କୁଆଡେ଼ ଗଲେ ପ୍ରମିଳା ତ୍ରିପାଠୀ ? ଦୀପିକାଙ୍କ ହାତ ଛାଡ଼ିଦେଲେ କି ? ଏତେସବୁ ଘଟଣା ପରେ ଧାରଣା ସ୍ଥଳୀକୁ କାହିଁକି ଆସୁନାହାନ୍ତି ? ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି । ପୁଅକୁ ବାପାର ପରିଚୟ ଓ ସ୍ତ୍ରୀର ହକ ଦାବିରେ ଦୀପିକା ଧାରଣାରେ ବସିଛନ୍ତି । ଏହାରି ମଧ୍ୟରେ କିଛିଦିନ ଗଲେ ଦିନେଶଙ୍କ ପରିବାର ଲୋକ ଦୀପିକାଙ୍କ ସହ ଝଗଡା କରିସାରିଲେଣି ।
ଧାରଣାରେ ବସିଥିବା ଦୀପିକାଙ୍କୁ ସମାଜସେବୀ ପ୍ରମିଳା ତ୍ରିପାଠୀ ସହଯୋଗ କରିଥିବାବେଳେ ଏବେ ଆଉ ତାଙ୍କର ଦେଖା ମିଳୁନାହିଁ । ତାକୁ ନେଇ ଏବେ ବହୁତ୍ ଚର୍ଚ୍ଚା ହେଉଛି । କିଛିଦିନ ତଳେ ଦିନେଷଙ୍କ ଘର ଲୋକେ ଦୀପିକାଙ୍କ ପାଲ ଚିରିଦେବା ସହିତ ଦୀପିକା ଓ ଦିନେଶଙ୍କ ପରିବାର ମଧ୍ୟରେ ହୋଇଥିବା ପାଟିତୁଣ୍ଡ ସମୟରେ ମଧ୍ୟ ପ୍ରମିଳା ତ୍ରିପାଠୀ ଅନୁପସ୍ଥିତ ଥିଲେ । କାରଣ ସ୍ତ୍ରୀର ଅଧିକାର ଓ ପୁଅକୁ ତାର ବାପାର ପରିଚୟ ପ୍ରଦାନ ଦାବିରେ ଅଗଷ୍ଟ ମାସ 2 ତାରିଖରୁ ଦୀପିକା ଦେଶୀ ବେହେରା ସାହିରେ ଦିନେଶଙ୍କ ଘର ବାରଣ୍ଡାରେ ଧାରଣାରେ ବସିଛନ୍ତି ।
ଧାରଣାରେ ବସିବାର 5 ଦିନ ପରେ ପ୍ରମିଳା ତ୍ରିପାଠୀ ଦୀପିକାଙ୍କୁ ସହଯୋଗରେ ହାତ ବଢ଼ାଇବା ସହ ଧାରଣାରେ ସାମିଲ ହୋଇଥିଲେ । କିନ୍ତୁ ହଠାତ୍ ଏବେ ପ୍ରମିଳା ତ୍ରିପାଠୀଙ୍କ ଅନୁପସ୍ଥିତି ଲୋକଙ୍କ ପାଇଁ ସମାଲୋଚନାର କାରଣ ପାଲଟିଛି । ଗତ ଦୁଇଦିନ ପୁର୍ବରୁ ଦୀପିକା ଓ ଦୀନେଶଙ୍କ ପରିବାର ମଧ୍ୟରେ ପାଟିତୁଣ୍ଡ ହେବାପରେ ଦିନେଶଙ୍କ ପରିବାର ଲୋକେ କୁଆଡେ ଚାଲିଯାଇଛନ୍ତି । ବର୍ତ୍ତମାନ ଦିନେଶଙ୍କ ଘରେ ତାଲା ଝୁଲୁଥିବାବେଳେ ଏକୁଟିଆ ହୋଇ ଦୀପିକା ଧାରଣାରେ ବସିଛନ୍ତି ।
ଦୀର୍ଘ ଦିନ ହେଲାଣି ନ୍ୟାୟ ନ ମିଳୁଥିବା ବେଳେ ଏବେ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ପୂର୍ବରୁ ଅନେକଥର ଦିନେଶଙ୍କ ପରିବାର ଲୋକେ ଉଭୟେ ଦୀପିକା ଓ ପ୍ରମିଳାଙ୍କୁ ଉଠାଇବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ସବୁ ବିପଦରେ ପ୍ରମିଳା ଆଗରେ ଠିଆ ହୋଇ ରହୁଥିବା ଯୋଗୁଁ ସାହସ ଆସୁଥିଲା । ଏବେ କିନ୍ତୁ ତାଙ୍କର ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଖାଲି ସେତିକି ନୁହେଁ, ଅନେକ ପ୍ରଶ୍ନ ମଧ୍ୟ ଠିଆ ହୋଇଛି । ପ୍ରମିଳା ତ୍ରିପାଠୀ କୁଆଡେ ଗଲେ ? ଦୀପିକାଙ୍କୁ ସହଯୋଗର ହାତ ବଢ଼ାଇବାକୁ କାହିଁକି ଆସୁନାହାନ୍ତି ?