କେବେ ସଫା କରୁଥିଲେ ଟଏଲେଟ୍,ଏବେ କରୁଛନ୍ତି ଟି ୨୦ ବିଶ୍ୱକପରେ ଧମାଲ

0

Get real time updates directly on you device, subscribe now.

ଭାରତର ସିମି ସିଂ,ଏବେ ଆୟରଲ୍ୟାଣ୍ଡର ଷ୍ଟାର‌ ବୋଲର|ଚଳିତ ଟି -୨୦ ବିଶ୍ୱକପରେ ବଡ ବଡ ଦଳ‌ ବିପର୍ଯ୍ୟୟର ସାମ୍ନା କଲେଣି|ପ୍ରଥମ ଲିଗ ପର୍ଯ୍ୟାୟରେ ୱଷ୍ଟଇଣ୍ଡିଜ ମାତ୍ ଖାଇଥିଲା ବେଳେ ସୁପର ୧୨ ରେ ମାତ୍ ଖାଇଛି ଶକ୍ତିଶାଳୀ ଇଂଲଣ୍ଡ|ଉଭୟ ଦଳକୁ ହରାଇଛି ଆୟରଲ୍ୟାଣ୍ଡ ଦଳ|ଚଳିତ ବିଶ୍ୱକପ ରେ ଆୟରଲ୍ୟାଣ୍ଡ ନିଜ ଦମଦାର ପ୍ରଦର୍ଶନ ଜାରି ରଖିଛି|ସୁପର ୧୨ ର ପ୍ରଥମ ମ୍ୟାଚରେ ଆୟରଲ୍ୟାଣ୍ଡ ପରାଜିତ ହେଲେ ମଧ୍ୟ ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡକୁ ମାତ ଦେଇଛନ୍ତି|

ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଇଂଲଣ୍ଡକୁ ୫ ରନରେ ହରାଇଛି, ଆୟରଲ୍ୟାଣ୍ଡ|ଟି-୨୦ ବିଶ୍ୱକପରେ ଅପେକ୍ଷାକୃତ ଦୁର୍ବଳ ଦଳ ଆୟରଲ୍ୟାଣ୍ଡ ର ସମସ୍ତ ଖେଳାଳି ଉତ୍କର୍ଷ ପ୍ରଦର୍ଶନ ଫଳରେ ଦଳକୁ ଜିତେଇଛନ୍ତି|ଏହି ଖେଳାଳୀଙ୍କ ମଧ୍ୟରେ ଜଣେ ଭାରତୀୟ ମୂଳ ଖେଳାଳି ସିମି ସିଂ ରହିଛନ୍ତି,ଯିଏ ଆୟରଲ୍ୟାଣ୍ଡ ଦଳର ଷ୍ଟାର ଖେଳାଳି ଭାବେ ଉଭା ହୋଇଛନ୍ତି|

୩୫ ବର୍ଷୀୟ ସିମି ଯିଏ ଭାରତ ପାଇଁ ଖେଳିବାର ସ୍ୱପ୍ନ ଦେଖିଥିଲେ ଆୟରଲ୍ୟାଣ୍ଡ ଦଳର ନିୟମିତ ସଦସ୍ୟ|ସେ ଏହା କେବେ ସୁଦ୍ଧା ଭାବି ନଥିଲେ|ତାଙ୍କର ଭାୟତ ପାଇଁ ଖେଳିବା ସ୍ୱପ୍ନ ପୂରଣ ହୋଇନଥିଲା|କାରଣ ସେ ଭାରତ ଦଳରେ ସ୍ଥାନ ପାଇବା ସହଜ ନଥିଲା|ଯେଉଁଥିପାଇଁ ଜଣେ ସାଙ୍ଗର ସହଯୋଗ କ୍ରମେ ସେ ଆୟରଲ୍ୟାଣ୍ଡ ଅଭିମୁଖେ ଆରମ୍ଭ କରିଥିଲେ ଉଡାଣ|ଆୟରଲ୍ୟାଣ୍ଡରେ ପାଠ ପଢିବା ଏକ ବାହାନା ଥିଲା କିନ୍ତୁ ସେ କ୍ରିକେଟ ଖେଳିବା ତାଙ୍କ ଲକ୍ଷ୍ୟ ଥିଲା|

ଆୟରଲ୍ୟାଣ୍ଡ ରେ କ୍ରିକେଟ ଯାତ୍ରା ତାଙ୍କ ପାଇଁ ସହଜ ନଥିଲା|ସିମିକୁ ପାର୍ଟ ଟାଇମ ଚାକିରୀ କରିବାକୁ ପଡ଼ିଥିଲା|ସୀମିକୁ ଟଏଲେଟ ସଫା କରିବାକୁ ପଡ଼ିଥିଲା|ତାହା ତାଙ୍କ ପାଇଁ କଷ୍ଟକର ସମୟ ଥିଲା|ନିମ୍ନ ମଧ୍ୟବିତ୍ତ ପରିବାରର ଜନ୍ମିତ ସିମି ଏଭଳି ସମୟ ଦେଇ ଗତି କରିବେ କିଏ ଭାବି ନଥିଲେ|

ସେ ଏଥିପାଇଁ ସେ ସବୁ କରିବାକୁ ପ୍ରସ୍ତୁତ ଥିଲେ|ଯେଉଁଥିପାଇଁ ସେ ବହୁ କଷ୍ଟ କରି ଆଗକୁ ବଢି ଆୟରଲ୍ୟାଣ୍ଡ ଦଳରେ ସ୍ଥାନ ପାଇଥିଲେ|ବହୁ ପ୍ରତିବନ୍ଧକ ସତ୍ୱେ ସେ ୨୦୧୭ ରେ ସ୍ଥାନ ପାଇଥିଲେ|

Leave A Reply

Your email address will not be published.