ଆଗାମୀ ୫ ଦିନ ମଧ୍ୟରେ ଏହି ସବୁ ସ୍ଥାନରେ ହେବ ପ୍ରବଳ ବର୍ଷା, ସୂଚନା ଦେଲା ପାଣିପାଗ ବିଭାଗ,ଜାଣନ୍ତୁ ଆପଣଙ୍କ ଜିଲ୍ଲାର ସ୍ଥିତି ?

0

Get real time updates directly on you device, subscribe now.

ନମସ୍କାର ବନ୍ଧୁଗଣ ବର୍ତ୍ତମାନର ବଡ ଖବର ପାଣିପାଗକୁ ନେଇ ଆସିଲା ନୂଆ ଅପଡେଟ ଆଜି ରାତିରୁ ପୁଣି ବଢିବ ବର୍ଷାର ପରିମାଣ ଆସନ୍ତା ୧୫ ତାରିଖ ଯାଏଁ ଲାଗି ରହିବ ପ୍ରବଳ ବର୍ଷା ୮ ଓ ୯ ତାରିଖକୁ ସାବଧାନ ଗୋଟିଏ ଲଘୁଚାପ ଯାଇନାହିଁ ପୁଣି ଆସୁଛି ଆଉ ଏକ ଲଘୁଚାପ ଏପଟେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା ଏପଟେ ରାଜ୍ୟରେ ଲଘୁଚାପ ପରେ ଲଘୁଚାପ ବଢ଼ାଉଛି ବାତ୍ୟା ଭୟ ଏହିସବୁ ଜିଲ୍ଲାକୁ ସାବଧାନ ତେବେ ଏହାକୁ ନେଇ କଣ ରହିଛି ସମ୍ପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା।ତେବେ ତୁହାକୁ ତୁହା ବର୍ଷା ନିର୍ଦ୍ଧୁମ ବର୍ଷାରେ ଭାସିଲା କଟକ ଏବଂ ଭୁବନେଶ୍ବର ।

ଗତକାଲି ଏମିତି ବର୍ଷା ହେଲା ଯେ ବତୁରୀଗଲା ଭସାଣୀ ଉତ୍ସବ ପାଣିପାଗ ପୂର୍ବାନୁମାନ କହୁଛି ଆଗକୁ ପୁଣି ଆଉ ଦୁଇଟି ଘୂର୍ଣ୍ଣିବଳୟ ଆସୁଛି ବଙ୍ଗୋପସାଗରରେ ଏବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବିଦାୟ ପ୍ରକ୍ରିୟା ବିଳମ୍ବିତ ହେବ। ତେବେ ଆସନ୍ତା ୨୫ ତାରିଖ ପୂର୍ବରୁ ମୌସୁମୀ ଓଡ଼ିଶା ଛାଡ଼ିବା ସମ୍ଭାବନା କ୍ଷୀଣ ଅର୍ଥାତ୍ ବର୍ଷା ଅବଧି ଏହି ବର୍ଷା ଟିକେ ଲମ୍ବା ରହିବ |ମଝିରେ ମଝିରେ ପ୍ରବଳ ବର୍ଷା ଲାଗି ରହିବ ଭାରତୀୟ ପାଣିପାଗ କେନ୍ଦ୍ର IMD ସୂଚନା ମୁତାବକ ୮ ରୁ ଘୂର୍ଣ୍ଣିବଳୟ ଆଉ ସେପଟେ ୧୩ ରୁ ୧୬ ତାରିଖ ଭିତରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ତାର ପାର୍ଶ୍ଵବର୍ତ୍ତୀ ଆରବ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି ଏହାର ପ୍ରଭାବ ଓଡ଼ିଶା ଉପରେ କଣ ରହିବ ତାହାକୁ ନେଇ ଏବେଠାରୁ ସ୍ପଷ୍ଟ ଆକଳନ କରାଯାଇନାହିଁ ତେବେ ଆଜି ପ୍ରବଳ ବର୍ଷା ହେବାକୁ ଥିବାବେଳେ ଅତି ଭୀଷଣ ବର୍ଷା ନେଇ ସତର୍କ କରିଛି ପାଣିପାଗ ବିଭାଗ।

ତେବେ ୮ ରେ କେତୋଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିଲା ବେଳେ ୯ ତାରିଖ ଏବଂ ୧୦ ତାରିଖରେ ଅତି ପ୍ରବଳ ବର୍ଷା ହେବାକୁ ଅଛି।ତେବେ ପ୍ରବଳ ବର୍ଷା ପାଇଁ ଆଜି ୧୦ ଜିଲ୍ଲାକୁହଳଦିଆ ସଂକେତ ଜାରି କରିଛନ୍ତି ପାଣିପାଗ ବିଭାଗ।ତେବେ ୯ ତାରିଖରେ ଗଞ୍ଜାମ, ଗଜପତି,କୋରାପୁଟ,ରାୟଗଡ଼ା,ପୁରୀ ରେ ହଳଦିଆ ସଂକେତ ଜାରି ହୋଇଛି ।ସେପଟେ ଟ୍ଵିନ ସିଟିରେ ତୁହାକୁ ତୁହା ବର୍ଷା ଅସ୍ତବ୍ୟସ୍ତ କରୁଛି।ବାଲେଶ୍ଵର, ଭଦ୍ରକ, ଯାଜପୁରକେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଜପତି, ଗଞ୍ଜାମ, ଢେଙ୍କାନାଳ,ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, କୋରାପୁଟ ଏହି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଅଛି।

ପୁରୀ,ଗଞ୍ଜାମ ଏବଂ ଗଜପତିରେ ପ୍ରବଳ ବର୍ଷା ପାଇଁ ହଳଦିଆ ସଂକେତ ଜାରି ହୋଇଛି।ତେବେ ଆପଣ ମାନେ ସତର୍କତା ନିଶ୍ଚିତ ଭାବରେ ଅବଲମ୍ବନ କରନ୍ତୁ, ବର୍ଷାରେ ଓଦା ହୁଅନ୍ତୁ ନାହିଁ,ଘରେ ରୁହନ୍ତୁ, ଆବଶ୍ୟକ ଥିବା ଲୋକଙ୍କୁ ସାହାଯ୍ୟ କରନ୍ତୁ।ଗୃହପାଳିତ ପଶୁ ପକ୍ଷୀଙ୍କୁ ଶୁଖିଲା ସ୍ଥାନରେ ଆଣି ରଖନ୍ତୁ।ତେବେ ଆସନ୍ତା 13 ରେ ଲଘୁଚାପ ସୃଷ୍ଟି ବେଳକୁ କେନ୍ଦ୍ରରେ ବାୟୁର ଚାପ ୧ ହଜାର ୩ ମିଲିବାର ରହିଥିବ ୧୩କିମ୍ବା 15 ତାରିଖ ବେଳକୁ ଏହା ୯୮୭ ମିଲିବାରକୁ ଖସି ଆସିବ ବାୟୁର ସ୍ତର ଏଭଳି ସ୍ତରକୁ ଖସି ଆସିବା ବାତ୍ୟାର ଆଶଙ୍କାକୁ ଆହୁରି ଦୃଢ଼ କରୁଛି ଏହି ବାତ୍ୟାର ଗତିପଥ ଆଣ୍ଡମାନ ପୂର୍ବ ଉପକୂଳରୁ ଉତ୍ତର ପଶ୍ଚିମ ଦିଗରେ ଗତିକରି ଏହା ଉତ୍ତର ଆନ୍ଧ୍ରପ୍ରଦେଶରେ ମାଡ ହୋଇପାରେ|

Leave A Reply

Your email address will not be published.