ସାବଧାନ ! ଏମିତି ଭାବରେ ମୋବାଇଲ ଚାର୍ଜ କରୁଛନ୍ତି କି ? ତା ହେଲେ ସହିବାକୁ ପଡ଼ିବ ବଡ଼ କ୍ଷତି,ପୋଲିସ ତରଫରୁ ଆସିଲା ସତର୍କ ସୂଚନା
ମୋବାଇଲ୍ ଫୋନ୍ ଆମ ଜୀବନର ବହୁତ୍ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟି ଯାଇଛି । ଏହାର ବ୍ୟବହାର ଅଧିକାଂଶ କାମରେ ହେବାକୁ ଲାଗିଲାଣି । ଏହାଦ୍ବାରା ଆମର ଅନେକ କାମ ବହୁତ୍ ସହଜରେ ହୋଇଯାଏ । କିନ୍ତୁ ଏହି କାରଣରୁ ଅନେକଥର ଲୋକଙ୍କୁ କ୍ଷତି ମଧ୍ୟ ସହିବାକୁ ପଡିଥାଏ । ଏହାକୁ ନେଇ ଅନେକ ସମୟରେ ସଚେତନତା ମଧ୍ୟ ଜାରି କରାଯାଇଥାଏ ।
ଗୋଟିଏ ପରାମର୍ଶ ଅନୁଯାୟୀ, ଯଦି ଆପଣ ଫୋନକୁ ପବ୍ଲିସ ପ୍ଲେସରେ ଚାର୍ଜ କରନ୍ତି, ତେବେ ଆପଣ ଏବେଠୁ ସାବଧାନ ରହିବା ଉଚିତ୍ । ଅନେକଥର ଆମେ ରେଲୱେ ଷ୍ଟେସନ, ଏୟାରପୋର୍ଟ କିମ୍ବା ଅନ୍ୟ ସ୍ଥାନରେ ଉପଲବ୍ଧ ସର୍କେଟରେ ଚାର୍ଜର ଲଗାଇ ଫୋନ୍ ଚାର୍ଜ କରିବାକୁ ଲାଗନ୍ତି । କିନ୍ତୁ ଏହାଦ୍ବାରା ଆପଣଙ୍କ ବ୍ୟକ୍ତିଗତ ସୂଚନା ଚୋରି ହୋଇପାରେ ।
ପବ୍ଲିକ ପ୍ଲେସରେ ଫୋନ୍ ଚାର୍ଜ କରିବା ପଡିପାରେ ମହଙ୍ଗା :-
ଏହାକୁ ନେଇ ଓଡ଼ିଶା ପୋଲିସ ଆଲର୍ଟ ଜାରି କରିଛି । ଏଥିରେ କୁହାଯାଇଛି ଯେ ଆପଣ ପବ୍ଲିକ ପ୍ଲେସ ଭଳି ମୋବାଇଲ ଚାର୍ଜିଂ ଷ୍ଟେସନ୍, USB ପାୱାର ଷ୍ଟେସନ ଏବଂ ଅନ୍ୟ ସ୍ଥାନରେ ମୋବାଇଲ ଚାର୍ଜ କରନ୍ତୁ ନାହିଁ । ଓଡିଶା ପୋଲିସ ଟୁଇଟ କରି କହିଛି ଯେ ସାଇବର ଫ୍ରଡ ଆପଣଙ୍କ ଫୋନରେ ମ୍ୟାଲବେୟର ଇନଷ୍ଟଲ୍ କରି ଆପଣଙ୍କ ବ୍ୟକ୍ତିଗତ ସୂଚନା ମୋବାଇଲରୁ ଚୋରି କରିପାରନ୍ତି ।
ଏହା ପ୍ରଥମଥର ଏପରି ଚେତାବନୀ ଦିଆଯାଇ ନାହିଁ । ଏହା ପୂର୍ବରୁ ମଧ୍ୟ ପବ୍ଲିକ ପ୍ଲେସରେ ମୋବାଇଲ ଚାର୍ଜିଂକୁ ନେଇ ଏପରି ଚେତାବନୀ ଜାରି କରାଯାଇଛି । ନିକଟରେ ହାଇଦ୍ରାବାଦର ସାଇବର ପୋଲିସ ମଧ୍ୟ ଚେତାବନୀ ଦେଇଥିଲା । ସାଇବର ସେଲ ତରଫରୁ କୁହାଯାଇଛି ଯେ 5G SIM ଅପଗ୍ରେଡ ନାମରେ ଲୋକଙ୍କ ସହ ଧୋକା କରାଯାଉଛି ।
ସ୍କାମର୍ସ ସେମାନଙ୍କ ସିମକୁ ବ୍ଲକ କରିଦିଅନ୍ତି ଏବଂ ସେମାନଙ୍କ ଆକାଉଣ୍ଟରୁ ପଇସା ବାହାର କରିନିଅନ୍ତି । ଏଥିପାଇଁ ସ୍କାମର୍ସଙ୍କ ତରଫରୁ ଗୋଟିଏ ଲିଙ୍କ ମୋବାଇଲ ୟୁଜରଙ୍କୁ ପଠା ଯାଇଥାଏ । ଏହି ଲିଙ୍କ ଉପରେ କ୍ଲିକ୍ କରିବା ମାତ୍ରେ ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟ ସହ ଜଡ଼ିତ ଅନେକ ବିବରଣୀ ସ୍କାମର୍ସଙ୍କ ପର୍ଯ୍ୟନ୍ତ ପହଞ୍ଚି ଯାଇଥାଏ ।
ଏହାପରେ ସେମାନେ ଏହାକୁ ସ୍କାମ୍ କରିବାପାଇଁ ବ୍ୟବହାର କରନ୍ତି । ଏହି କାରଣରୁ ଆପଣ ଏପରି କୌଣସି ପ୍ରକାର ଅଜଣା ଲିଙ୍କ ପ୍ରତି ସଚେତନ ରହିବା ଉଚିତ୍ ।