ରେକର୍ଡ କରିଥିବା ପ୍ରଥମ ଭାରତୀୟ । ହେଲେ ଡବଲ ରେକର୍ଡର ଅଧିକାରୀ

0

Get real time updates directly on you device, subscribe now.

ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ନେଦରଲ୍ୟାଣ୍ଡ ବିପକ୍ଷରେ ମ୍ୟାଚ୍ ଖେଳିବା ପରେ ଡବଲ ରେକର୍ଡର ଅଧିକାରୀ ହୋଇଛନ୍ତି । ଟିମ ଇଣ୍ଡିଆ ଟି-୨୦ ବିଶ୍ୱକପ ସୁପର ୧୨ର ଗୋଟିଏ ମ୍ୟାଚ୍‌ ଖେଳିବାକୁ ନେଦରଲ୍ୟାଣ୍ଡ ବିପକ୍ଷରେ ମୈଦାନକୁ ଓହ୍ଲାଇଥିଲା । ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ୧୭୯ ରନ କରିଥିଲା । ଭାରତ ପକ୍ଷରୁ ବିରାଟ କୋହଲି ଅପରାଜିତ ୬୨, ସୂର୍ଯ୍ୟ କୁମାର ଯାଦବ ୫୧ ଓ ରୋହିତ ଶର୍ମା ୫୩ ରନର ଇନିଂସ ଖେଳିଛନ୍ତି ।

ତେବେ ସମୁଦାୟ ଆଜି ୫୩ ରନ କରିଥିବା ରୋହିତ ବିଶ୍ୱକପରେ ଡବଲ ରେକର୍ଡର ଅଧିକାରୀ ହୋଇଛନ୍ତି । କାରଣ ବିଶ୍ୱକପରେ ଯୁବରାଜ ସିଂହଙ୍କ ନାଁରେ ଥିବା ସର୍ବାଧିକ ୬ ରେକର୍ଡକୁ ଆଜି ରୋହିତ ଶର୍ମା ଭାଙ୍ଗି ଦେଇଛନ୍ତି । ରୋହିତ ଶର୍ମା ବିଶ୍ୱକପରେ ଭାରତ ପାଇଁ ସର୍ବାଧିକ ୬କା ମାରିବାର ରେକର୍ଡ କରିଛନ୍ତି । ସେ ଖେଳିଥିବା ୫୩ ରନରେ ଇନିଂସରେ ୩ଟି ଛକା ରହିଛି । ୩ନଂ ଛକା ମାରିବା କ୍ଷଣି ରୋହିତ ଏହି ରେକର୍ଡର ଅଧିକାରୀ ହୋଇଥିଲେ । ରୋହିତ ଏଯାଏ ଟି-୨୦ ବିଶ୍ୱକପରେ ମୋଟ ୩୪ଟି ଛକା ମାରିଛନ୍ତି ।

ତେବେ ତାଙ୍କ ପୂର୍ବରୁ ୩୩ ଛକା ସହ ଯୁବରାଜ ସିଂହ ଭାରତୀୟ ଖେଳାଳିଙ୍କ ମଧ୍ୟରେ ୧ନଂ ସ୍ଥାନରେ ରହିଥିଲେ କିନ୍ତୁ ରୋହିତ ଆଜି ତାଙ୍କୁ ପଛରେ ଛାଡ଼ିଦେଇ ଗଲେ । ସୂଚନାଯୋଗ୍ୟ ଆଇସିସି ଟି-୨୦ ବିଶ୍ୱକପ ଇତିହାସରେ କ୍ରିସ ଗେଲ ଏକମାତ୍ର ବ୍ୟାଟ୍ସମ୍ୟାନ୍ ଯିଏ ୬୩ଟି ଛକା ମାରି ପ୍ରଥମ ସ୍ଥାନରେ ଅଛନ୍ତି । ଆଉ ବର୍ତମାନ ଦ୍ଵିତୀୟରେ ରୋହିତ ଶର୍ମା । ତେବେ ଟସ୍‌ ପାଇ ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଆଖିଦୃଶିଆ ଆରମ୍ଭ କରିବାକୁ ସକ୍ଷମ ହୋଇ ନଥିଲା ।

ଓପନର କେଏଲ ରାହୁଲ ପୁଣିଥରେ ସମସ୍ତଙ୍କୁ ନିରାଶ କରି କେବଳ ୯ ରନ କରିବାକୁ ସକ୍ଷମ ହୋଇଥିଲେ । ତେବେ ରୋହିତ ଓ ବିରାଟ ଏକାଠି ଭାଗିଦାରୀ କରିବା ସହ ଭାରତକୁ ଆଉ କୌଣସି କ୍ଷତି ସହିବାକୁ ଦେଇ ନଥିଲେ । ଯେଉଁ ଓଭରରେ ରାହୁଲ ଆଉଟ ହୋଇଥିଲେ, ସେହି ଓଭରରେ ଡଚ୍‌ ପେସର ଭାନ ମେକେରେନଙ୍କ ଶେଷ ବଲରରେ ରୋହିତ ଶର୍ମା ଛକା ମାରିଥିଲେ । ଏହାପରେ ସେ ନିଜର ସବୁଠାରୁ ପସନ୍ଦର ପୁଲ ଶଟ୍‌ ଦ୍ୱାରା ବାସ୍‌ ଡି ଲିଡେଙ୍କୁ ଛକା ମାରିଥିଲେ । ଏଥିସହ ସେ ଯୁବରାଜଙ୍କ ରେକର୍ଡର ସମକକ୍ଷ ହୋଇଥିଲେ । ତେବେ ମ୍ୟାଚ୍‌ର ୧୦ମ ଓଭରରେ ସେ ମ୍ୟାଚ୍‌ର ତୃତୀୟ ଛକା ମାରି ଯୁବରାଜଙ୍କ ରେକର୍ଡ ଭାଙ୍ଗିଥିଲେ । ଏହା ସହିତ ରୋହିତ ଶର୍ମା ବିଶ୍ୱକପରେ ଯୁଗ୍ମ ଭାବେ ସର୍ବାଧିକ ମ୍ୟାଚ୍‌ ଖେଳିବାର କୀର୍ତ୍ତିମାନ ମଧ୍ୟ ହାସଲ କରିଛନ୍ତି ।

Leave A Reply

Your email address will not be published.