କୋଣାର୍କ ମନ୍ଦିରର ମୁଖଦ୍ଵାର ଖୋଲିଲେ ପ୍ରଳୟ ଆସିବ

0

Get real time updates directly on you device, subscribe now.

କୋଣାର୍କ ମନ୍ଦିର ନିଜ କଳାକୃତି ପାଇଁ ସାରା ବିଶ୍ୱରେ ଚର୍ଚ୍ଚିତ । ମନ୍ଦିରକୁ ଦେଖିଲେ ଏହା ଏକ ରଥ ପରି ଦେଖାଯାଏ, ଯେଉଁଥିରେ ବାରଟି ଚକ ଲାଗିଛି ଆଉ ଏଇ ରଥକୁ ସାତଟି ଘୋଡା ଟାଣିବାରେ ଲାଗିଛନ୍ତି । ଏହି ମନ୍ଦିରକୁ ଲାଙ୍ଗୁଳା ନରସିଂହ ଦେବ ସୂର୍ଯ୍ୟଦେବଙ୍କୁ ସମର୍ପିତ କରିଥିଲେ । କୋଣାର୍କ ମନ୍ଦିର ପ୍ରାଙ୍ଗଣରୁ ଆପଣ ସୂର୍ଯ୍ୟଦେବଙ୍କ ମନମୋହକ ରୂପ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ଉପଭୋଗ କରିପାରିବେ ।

ମନ୍ଦିରର ବାରଟି ଚକ ବର୍ଷର ବାର ମାସର ସୂଚକ ବୋଲି କୁହାଯାଏ ଏବଂ ପ୍ରତ୍ୟେକ ଚକରେ ଥିବା ଆଠଟି ଚକ ଦିନର ଆଠ ପ୍ରହରକୁ ଦର୍ଶାଇଥାଆନ୍ତି । କୋଣାର୍କ ମନ୍ଦିରକୁ ଦୁଇଭାଗରେ ବିଭକ୍ତ କରାଯାଇଛି । ପ୍ରଥମଟି ହେଉଛି ନାଟ ମନ୍ଦିର, ଯେଉଁଠାରେ ସୂର୍ଯ୍ୟଙ୍କର ପ୍ରଥମ କିରଣ ପଡ଼ିଥାଏ । ଏହି ମନ୍ଦିର ଆଗରେ ଦୁଇଟି ସିଂହ ଦୁଇଟି ହାତୀ ଉପରେ ବିରାଜମାନ ଥିବାର ଆମକୁ ଦେଖିବାକୁ ମିଳେ । ଏହା ଧନ ଓ ଅହଙ୍କାରର କ୍ଷୁର୍ଣ୍ଣର ପ୍ରତୀକ ବୋଲି ବିବେଚନା କରାଯାଏ ।

ପୁରାଣ ମାନ୍ୟତା ଅନୁସାରେ, ପ୍ରଭୁ ଶ୍ରୀକୃଷ୍ଣଙ୍କର ପୁତ୍ର ଶାମ୍ବଙ୍କୁ କୁଷ୍ଟରୋଗ ହୋଇଥିଲା ଏବଂ ଏହି ରୋଗରୁ ମୁକ୍ତି ପାଇଁ ରୁଷି କଟକ ତାଙ୍କୁ ସୂର୍ଯ୍ୟଦେବଙ୍କୁ ପୂଜା କରିବାକୁ ପରାମର୍ଶ ଦେଇଥିଲେ । ଶାମ୍ବ ଚନ୍ଦ୍ରଭାଗା ନଦୀ କୂଳରେ ଏହି ସ୍ଥାନରେ ବାରବର୍ଷ ତପସ୍ୟା କରିଥିଲେ । ସୂର୍ଯ୍ୟଦେବ, ଯିଏକି ସମସ୍ତ ରୋଗର ନାଶକ ଅଟନ୍ତି, ଶାମ୍ବଙ୍କର ତପସ୍ୟାରେ ସନ୍ତୁଷ୍ଟ ହୋଇ ତାଙ୍କ ରୋଗ ଭଲ କରି ଦେଇଥିଲେ । ତପସ୍ୟା ପରେ ଶାମ୍ବ ଯେତେବେଳେ ସ୍ନାନ କରୁଥିଲେ, ସେତେବେଳେ ତାଙ୍କୁ ସୂର୍ଯ୍ୟଙ୍କର ଏକ ପ୍ରତିମା ମିଳିଥିଲା ଏବଂ ସେ ସେହି ସମୟରେ ସୂର୍ଯ୍ୟଦେବଙ୍କ ପାଇଁ ଏକ ମନ୍ଦିର ସ୍ଥାପନ କରିବାର ଇଚ୍ଛା ପ୍ରକଟ କରିଥିଲେ ।

