ବର୍ତ୍ତମାନ ସବୁ ବାପାମାଆ ସାବଧାନ ହୋଇଯାନ୍ତୁ, ଯଦି ଆପଣଙ୍କ ଘରେ ଛୋଟ ପିଲା ଅଛନ୍ତି ତେବେ ଆହୁରି ସତର୍କ ହୁଅନ୍ତୁ । ଆଉ ଯଦି ଆପଣଙ୍କ ପିଲାମାନଙ୍କୁ ଘରୁ ବାହାରକୁ ଏକୁଟିଆ ଛାଡ଼ି ଦେଉଛନ୍ତି, ତେବେ କଥା ସରିଯିବ । କେତେବେଳେ ବି ଆପଣଙ୍କ ପିଲା ବାହାରକୁ ଯାଇ ଆଉ ଘରକୁ ଫେରି ନ ପାରେ । କେତେବେଳେ ବି ଆପଣଙ୍କ ଘରେ କାନ୍ଦବୋବାଳି ପଡ଼ିଯାଇପାରେ । ଆଉ ସତର୍କ ନହେଲେ ଆପଣଙ୍କ କୋଳ ଶୂନ୍ୟ ମଧ୍ୟ ହୋଇଯାଇପାରେ ।
ପିଲାଚୋରଙ୍କ ଡାହାଣ ଆଖି ଏବେ ଏଠି ସେଠି ଏବେ ସବୁଠି ଚକ୍କର କାଟୁଛି । ମଣିଷ ଶରୀରର ବିଭିନ୍ନ ଅଙ୍ଗକୁ କାଟି ଚୋରା ବେପାର କରୁଥିବା ସଇତାନମାନଙ୍କର ଲୋଲୁପ ନଜର ଏବେ ସବୁଠି ଘୁରି ବୁଲୁଛି । ସିଧା କହିବାକୁ ଗଲେ ସବୁ ପିଲାମାନଙ୍କ ଜୀବନ ଏବେ ବିପଦରେ ପଡ଼ିଛି । ଆଉ ଏବେ ସେହି ବିପଦରେ ପଡ଼ିଥିବା ପିଲାମାନଙ୍କ ମଧ୍ୟରେ ଆପଣଙ୍କ ପୁଅଝିଅ ମଧ୍ୟ ଥାଇପାରନ୍ତି । ପିଲାଚୋରଙ୍କ ଆତଙ୍କ ଏବେ ସବୁ ଜାଗାରେ ଦେଖିବାକୁ ମିଳୁଛି ।
ବାହାର ରାଜ୍ୟରୁ ଆସି ସେମାନେ ଓଡ଼ିଶାର ପିଲାମାନଙ୍କ ଉପରେ ମଧ୍ୟ ଟାର୍ଗେଟ କରିଛନ୍ତି । ଭିକାରି ବେଶକୁ ଧାରଣ କରି ଲୋକଙ୍କ ଆଖିରେ ଧୂଳି ଦେଇ ନିଜ ଟାର୍ଗେଟକୁ ପୂରଣ କରୁଛନ୍ତି । ଚକଲେଟ ଦେବା ଆଳରେ ପିଲାମାନଙ୍କୁ ଚକମା ଦେଇ କାବୁ କରୁଛନ୍ତି । ଆଉ ନିଜର ପିଲାଚୋରିର ସାମ୍ରାଜ୍ୟ ବିସ୍ତାର କରି ସମସ୍ତଙ୍କ ମନରେ ଭୟ ମଧ୍ୟ ସୃଷ୍ଟି କରୁଛନ୍ତି ।
ସେମାନେ ଏମିତି ସେମିତି ଚୋର ନୁହଁନ୍ତି ବରଂ ଏକାବେଳକେ ସେମାନେ ମହାଚତୁର ଏବଂ ମହା ଭୟଙ୍କର ଅଟନ୍ତି । ଭିକାରି ବେଶରେ ସିନା ଘୁରି ବୁଲୁଛନ୍ତି, କିନ୍ତୁ ପାଖରେ ମାସ୍କ, ସ୍ପ୍ରେ, ବ୍ଲେଡ, ଛୁରୀ ଭଳି ମରଣାତ୍ମକ ଅସ୍ତ୍ର ପାଖରେ ରଖୁଛନ୍ତି । ବେଶରେ ସିନା ଭିକାରୀ, କିନ୍ତୁ ପ୍ରକୃତରେ ସେମାନେ ପ୍ରଳୟଙ୍କରୀ । ଏମାନଙ୍କ ବେଶ ଏତେ ନିଖୁଣ ଯେ ହଠାତ୍ କେହି ସନ୍ଦେହ କରିବେନି କି ଧରାପଡ଼ି ଯିବାପରେ ହଠାତ କେହି ବିଶ୍ବାସ ମଧ୍ୟ କରିବେନି । ଚକଲେଟ ଦେଖାଇ ମନ କିଣିନେବେ ଆଉ ଖାଇସାରି ଶୋଇପଡ଼ିଲେ ଚୋରି କରି ନେଇ ଶରୀରର ଅଙ୍ଗକୁ କାଟିଦେଇ ବେପାର କରିବେ ।
ଘଟଣାରୁ ପ୍ରକାଶ ଯେ ବର୍ତ୍ତମାନ ପାର୍ବଣ ଋତୁ ପାଇଁ କିଛି ଅଣଓଡ଼ିଆ ମହିଳା ଏବଂ ପୁରୁଷମାନେ ବାଲିଆପାଳ ଅଞ୍ଚଳରେ ପିଲାଚୋରିର ଆତଙ୍କ ସୃଷ୍ଟି କରିଛନ୍ତି । କିଛି ଦିନ ତଳେ ଦିନେ ନୂଆଁ ଗାଁ ମାର୍କେଟରେ ଜଣେ ଦୂର୍ବୁତ ପିଲାମାନଙ୍କୁ ଚକଲେଟ ଦେଉଥିବାର ଦେଖି ଲୋକମାନେ ତାକୁ କାବୁ କରି ଠିକଣା ପଚାରିଥିଲେ । କିନ୍ତୁ ସେ ପ୍ରଥମେ କଟକ, ହାଇଦ୍ରାବାଦ ପରେ ପରେ ମୁମ୍ବାଇ ଆଦି କହିବାରୁ ଲୋକମାନେ ସନ୍ଦେହ କରି ତାର ବ୍ୟାଗକୁ ଖୋଲିଥିଲେ । ସେଥିରୁ ବ୍ଲେଡ, ଛୁରୀ ଆଦି ମିଳିବାରୁ ତାକୁ ପୋଲିସର ଜିମା ମଧ୍ୟ ଦେଇଥିଲେ । ଏହିପରି ଜଗତସିଂହପୁରରେ ମଧ୍ୟ ଘଟଣା ଘଟିଛି । ତେବେ ଆପଣ ନିଜ ପିଲାଙ୍କୁ ଶିକ୍ଷା ଦିଅନ୍ତୁ ଯେ କୌଣସି ଅଜଣା ଅପରିଚିତ ଲୋକ ଚକଲେଟ କିମ୍ବା ଆଉ କିଛି ବି ଦେଲେ ଯେପରି ସେମାନେ ଖାଇବେ ନାହିଁ । କୌଣସି ଲୋକ ପିଛା କରିଲେ ଗହଳି ଜାଗା ଦେଖି ଅଟକି ଯିବାକୁ ପିଲାମାନଙ୍କୁ ସିଖାନ୍ତୁ ।