ଟେଷ୍ଟ ପରୀକ୍ଷାରେ ଫେଲ୍ ହେବାରୁ ୫ମ ଶ୍ରେଣୀର ପିଲାଙ୍କୁ ଶିକ୍ଷକଙ୍କର ମାଡ଼,ଚାଲିଗଲା ଜୀବନ

0

Get real time updates directly on you device, subscribe now.

ଗ୍ରେଟର ନୋଏଡାରେ ଶିକ୍ଷକ ଙ୍କ ପିଟାଇ ଫଳରେ ଏକ ନିରିହ ଛାତ୍ରର ମୃତ୍ୟୁ ମାମଲା ସାମନାକୁ ଆସିଛି|ତାହାପରେ ପୋଲିସ ଆରୋପୀ ଶିକ୍ଷକ ବିରୁଦ୍ଧରେ କେଶ ଦାଖଲ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି|ଏବେ ଆରୋପୀ ଫେରାର ଜଣାପଡିଛି|ତାର ସନ୍ଧାନ ପାଇଁ ପୋଲିସ ଟିମ ଗଠନ କରିଛି|ପରିଜ ଆରୋପୀ ଶିକ୍ଷକ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି କରିଛନ୍ତି|

ମାମଲା ବଦଲାପୁର ଥାନା ଅନ୍ତର୍ଗତ ବମ୍ବାବଡର ଅଟେ|ସୂଚନାଯୋଗ୍ୟ ଶୁକ୍ରବାର ୭ ଅକ୍ଟୋବର ବମ୍ବାଡ ଗାଁର ଏକ ପ୍ରାଇଭେଟ୍ ସ୍କୁଲରେ ଶିକ୍ଷକଙ୍କ ଦ୍ଵାରା ୫ମ ଶ୍ରେଣୀର ଛାତ୍ରଙ୍କ ଟେଷ୍ଟ ନିଆଯାଉଥିଲା|ଟେଷ୍ଟ ରେ କିଛି ପିଲା ଫେଲ ହୋଇଗଲେ|ଫେଲ ହୋଇଥିବା ସବୁ ଛାତ୍ରଙ୍କୁ ଦୁଇ ଦୁଇ ଦଣ୍ଡା ମାଡ ଦିଆଯାଇଥିଲା|କିଛି ସମୟ ପରେ ଗୋଟିଏ ଛାତ୍ରର ଅବସ୍ଥା ବିଗଡିଗଲା ଯିଏ ପୂର୍ବରୁ ବେମାର ଥିଲା|

ପୋଲିସ କହିଛି ଯେ ଶିକ୍ଷକଙ୍କ ଦ୍ୱାରା ପରିଜନଙ୍କୁ ଫୋନରେ ଛାତ୍ର ଶରୀର ଖରାପ କଥା ସୂଚନା ଦିଆଯାଇଥିଲା|ଛାତ୍ରର ପରିଜନ ଓ ଶିକ୍ଷକ ଛାତ୍ରକୁ ନେଇ ହସ୍ପିଟାଲ ପହଞ୍ଚି ଥିଲେ, ଯେଉଁଠି ଦିଲ୍ଲୀ ହସ୍ପିଟାଲ ରେଫର କରିଥିଲେ|ଶନିବାର ଚିକିତ୍ସା ସମୟରେ ମୃତ୍ୟୁ ଘଟିଥିଲା|ପରିଜନ ଦ୍ୱାରା ଶିକ୍ଷକ ବିରୁଦ୍ଧରେ ଏଫଆଇଆର ଦାଖଲ ସହ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି|

ଡିସିପି ସେଣ୍ଟ୍ରାଲ ନୋଏଡା କହିଛନ୍ତି ଆରୋପୀ ଟିଚର ଫେରାର ହୋଇଯାଇଛନ୍ତି ଯାହାର ସନ୍ଧାନ ପାଇଁ ପୋଲିସ ଟିମ ଗଠନ କରିଛନ୍ତି|ଛୁଆର ମା କହିଛନ୍ତି ଟେଷ୍ଟ ପରେ ଏତେ ପିଟାଗଲା ଯେ ସେ ଗମ୍ଭୀର ଭାବରେ ଆହତ ହୋଇଥିଲେ ଫଳରେ ଦିଲ୍ଲୀ ହସ୍ପିଟାଲ ରେଫର ହୋଇଥିଲା ଓ ଚିକିତ୍ସାଧୀନ ସମୟରେ ମୃତ୍ୟୁ ଘଟିଥିଲା|

Leave A Reply

Your email address will not be published.