ସାମ୍ପୁରୁ କ୍ୟାନ୍ସର ହେବାର ଆଶଙ୍କା, ଏଥିପାଇଁ ବଜାରରୁ କମ୍ପାନୀ ଫେରାଇ ନେଇଛି ଉତ୍ପାଦ, ଏ ନେଇ ସଫେଇ ଦେଲା କମ୍ପାନୀ

0

Get real time updates directly on you device, subscribe now.

ଜଣାଶୁଣା କମ୍ପାନୀ ୟୁନିଲିଭରର ଅନେକ ସାମ୍ପୁରେ ବେଞ୍ଜିନ ନାମକ ଭୟଙ୍କର କେମିକାଲ ମିଳିଛି । ଫଳରେ କମ୍ପାନୀ ଆମେରିକା ବଜାରରୁ ନିଜର ଉତ୍ପାଦ ଫେରାଇବାକୁ ନିଷ୍ପତ୍ତି ନେଇଛି । ଏହାରି ମଧ୍ୟରେ ୟୁନିଲିଭରର ସହାୟକ କମ୍ପାନୀ ହିନ୍ଦୁସ୍ତାନୀ ୟୁନିଲିଭର ଏହି ଖବରକୁ ନେଇ ସ୍ପଷ୍ଟୀକରଣ ରଖିଛି । କମ୍ପାନୀ କହିଛି ଯେ ଭାରତରେ ଏ ପ୍ରକାର କୌଣସି ଉତ୍ପାଦ ବିକ୍ରି ହୁଏନାହିଁ । କମ୍ପାନୀର ଅନେକ ସାମ୍ପୁ ବ୍ରାଣ୍ଡରେ ବେଞ୍ଜିନ ନାମକ ଏକ ବିପଜ୍ଜନକ ରାସାୟନ ମିଶିଛି । ଏହି ରାସାୟନ ଯୋଗୁଁ ମଣିଷମାନଙ୍କ ଠାରେ କର୍କଟ ରୋଗ ହୋଇପାରେ । ତେଣୁ କମ୍ପାନୀ ଭାରତରେ ଏହି ଉତ୍ପାଦ ଉତ୍ପାଦନ କରେନାହିଁ କିମ୍ବା ଏଠାରେ ବିକ୍ରୟ ହୁଏନାହିଁ । ଏଚୱେଲର ମୁଖପାତ୍ର କହିଛନ୍ତି ଯେ ଭାରତରେ ଆମେ ଡ୍ରାଇ ସାମ୍ପୁ ବିକ୍ରୟ କିମ୍ବା ଉତ୍ପାଦନ କରୁନାହୁଁ ।

ୟୁନିଲିଭର ଆମେରିକା ଓ କାନାଡା ସ୍ଵେଚ୍ଛାକୃତ ଭାବେ ଅକ୍ଟୋବର 21 ପୂର୍ବରୁ ଏହି ଉତ୍ପାଦିତ ଦ୍ରାଇସେଲ ଗୁଡ଼ିକୁ ବଜାରରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାସହିତ ଏପରି ମଧ୍ୟ କହିଛନ୍ତି ଯେ ଆଭ୍ୟନ୍ତରୀଣ ଅନୁସନ୍ଧାନ ପରେ ଏହି ଉତ୍ପାଦର ଉଚ୍ଚସ୍ତରର ବେଞ୍ଜିନ୍ ଚିହ୍ନଟ କରାଯାଇଥିଲା । ଏହାପରେ ହିଁ ବଜାରରୁ ଏହାକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ୟୁନିଲିଭର ଦ୍ଵାରା କୋକୋ ଦ୍ରାଇ ଶାମ୍ପୁ ମୁଖ୍ୟତଃ ଆମେରିକା ଓ କାନାଡା ବଜାରରେ ମିଳିଥାଏ । ସୂଚନା ଅନୁଯାୟୀ, ଅକ୍ଟୋବର 21 ରେ ଆମେରିକାର ନିୟାମକ ସଂସ୍ଥା ଖାଦ୍ୟ ଏବଂ ଡ୍ରଗ ଆଡମିନଷ୍ଟେସନ୍ ବଜାରରୁ ଡ୍ରାଇ ସାଂପୁ ପାଇଁ ଏକ ପ୍ରତ୍ୟାବର୍ତ୍ତନ ବିଜ୍ଞପ୍ତି ଜାରି ହୋଇଥିଲା । ତଦନ୍ତକାରୀ ମାନେ ଜାଣିବାକୁ ପାଇଛନ୍ତି ଯେ ଏହି ଦ୍ରବ୍ୟରେ ଅଧିକ ପରିମାଣରେ ବେଞ୍ଜୀନ ରହିଛି, ଯାହା କି କର୍କଟ ରୋଗର କାରଣ ହୋଇପାରେ ।

ସାଧାରଣତଃ ପାଣି ଅଭାବ ଥିବା ଅଞ୍ଚଳରେ ସୁଖିନା ସାମ୍ପୁ ବ୍ୟବହାର କରାଯାଏ, ଏହି ଉତ୍ପାଦ ବ୍ୟବହାର କରି କେଶ ଧୋଇବା ପାଇଁ କୌଣସି ପାଣିର ଆବଶ୍ୟକତା ହୁଏନାହିଁ । ଡଭ୍ ବ୍ୟତୀତ ୟୁନିଲିଭର ବ୍ରାନଡେଡ ଉତ୍ପାଦନ ଲକ୍ସ ସ୍ୱାବ ଟିଭ ଏବଂ ଟ୍ରେସ ମି ପ୍ରତ୍ୟାହାର ପାଇଁ ମଧ୍ୟ ଆଦେଶ ଜାରି ହୋଇଛି । ଏହି ସମସ୍ତ ଉତ୍ପାଦ ଗୁଡିକରେ ଉଚ୍ଚସ୍ତରର ବେଞ୍ଜିନ କେମିକାଲ ଥିବା କୁହାଯାଇଛି ।

Leave A Reply

Your email address will not be published.