ମିଡ଼ିଆ ପ୍ରଶ୍ନରେ ଗର୍ଜିଲେ ଅର୍ଚ୍ଚନା । ଆଉ ଲୋକେ ବ୍ୟଙ୍ଗତ୍ମାକ ଶୈଳୀରେ, କହିଲେ ଭାଇରେ ବାଟ ଛାଡ ନହେଲେ ନାଗ କାମୁଡ଼ି ଦେବ

0

Get real time updates directly on you device, subscribe now.

ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ଏହି କିଛି ଦିନ ହେବ ଅର୍ଚନା ନାଗଙ୍କ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାର ଦେଖିଥିବେ ନିଶ୍ଚିତ । ତେବେ ଆମେ ଆଜି ଆପଣଙ୍କୁ ଏହି ଅର୍ଚନା ନାଗଙ୍କ ଖବର ବିଷୟରେ ଜଣାଇବୁ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଯେ ଏତେ କିଛି କଳା କାରନାମା କରି ସାରିଲା ପରେ ମଧ୍ୟ୍ୟ ସେ ସମ୍ପୂର୍ଣ ନିର୍ଦୋଷ ଆଉ ଦୟାକରି ତାଙ୍କୁ ଏମିତି ବଦନାମ କରନ୍ତୁ ନାହିଁ ବୋଲି ଚିତ୍କାର କରି ମିଡିଆ ସାମ୍ନାରେ କହୁଛନ୍ତି ।

ତେବେ ଆସନ୍ତୁ ଏହି ଘଟଣାର ସମ୍ପୂର୍ଣ ଖବର ବିଷୟରେ ଜାଣିବା । ଅର୍ଚନା ନାଗ ଗିରଫ ହେବାର ଚଉଦ ଦିନ ପରେ ସେ ଆଜି ଏସ-ଡି-ଜି-ଏମ କୋର୍ଟକୁ ଆସିଛନ୍ତି । ଅର୍ଚନାକୁ କୋର୍ଟକୁ ଆଣିବା ପାଇଁ ପୋଲିସ କଡା ସୁରକ୍ଷା ଦେଇଥିଲା । ତାଙ୍କୁ ସାଧାରଣ କଏଦୀଙ୍କ ପରି ନଆଣି ଏକ କଳାରଙ୍ଗର କପଡ଼ାରେ ଘୁଡା ଦିଆଯାଇଥିବା ଗାଡ଼ିରେ ଅଣା ଯାଇଥିଲା । ଯେପରି ଝରକା ପଟେ ତାଙ୍କୁ କେହି ଦେଖିପାରିବେ ନାହିଁ । ଆଉ ଏହାପରେ ଝାରପଡା ଓ ଭୁବନେଶ୍ୱର ଏସଡିଜିମ କୋର୍ଟରେ ମଧ୍ୟ ଲାଗିଥିଲା କଡା ସୁରକ୍ଷାର ବ୍ୟବସ୍ତା ।

ଯେଉଁଠାରେ କି ଏକ ପ୍ଲାଟୁନରୁ ଅଧିକ ପୋଲିସ ଫୋର୍ସ ମଧ୍ୟ୍ୟ ରଖା ଯାଇଥିଲା । ଏଠାରେ ମହିଳା ଇନିସ୍ପେକ୍ଟରଙ୍କ ସହିତ ମହିଳା କନେଷ୍ଟବଳ ବି ଉପସ୍ଥିତ ଥିଲେ । ମାତ୍ର ଏହି ପୋଲିସ ଭେନ ଭିତରୁ କୋର୍ଟ ମଧ୍ୟକୁ ନେବା ଭିତରେ ନାକେଦମ ହୋଇ ଯାଇଥିଲା ପୋଲିସ, କାରଣ ଅର୍ଚନାକୁ ଭେଟିବା ପାଇଁ ଉପସ୍ଥିତ ଥିଲେ ଗଣମାଧ୍ୟ୍ୟମ ପ୍ରତିନିଧି । ଅର୍ଚନା ଏହି ସମୟରେ ଗଣମାଧ୍ୟମକୁ ଏତିକି କହୁଥିଲେ ଯେ ତାଙ୍କର ଚରିତ୍ରକୁ ଗଙ୍ଗା ପରି ପବିତ୍ର ଆଉ ସେଥିପାଇଁ ଚିତ୍କାର କରି କହିଚାଲିଛନ୍ତି ସେ ଯେ ଗଣମାଧ୍ୟମ ମିଛ ଖବର ପ୍ରସାର କରନ୍ତୁ ନାହିଁ ନିଜର ଦାୟିତ୍ୱ ବୁଝନ୍ତୁ।

ଅର୍ଚନା ଯେ ନିଜର ଭୁଲ ନାହିଁ ବୋଲି ଚିତ୍କାର କରି କହୁଛନ୍ତି ତାହା କେତେ ମାତ୍ରାରେ ଠିକ ତାହା କୋର୍ଟ ନିଷ୍ପତି ନେବ ।ଅକ୍ଷୟ ପାରିଜାଙ୍କୁ ବ୍ଲାକମେଲିଙ୍ଗ କରିବା କଥାରେ ଏସଡିଜିମ କୋର୍ଟ ସେ ଧମକ ଦେଉଥିଲେ କି ନାହିଁ ଓ ଶ୍ରଦ୍ଧାଞ୍ଜଳିକୁ ସେ କାହିଁକି ଅକ୍ଷୟ ପରିଜାଙ୍କ ସହିତ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ, ଆଉ ଏହାସହିତ ତାଙ୍କର ୩କୋଟି ଟଙ୍କା ଉପରେ କଣ ପ୍ରତିକ୍ରିୟା ସେନେଇ ଜଣା ପଡ଼ିବ । ତେବେ ଅର୍ଚନା

Leave A Reply

Your email address will not be published.