ସ୍ତ୍ରୀ ସହ ଆସିଥିଲେ ଲିଙ୍ଗରାଜ ବୁଲିବା ପାଇଁ,ହେଲେ କୁଆଡେ ଚାଲିଯାଇଛନ୍ତି ସ୍ତ୍ରୀ ଆଉ ପୁଅ

0

Get real time updates directly on you device, subscribe now.

ଆଜିର ଏଇ ବିଚିତ୍ର ଦୁନିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଘଟଣା ଘଟୁଛି।କିଛି ଘଟଣା ଲୋକ ଲୋଚନ କୁ ଆସୁଛି ତ କିଛି ଘଟଣା ସେମିତି ରହିଯାଉଛି।କେବେ ଭଲ ଖବର ଆସୁଛି ତ କେବେ ଖରାପ ଖବର ଆସୁଛି।ପରିବାର ଏକ ବହୁତ ସୁନ୍ଦର ଶବ୍ଦ।ଏହାକୁ ଖୁସି ରେ ଭରପୂର କରିବା ହେଉଛି ପରିବାର ସଦସ୍ୟଙ୍କ କାମ।ସ୍ବାମୀ ସ୍ତ୍ରୀ ଏହିପରି ଦୁଇ ସଦସ୍ୟ,ଯାହାଙ୍କ ବିନା ପରିବାର ଅଧୁରା।ଏମିତି ଏକ ଘଟଣା ଘଟିଛି ଯେଉଁଠି ଜଣେ ସ୍ବାମୀ ତାର ସ୍ତ୍ରୀ ଆଉ ପୁଅ କୁ ଖୋଜୁଛି।ତାର ସ୍ତ୍ରୀ ଆଉ ପୁଅ କୁଆଡେ ପଳେଇ ଯାଇଛନ୍ତି।ଗତ ୧୭ ତାରିଖ ରେ ସେମାନେ ନିଖୋଜ ଅଛନ୍ତି।

ସେହି ସ୍ବାମୀ ଜଣଙ୍କ କହିବା ଅନୁଯାୟୀ ସେମାନେ ଆସିଥିଲେ ଲିଙ୍ଗରାଜ ମନ୍ଦିର ବୁଲିବା ପାଇଁ। ବାଡ଼େଇ ଛକ ରେ ରହୁଥିଲେ।୧୭ ତାରିଖ ଦିନ ସେମାନେ ୧ ନମ୍ୱର୍ ମାର୍କେଟ ରେ ସୋପିଂ କରିଥିଲେ।୧୮ ତାରିଖ ରେ ତାଙ୍କର ହାଇଦ୍ରାବାଦ କୁ ଟିକଟ କଟା ହୋଇଥିଲା।ହେଲେ ସ୍ବାମୀ ଜଣଙ୍କ ଗାଧାଉଥିବା ସମୟ ରେ ସ୍ତ୍ରୀ ଓ ପୁଅ କୁଆଡେ ପଳେଇଛନ୍ତି।ତେବେ ତାଙ୍କର କାହାରି ଉପରେ ସନ୍ଦେହ ନାହିଁ।

ସେ କହୁଛନ୍ତି ଯେ ସେମାନେ ଏଇ ଭୁବନେଶ୍ୱର ଭିତରେ ଅଛନ୍ତି।ତେବେ ତାଙ୍କ କହିବା ଅନୁଯାୟୀ ସେମାନଙ୍କ ମଧ୍ୟ ରେ କିଛି ରାଗ ରୁଷା ହୋଇନାହିଁ।ହାଇଦ୍ରାବାଦ ରେ ଥିବା ସମୟ ରେ ଥରେ ରାଗିଚନ୍ତି ନହେଲେ ସେମିତି କିଛି ହୋଇନାହିଁ।ସେ ତାଙ୍କ ସ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି ଯେ ସେ ଯେଉଁଠି ଅଛନ୍ତି ପଳେଇ ଆସନ୍ତୁ।ଏମିତି ହେବାରୁ ତାଙ୍କର ସାଢେ଼ ପାଞ୍ଚ ବର୍ଷ ର ପୁଅ ର ଭବିଷ୍ୟତ ଖରାପ ହେଉଛି।ସେ ଓଡ଼ିଶା ବାସୀଙ୍କୁ ମଧ୍ୟ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.