ଘାଣ୍ଟୁଛି ଇଡି ଅର୍ଚ୍ଚନା ଦେହରୁ ଗଡ଼ୁଛି ଝାଳ, କଥା ହେଲେ ପୋଲିସ ଆଉ ଇଡି

0

Get real time updates directly on you device, subscribe now.

ଅର୍ଚ୍ଚନା ଜଗବନ୍ଧୁ ବ୍ଲାକମେଲିଙ୍ଗ ଘଟଣାରେ ଅର୍ଥନୈତିକ କାରବାରକୁ ନେଇ ଇଡି ଏବେ ତଦନ୍ତ କରିବ । ଅର୍ଚ୍ଚନାଙ୍କ ସବୁ ପାପ ସମ୍ପତ୍ତିର ସବୁ ହିସାବ ଧରା ପଡ଼ିଯିବ । କେମିତି ଟଙ୍କା କାରବାର କରୁଥିଲେ, କିଏ ଦେଉଥିଲା ଆଉ କେମିତି ଟଙ୍କା ଦେଉଥିଲା ? କେଉଁ ରାଜନେତା, କେଉଁ ବିଲଡର ଆଉ କେଉଁ ସବୁ ବଡ ବଡିଆ କେତେ କେତେ ଟଙ୍କା ଦେଇଛନ୍ତି ଆଉ କିଭଳି ଟଙ୍କା ଦେଇଛନ୍ତି ଓ କାହିଁକି ଦେଇଛନ୍ତି, ଏସବୁ ଧରା ପଡ଼ିଯିବ ।

ଆଜ୍ଞା ହଁ, ଖଣ୍ଡଗିରି ଥାନା ଏବଂ ନୟାପଲ୍ଲୀ ଥାନାରେ ଯେଉଁ ମାମଲା ରୁଜ୍ଜୁ ହୋଇଥିଲା, ସେହି ମାମଲାର ଦୁଇଟି ଏଫଆଇଆର କପି ଏବେ ଇଡିକୁ ହସ୍ତାନ୍ତର କରାଯାଇଛି । ଏବେ ଇଡି ହାତରେ ଦୁଇଟି ଏଫଆଇଆର କପି ଅଛି । ଆପଣ ମଧ୍ୟ ଜାଣିଥିବେ ଯେ ଯେତେବେଳେ ଇଡି ତଦନ୍ତ କରେ, ସେତେବେଳେ ବଡ ବଡିଆ ମାନଙ୍କ ମୁଣ୍ଡରୁ ଝାଳ ବହିଯାଏ । କାରଣ ଇଡି ଯେତେବେଳେ ମାମଲା ହାତକୁ ନିଏ, ସେତେବେଳେ ତନ୍ନତନ୍ନ କରି ଯାଞ୍ଚ୍ କରେ ଏବଂ ଗୋଟି ଗୋଟି ଟଙ୍କାର ହିସାବ କାଢ଼ିଦିଏ ।

ତେବେ କିଏ କେଉଁ ଆକାଉଣ୍ଟରୁ କେତେ ଟଙ୍କା ପଠାଇଛି ଓ କାହିଁକି ପଠାଇଛି, ଏସବୁକୁ ଇଡି ତନ୍ନତନ୍ନ କରି ଯାଞ୍ଚ୍ କରିବ । ଅଭିଯୁକ୍ତ ଯେତେ ଚାଲାକ୍ ହୋଇଗଲେ ବି ଧରା ପଡ଼ିଯିବ । ଆଉ ଏବେ ଅର୍ଚ୍ଚନା ନାଗ ଯେଉଁ କୋଟି କୋଟି ଟଙ୍କାର ସାମ୍ରାଜ୍ୟ ବନାଇଥିଲେ, ଏବେ ତାକୁ ତନ୍ନତନ୍ନ କରି ଇଡି ଯାଞ୍ଚ୍ କରିବ । ଏହାସହ ଖୋଜି କାଢ଼ିବ ଯେ କିଏ କେତେ ଟଙ୍କା ଦେଇଥିଲେ ଆଉ କାହିଁକି ଦେଇଥିଲେ । ଆଉ କେଉଁସବୁ ଟଙ୍କାରେ ଏଭଳି ରାଜପ୍ରସାଦ ପରି ଘର ଗଢ଼ି ତୋଲିଥିଲେ ଆଉ ବିଳାସପୂର୍ଣ୍ଣ ଗାଡ଼ି କିଣିଥିଲେ ।

ଯେପରିକି କୁହାଯାଉଥିଲା ବଡ ବଡ଼ିଆ, ବିଲଡର, ନେତା ମନ୍ତ୍ରୀ ଅର୍ଚ୍ଚନାଙ୍କୁ କୋଟି କୋଟି ଟଙ୍କା ଦେଉଥିଲେ । କିଏ ଦଉଥିଲା, କାହାକୁ ଅର୍ଚ୍ଚନା ବ୍ଲାକମେଲିଙ୍ଗ କରିଥିଲେ ଏବଂ କେମିତି ଏହି କୋଟି କୋଟି ଟଙ୍କା ଆଦାୟ କରୁଥିଲେ ତାର ସବୁ ହିସାବ ଏବେ ଇଡି ବାହାର କରିବ । ତେବେ ସବୁଠାରୁ ବଡ଼ କଥା ଯାହା ଥିଲା, ଏତେ କମ୍ ସମୟ ମଧ୍ୟରେ ଏତେ ଟଙ୍କା କିପରି ଅର୍ଚ୍ଚନା କମାଇ ପାରିଲେ ? ତେବେ ଏ ବାବଦରେ ପୋଲିସର ବରିଷ୍ଠ ଅଧିକାରୀଙ୍କ ସହ ଇଡି ଆଲୋଚନା କରିସାରିଛି । ଆଉ ଏବେ ଦୁଇଟି ଏଫଆଇଆର କପି ଇଡିକୁ ହସ୍ତାନ୍ତର କରାଯାଇଛି ।

Leave A Reply

Your email address will not be published.