ଆଜିକାଲି ପ୍ରାୟ ଲୋକ ଅନଲାଇନରେ ଖାଦ୍ୟ ମଗାଉଛନ୍ତି । ଘରେ ଆରାମରେ ବସି ଖାଦ୍ୟ ଅର୍ଡର କଲେ, କିଛି ସମୟ ମଧ୍ୟରେ ଖାଦ୍ୟ ପହଞ୍ଚିଯାଉଛି । ତେବେ ଏଥିପାଇଁ ଡେଲିଭରି ବୟକୁ ନାନା ସମସ୍ୟା ଦେଇ ଗତି କରିବାକୁ ପଡ଼େ । ବର୍ଷା, ଖରା, ଶୀତରେ ମଧ୍ୟ ସେମାନେ ଖାଦ୍ୟ ପହଞ୍ଚାଇବାରେ ହେଲା କରନ୍ତି ନାହିଁ । କିନ୍ତୁ କେବେ କେବେ ଟ୍ରାଫିକ ଜାମ କିମ୍ବା ଅନ୍ୟ କୌଣସି ସମସ୍ୟା ଥିଲେ, ଖାଦ୍ୟ ପହଞ୍ଚାଇଵାରେ ବିଳମ୍ବ ହୋଇଥାଏ । ଏଥିପାଇଁ ଡେଲିଭରି ବୟ ନାନା କଥା ଶୁଣନ୍ତି ।
ବର୍ତ୍ତମାନ ସାମ୍ନାକୁ ଆସିଥିବା ଘଟଣାରେ କିନ୍ତୁ କିଛି ଅଲଗା ଦେଖିବାକୁ ମିଳିଛି । ପ୍ରକୃତରେ ଜଣେ ବ୍ୟକ୍ତି ଘଣ୍ଟା ଘଣ୍ଟା ଧରି ଅର୍ଡର ପାଇଁ ଅପେକ୍ଷା କରିବା ପରେ ଡେଲିଭରି ବୟଙ୍କର ଆଳତି କରିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ପୂଜା ପାର୍ବଣ ଥିଲେ ଟ୍ରାଫିକ ଜାମ ରହେ, ଏହି ସମୟରେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଡେଲିଭରି ବୟ ଆସି ଖାଦ୍ୟ ପହଞ୍ଚାଇବାରେ ସମସ୍ୟା ଅନୁଭବ କରନ୍ତି । ତେବେ ଠିକ୍ ସମୟରେ ଖାଦ୍ୟ ନ ପହଞ୍ଚାଇଥିବାରୁ ଡେଲିଭରି ବୟଙ୍କର ଜଣେ ବ୍ୟକ୍ତି ବନ୍ଦାପନା କରିଛନ୍ତି । ଆପଣ ପ୍ରଥମଥର ଏଭଳି କିଛି ନିଆରା ଦୃଶ୍ୟ ଦେଖିବାକୁ ପାଇବେ ।
ସୋସିଆଲ ମିଡିଆରେ ଏହି ମଜାଦାର ଭିଡିଓ ଦେଖିବାକୁ ମିଳିଛି । ଭିଡ଼ିଓରେ ଜଣେ ଜମାଟୋର ଏଯେଣ୍ଟ ଖାଦ୍ୟ ଧରି ଗ୍ରାହକଙ୍କ ଦୁଆରେ ପହଞ୍ଚୁଛନ୍ତି । ସେ ଖାଦ୍ୟ ବରାଦ ଦେବାର ଦୀର୍ଘ ଚାରି ଘଣ୍ଟା ପରେ ଖାଦ୍ୟ ପହଞ୍ଚିଥିବାରୁ ଗ୍ରାହକ ଜଣକ ଏକ ମଜାଦାର ଶୈଳୀରେ ଆଳତି ଥାଳି ଧରି ତାଙ୍କର ସ୍ବାଗତ କରୁଛନ୍ତି । ସେଥିରେ ପୁଣି ” ଆଇୟେ ଆପକା ଇନ୍ତିଜାର ଥା” ଗୀତ ବି ଗାଉଛନ୍ତି ।