କୋଣାର୍କର ଲୋକ କଥା ଅନୁସାରେ, ଆଜି ବି ଏଠାରେ ସନ୍ଧ୍ୟାରେ ନର୍ତ୍ତକୀ ମାନଙ୍କର ଆତ୍ମା ନୃତ୍ୟ କରୁଥିବାର ବିଶ୍ୱାସ କରାଯାଏ । ଯେଉଁମାନେ ରାଜା ଶାସନ ସମୟରେ ରାଜ ଦରବାରରେ ନୃତ୍ୟ ପ୍ରଦର୍ଶନ କରୁଥିଲେ । କୁହାଯାଏ ଯେ ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଏକ ସାଣ୍ଡୱିଚ ସଦୃଶ କରାଯାଇଥିଲା । ଯାହାର ମଧ୍ୟ ଭାଗରେ ଲୁହା ପଥର ଓ ଲୁହାର ଚଦର୍ ଦିଆଯାଇଥିଲା ଏବଂ ତାରି ଉପରେ ମନ୍ଦିରର ପିଲର ଗୁଡ଼ିକ ରଖାଯାଇଥିଲା । ଏହାସହିତ ମନ୍ଦିରର ଚୁଡ଼ାରେ ଥିବା 52 ଟନର ଚୁମ୍ବକ ସମ୍ପୂର୍ଣ୍ଣ ମନ୍ଦିରର ସନ୍ତୁଳନ ରକ୍ଷା କରୁଥିଲା । କିନ୍ତୁ ଏହି ଚୁମ୍ବକ ଏବେ ଆଉ ନାହିଁ । ବିଦେଶୀମାନେ ଏହାକୁ ଭାଙ୍ଗି ଦେଇଥିଲେ, ଏହାଫଳରେ ସମ୍ପୂର୍ଣ୍ଣ ମନ୍ଦିରର ସନ୍ତୁଳନ ବିଗିଡି ଯାଇଥିଲା ଏବଂ ମନ୍ଦିରଟି ଧୀରେ ଧୀରେ ଭାଙ୍ଗିବାକୁ ଲାଗିଲା ।

1508 ମସିହାରେ ମୁସଲମାନ ଶାସକ ମାନଙ୍କଠାରୁ ସୂର୍ଯ୍ୟଦେବଙ୍କ ପ୍ରତିମାକୁ ଲୁଚାଇ ରଖିବାପାଇଁ ମନ୍ଦିରର କାର୍ଯ୍ୟକର୍ତ୍ତା ମାନେ ସୂର୍ଯ୍ୟଦେବଙ୍କ ପ୍ରତିମାକୁ ବାଲି ତଳେ ଲୁଚାଇ ରଖିଥିଲେ ଏବଂ ପରେ ସୂର୍ଯ୍ୟଦେବଙ୍କ ପ୍ରତିମାକୁ ପୁରୀର ଜଗନ୍ନାଥ ମନ୍ଦିରରେ ଇନ୍ଦ୍ର ମନ୍ଦିରରେ ରଖାଗଲା । ପ୍ରତ୍ନତତ୍ତ୍ଵବିତମାନଙ୍କ କହିବା ଅନୁସାରେ, ନୂଆଁ ଦିଲ୍ଲୀରେ ଥିବା ରାଷ୍ଟ୍ରୀୟ ସଂଗ୍ରହାଳୟରେ ଯେଉଁ ସୂର୍ଯ୍ୟଦେବଙ୍କ ମୂର୍ତ୍ତି ଏବେ ମଧ୍ୟ ଅଛି, ତାହା ହିଁ କୋଣାର୍କ ମନ୍ଦିରର ମୁଖ୍ୟ ଦେବତା ଅଟନ୍ତି ।

ମନ୍ଦିରରୁ ପୂଜ୍ୟ ଦେବତାଙ୍କୁ ନେଇଯିବା ପରେ ଏଠାରେ ପୂଜା ବନ୍ଦ ହୋଇଗଲା, ତେଣୁ ଏଠାକୁ ତୀର୍ଥ ଯାତ୍ରୀମାନଙ୍କ ଯିବାଆସିବା ମଧ୍ୟ ବନ୍ଦ ହୋଇଗଲା । ଏହା ବହୁ ମସିହା ପାଇଁ ଜଙ୍ଗଲ ମଧ୍ୟରେ ଲୁଚି ରହିଗଲା । 1901 ମସିହାରେ ଏହାକୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବାପାଇଁ ଏହାର ଚାରି ପାଖରେ ପାଚେରୀ ଛିଡ଼ା କରି ବାଲି ଭର୍ତ୍ତି କରାଯାଇଥିଲା । ତେବେ ଆଜକୁ 118 ବର୍ଷ ବିତି ଯାଇଥିଲେ ମଧ୍ୟ ଏହି ମନ୍ଦିରର ମୁଖଦ୍ଵାର ଖୋଲାଯାଇ ନାହିଁ । ସତରେ କଣ ଏହି ମନ୍ଦିରକୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବାକୁ ଖୋଲାଯାଉ ନାହିଁ କିମ୍ବା ଏହାର ଅପର ପାର୍ଶ୍ୱରେ ଏପରି କିଛି ରହସ୍ୟ ଲୁଚି ରହିଛି, ଯାହାକୁ ସର୍ବ ସମ୍ମୁଖକୁ ଅଣାଯାଉନାହିଁ ।

Leave A Reply

Your email address will not be published.