ଭାରତ vs ନେଦରଲାଣ୍ଡ ଟି-୨୦ ବିଶ୍ୱକପ୍ : ଯଦି ବର୍ଷାରେ ଧୋଇଗଲା ଭାରତ ନେଦରଲାଣ୍ଡ ମ୍ୟାଚ ତେବେ କ’ଣ ସେମିଫାଇନାଲରେ ପହଞ୍ଚି ପାରିବ ଭାରତୀୟ ଦଳ ?

0

Get real time updates directly on you device, subscribe now.

ଭାରତୀୟ ଦଳ ଟି-୨୦ ଵିଶ୍ୱକପର‌ ପ୍ରାରମ୍ଭିକ ଅଭିଯାନ ଦମଦାର ଭାବେ ଆରମ୍ଭ କରି ପାକିସ୍ତାନ ବିପକ୍ଷରେ ୪ ୱିକେଟ ରେ ବିଜୟ ହାସଲ କରିଛନ୍ତି|ଏଵେ ଭାରତୀୟ ଦଳ ସୁପର ୧୨ ର ଦ୍ୱିତୀୟ ମୁକାବିଲାରେ ଆଜି ୨୭ ଅକ୍ଟୋବର ସିଡନୀରେ ନେଦରଲାଣ୍ଡର ସାମ୍ନା କରିବାକୁ ଯାଉଛି|ଏହାର ବଡ ଚିନ୍ତା ପାଣିପାଗ ଯାହା ଖେଳକୁ ଖତରା କରିପାରେ|

weather.com ରିପୋର୍ଟ ଅନୁସାରେ ସିଡନୀରେ ଗୁରୁବାର ବାଦଲ ରହିବ ଓ ବର୍ଷା ସମ୍ଭାବନା ରହିଛି|ଦିନରେ ୭୦% ବର୍ଷା ଓ ରାତିରେ ୩୦ % ସମ୍ଭାବନା ରହିଛି|ଏଠାରେ ୨୫ ଡିଗ୍ରୀ ତାପମାତ୍ରା ଓ ହ୍ୟୁମିଡିଟି ୬୨% ରହିବ|ପବନର ବେଗ ୧୫-୨୫ କିମି ପ୍ରତି ଘଣ୍ଟା ରହିବ|

ତେଣୁ ସ୍ବଭାବତଃ ପ୍ରଶ୍ନ ଉଠିଛି ଯେ ଯଦି ଭାରତ ନେଦରଲାଣ୍ଡ ମ୍ୟାଚ ରଦ୍ଦ ହୁଏ ତେବେ ସେମିଫାଇନାଲରେ କ’ଣ ପ୍ରଭାବ ପଡିବ|ରଦ୍ଦ ହେଲେ ମଧ୍ୟ ଭାରତ ସହଜରେ ସେମିଫାଇନାଲରେ ପହଞ୍ଚି ପାରିବ କାରଣ ୩ ପଏଣ୍ଟ ପାଇବ|

ଏଭଳି ସ୍ଥିତିରେ ଭାରତୀୟ ଦଳକୁ ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ଜିମ୍ବାୱେ ବିରୁଦ୍ଧରେ ବିଜୟ ହାସଲ କରିବାକୁ ହେବ|ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଅଘଟଣ ହେଲେ ବି ଜିମ୍ବାୱେ ବିରୁଦ୍ଧରେ ଜିତିଲେ ଭାରତ ୭ ପଏଣ୍ଟ ସହ ସେମିଫାଇନାଲରେ ପହଞ୍ଚିବ|ଏଥିରେ ନେଟ ରନ ରେଟର ମାମଲା ରହିପାରେ|

ଯଦି ପାକିସ୍ତାନ ଜିମ୍ବାୱେ, ବାଂଲାଦେଶ ,ଦକ୍ଷିଣ ଆଫ୍ରିକା, ନେଦରଲାଣ୍ଡ କୁ ହରାଏ ସେ ୮ ଅଙ୍କ ପାଇବ ଓ ଭାରତକୁ ପଛରେ ପକାଇ ଦେବ|ଯଦି ଦକ୍ଷିଣ ଆଫ୍ରିକା ପାକିସ୍ତାନ ଠାରୁ ହାରି ଭାରତ ବାଂଲାଦେଶ ଓ ନେଦରଲାଣ୍ଡ କୁ ହରାଏ ସେ ୭ ଅଙ୍କ ପାଇବ|ଫଳରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ନେଟ ରନ ରେଟର ମାମଲା ହୋଇପାରେ|ତେଣୁ ନେଦରଲାଣ୍ଡ ମ୍ୟାଚ ଯଦି ଧୋଇଗଲା ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ବିଜୟ ହାସଲ କରିବାକୁ ପଡ଼ିବ|

Leave A Reply

Your email address will not be published.