ଭାଗ୍ୟ ହେବତ ଏପରି ,ଦୁଇଥର ଭୁଲ କଲା, ଦୁଇଥର କୋଟିପତି ବନିଲା ବ୍ୟକ୍ତି,ମିଳିଲା ୧.୨ କୋଟି ଟଙ୍କା

0

Get real time updates directly on you device, subscribe now.

କୁହାଯାଇଥାଏ ଦାତା ଯେତେବେଳେ ଦିଏ ଛପରଫାଡି ଦେଇଥାଏ|ଯେତେବେଳେ ଭାଗ୍ୟ ଖୋଲେ ସେତେବେଳେ ଟଙ୍କା ଆମ ପାଖକୁ ଆସେ|ଯଦି ଆମେ ଭୁଲ ବି କରୁ ଭାଗ୍ୟ ଵଳରେ ଲାଭ ହୋଇଥାଏ|
ଏଠାରେ ଜଣେ ବ୍ୟକ୍ତି ଭୁଲ୍ ବଶତଃ ଲଟେରୀ ଟିକେଟ କିଣିଲା|ଯେଭଳି ନମ୍ବର ବାଲା କିନ୍ତୁ ତିନିଟି ଯାକ ଲଟେରୀ ଲାଗିବା ଫଳରେ‌ କୋଟିପତି ବନିଗଲା|

ଏହି ଆଶ୍ଚର୍ଯ୍ୟର ମାମଲା ଆମେରିକାର ମେରିଲ୍ୟାଣ୍ଡର ଅଟେ|ଏଠାରେ ୬୭ ବର୍ଷିୟ ଟାଉସନ ନାମକ ବ୍ୟକ୍ତିର ଏକାସାଙ୍ଗରେ ତିନୋଟି ଲଟେରୀ ଲାଗିଛି|ସେ ପ୍ରଥମେ ୨ଟି ଟିକେଟ କିଣି ନେଇଥିଲେ|କିଛି ଦିନ ପରେ ଅଜାଣତରେ ଆଉ ଗୋଟିଏ ଟିକେଟ ବି କିଣିଥିଲେ|

ତାର ଏହି ଭୁଲ ସଠିକ ସାବ୍ୟସ୍ତ ହୋଇଥିଲା|ସେ ଟିକେଟ କିଣିବା ପାଇଁ ୫-୧-୩-୫-୯ ନମ୍ବର ବାଛିଥିଲା|ତିନି ଟିକେଟ ମିଶି ପାଖାପାଖି ୧ କୋଟି ୨୨ ଲକ୍ଷ ଟଙ୍କା ମିଳିଛି|ତାଙ୍କ ପତ୍ନୀଙ୍କୁ ବି ଜଣାନାହିଁ ସେ ଟିକେଟ କିଣିଥିଲେ|

ବ୍ୟକ୍ତି ପୂର୍ବରୁ ମଧ୍ୟ ଟିକେଟ ଜିତିଥିଲେ|ସେତେବେଳେ ସେ ଝିଅ ଜନ୍ମ ମସିହା ୧୯୭୯ ବାଲା କିଣିଥିଲେ|କିନ୍ତୁ ଭୁଲରେ ଲଟେରୀ ବାଲା ୧୯୯୭ ବାଲା ଟିକେଟ ଦେଇଥିଲେ|ଫଳରେ ଲଟେରୀ ଲାଗିଗଲା|ବିଜେତା ରାଶି ଦୁଇ ଝିଅ ମଧ୍ୟରେ ଅଧା ଅଧା ବାଣ୍ଟି ଦେଇଥିଲେ|

ଏଭଳି ଭାଗ୍ୟର ଅଦ୍ଭୁତ ଖେଳ ଆମେରିକାର ମେରିଲାଣ୍ଡରେ ପୂର୍ବରୁ ଦେଖି ସାରିଛନ୍ତି|ସେତେବେଳେ ପରିବାରର ତିନିଜଣ ସଦସ୍ୟଙ୍କ ଲଟେରୀ ଲାଗିଥିଲା|ଝିଅ ଓ ପୁଅ ୫-୩-୮-୩-୪ ନମ୍ବର ଦାବି ଲଗେଇ ଥିଲେ|ତିନି ଜଣଙ୍କ ଲଟେରୀ ୪୧ ଲକ୍ଷ ଲାଗିଗଲା|ସେମାନେ ୮୦ ଟଙ୍କା ଦେଇ ଲଟେରୀ କିଣିଥିଲେ|ଏହି ପରିବାର ମେରିଲାଣ୍ଡର ହେମ୍ପଷ୍ଟିଡର ବାସିନ୍ଦା ଅଟନ୍ତି|

Leave A Reply

Your email address will not be published.