ଅର୍ଚ୍ଚନା ବି ଜାଣିଛି, ହନୁ ମଲା ବେଳେ ସତ କହେ

0

Get real time updates directly on you device, subscribe now.

ଅର୍ଚ୍ଚନା ଏବେ ଜେଲରେ ଅଛି, ମରିବ ନା ମୁହଁ ବନ୍ଦ ରଖିବ । ଅର୍ଚ୍ଚନା ଏବେ ଏପରି ଗୋଟିଏ ପରିସ୍ଥିତିରେ ଆସି ପହଞ୍ଚିଛି, ଯେଉଁଠି ସେ ଏବେ କଣ୍ କରିବ ସେ ନିଜେ ମଧ୍ୟ କିଛି ବୁଝିପାରୁନି । ଯଦି ମୁହଁ ବନ୍ଦ କରିବ, ତାହେଲେ ସେ ଅର୍ଜନ କରିଥିବା ସମ୍ପତ୍ତି ସବୁ ଗୋଟି ଗୋଟି କରି ଚାଲିଯିବ । କାରଣ ଏସବୁ ପ୍ରୋସେସରେ ସେ ଅର୍ଜିତ କରିଥିବା ଟଙ୍କା ସବୁର ହିସାବ ମଗାଯିବ । କାରଣ ଏବେ ଇଡି ମଧ୍ଯ ତା ସମ୍ପତ୍ତିର ଖୋଳତାଳ କରୁଛି । ସେ ଚେର ସବୁ ଖୋଜି ବାହାର୍ କରିବ, ଯେଉଁ ବାଟରେ ସେ ଏତେ ଅଳ୍ପ ଦିନ ମଧ୍ୟରେ ଏତେ ଟଙ୍କା ରୋଜଗାର କରିଦେଲା ।

ଆଉ ତାପରେ ଅଛି ଦ୍ୱିତୀୟ ଅପ୍ସନ୍ ଏବଂ ତାହା ହେଉଛି ନା ଗୁଳି ଖାଇ ମରିବ । କାରଣ ତା ପାଖରେ ଏବେ ସବୁ ନେତା ମନ୍ତ୍ରୀ ଏବଂ ବଡ ବଡିଆଙ୍କର ସେସବୁ ଗୁମର ରହିଛି । ଆଉ ଯାହାକୁ ସେ କେତେବେଳେ ଯେ ଗଣମାଧ୍ୟମ ସମ୍ମୁଖରେ କହି ନ ଦେବ, ତାର କୌଣସି ଗ୍ୟାରେଣ୍ଟି ନାହିଁ । କାରଣ ତାଙ୍କୁ ଏବେ ଚାପ ପକାଯାଉଛି ଯେ ସେ ମୁହଁ ନ ଖୋଲିବା ପାଇଁ । ଆଉ ଯାହାର ବଡ କାରଣ ହେଉଛି ପୋଲିସ ଦ୍ବାରା ତାଙ୍କୁ ନିବୁଜ ଥିବା ଭ୍ୟାନରେ ଗୁପ୍ତ ଭାବେ ଅଣାଯାଉଛି । ଯେପରିକି କେହି ବି ବାହାରୁ ଜାଣିପାରିବେ ନାହିଁ ଯେ ଅର୍ଚ୍ଚନା କେଉଁ ଜାଗାରେ ବସିଛି ।

ଏହାସହିତ ଅର୍ଚ୍ଚନାର ଜୀବନ ଉପରେ ମଧ୍ୟ ବିପଦ ରହିଛି । କାହିଁକି ନା ତା ନାଁରେ ମଧ୍ୟ ସୁପାରୀ କିଲରକୁ ସୁପାରି ଦିଆଯାଇଛି । ଯେଉଁମାନେ କି ଅର୍ଚ୍ଚନାଙ୍କୁ ଯେକୌଣସି ମୁହୂର୍ତ୍ତରେ ହତ୍ୟା କରିପାରନ୍ତି । ଅର୍ଚ୍ଚନା ଏବେ ଅନେକ ଲୋକଙ୍କ ଟାର୍ଗେଟରେ ଅଛି, କାରଣ ଏବେ ଅର୍ଚ୍ଚନାର ସବୁ ମୁଖା ଖୋଲିଯାଇଛି । ତେବେ ଅର୍ଚ୍ଚନା ପାଇଁ ଏହା ନିଶ୍ଚିତ ଭାବେ ଗୋଟିଏ ବଡ ନିଷ୍ପତ୍ତି ହେବ ଯେ ସେ ମୁହଁ ବନ୍ଦ୍ ରଖିବ ନା ମୃତ୍ୟୁକୁ ବାଛିବ ।

ତେବେ ଯଦି ଅର୍ଚ୍ଚନା ମୁହଁ ବନ୍ଦ କରିବ, ତେବେ ତା ଉପରେ ଯେଉଁ କେସ ସବୁ ଚାଲିଛି ଏସବୁକୁ କୋର୍ଟ ଶୁଣାଣି କରିବେ । ଏଥିରେ ଅର୍ଚ୍ଚନାଙ୍କୁ ଜେଲଦଣ୍ଡ ମଧ୍ୟ ହୋଇପାରେ । ଏହାଛଡା ତା ସ୍ୱାମୀ ମଧ୍ଯ ଜେଲ୍ ଯିବ । କିନ୍ତୁ ଅନ୍ୟ ପଟରେ ଅର୍ଚ୍ଚନା ଯଦି ମୁହଁ ଖୋଲି କିଛି ଲୋକଙ୍କ ନାମ ପଦାକୁ ଆଣିବ, ତେବେ ଲୋକମାନେ ମଧ୍ୟ ନିଜ ଜୀବନ ବଞ୍ଚାଇବାକୁ ଅର୍ଚ୍ଚନାଙ୍କୁ ବାଟ ରୁ ହଟାଇବା ପାଇଁ ସବୁ ଯୋଜନା କରିବେ । କାରଣ ଜଣଙ୍କ ନାଁ ପଦାକୁ ଆସିଲେ ସମସ୍ତଙ୍କ ନାଁ ପଦାକୁ ଆସିବ । ତେବେ ଦେଖିବାକୁ ବାକି ରହିଲା ଯେ ଅର୍ଚ୍ଚନା ଯେତେବେଳେ ପରବର୍ତ୍ତୀ ସମୟରେ କୋର୍ଟକୁ ଆସିବ, ସେତେବେଳେ ମିଡ଼ିଆକୁ କଣ କହୁଛି ।

Leave A Reply

Your email address will not be published.