ସମସ୍ତଙ୍କ ପ୍ରିୟ ବିସ୍କୁଟ Parle-G ରେ ‘G’ ର ଅର୍ଥ କ’ଣ ? 90% ଲୋକ ଭୁଲ୍ ଉତ୍ତର ଜାଣିଛନ୍ତି, ଆଉ ଆପଣ ?

0

Get real time updates directly on you device, subscribe now.

ଆଜିର ସମୟରେ ମାର୍କେଟକୁ ବିଭିନ୍ନ ପ୍ରକାରର ବିସ୍କୁଟ ଆସୁଛି, ତଥାପି ଆଜି ମଧ୍ୟ Parle-G ବିସ୍କୁଟ କଥା ଖୁବ୍ ନିଆଁରା ଅଟେ । କାରଣ ଏହା ସହିତ ସମସ୍ତଙ୍କ ପିଲାଦିନର ସ୍ମୃତି ଯୋଡ଼ି ହୋଇଛି ଏବଂ ଏହାର ସ୍ଵାଦ ଲୋକଙ୍କ ଜିଭ ସହ ହୃଦୟରେ ମଧ୍ୟ ଚଢ଼ିଯାଇଛି । ପ୍ରାୟ ସମସ୍ତଙ୍କୁ ଏହି ବିସ୍କୁଟ ବହୁତ୍ ପଶନ୍ଦ ହୋଇଥାଏ । ପାର୍ଲେ ଜିର ଏପରି ଲଭର୍ସ ପାଇଁ ଆମେ ଗୋଟିଏ ବହୁତ୍ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଆଣିଛୁ ଏବଂ ତାହା ହେଉଛି କ’ଣ ଆପଣ Parle-G ରେ ‘G’ ର ଅର୍ଥ ଜାଣିଛନ୍ତି ?

Parle-G ରେ ‘G’ ର ଅର୍ଥ Genius ନୁହେଁ :-

ବର୍ତ୍ତମାନ ଆପଣଙ୍କ ମଧ୍ୟରୁ ଅନେକ ଲୋକ କହିବେ ଯେ Parle-G ରେ ‘G’ ର ଅର୍ଥ Genius ହୋଇଥାଏ । ତେବେ ଆମେ ଆପଣଙ୍କୁ କହିରଖୁଛୁ ଯେ ଏଠାରେ ‘G’ ର ଅର୍ଥ Genius ବିଲକୁଲ ନୁହେଁ । ବାସ୍ତବରେ ଆପଣଙ୍କୁ Parle-G ରେ ‘G’ ର ଅର୍ଥ ଜାଣିବାପାଇଁ ସର୍ବପ୍ରଥମେ ଏହି ବିସ୍କୁଟର ଇତିହାସ ଜାଣିବା ଉଚିତ୍ । ତେବେ କହିରଖୁଛୁ ଯେ ଦେଶରେ Parle-G ବିସ୍କୁଟ କମ୍ପାନୀର ଆରମ୍ଭ ସ୍ଵାଧୀନତା ପୂର୍ବରୁ 1929 ମସିହାରେ ହୋଇଥିଲା, ଯାହା 1938 ମସିହାରେ Parle-Gloco ନାମରେ ବିସ୍କୁଟ ଉତ୍ପାଦନ ଆରମ୍ଭ କରିଥିଲା । ଏହାପରେ ଆରମ୍ଭରେ ଏହାକୁ Gluco Biscuit ନାମରେ ବିକ୍ରି କରାଗଲା ।

1980 ରେ ଗ୍ଲୁକୋ ବିସ୍କୁଟ, ’Pagle-G’ ନାମରେ ପୁଣିଥରେ ଲଞ୍ଚ ହେଲା :-

କିନ୍ତୁ ସେହିପରି ଦେଶର ସ୍ଵାଧୀନତା ପରେ କମ୍ପାନୀକୁ ଗ୍ଲୁକୋ ବିସ୍କୁଟ ଉତ୍ପାଦନ ବନ୍ଦ୍ କରିବାକୁ ପଡ଼ିଥିଲା । କାରଣ ଏହି ବିସ୍କୁଟକୁ ତିଆରି କରିବାରେ ଗହମକୁ ବ୍ୟବହାର କରାଯାଉଥିଲା, କିନ୍ତୁ ସ୍ଵାଧୀନତା ପରେ ଦେଶରେ ଶସ୍ୟର ଭାରି ସଙ୍କଟ ଆସିଥିଲା । ସେହିପରି ଯେତେବେଳେ କମ୍ପାନୀ ପୁଣିଥରେ ବିସ୍କୁଟ ଉତ୍ପାଦନ ଆରମ୍ଭ କଲା, ସେତେବେଳେ ସେହି ବଜାରରେ ବ୍ରିଟାନୀୟା ଭଳି କମ୍ପାନୀ କମ୍ପିଟିସନରେ ଓହ୍ଲାଇ ଆସିଥିଲେ ।

ତେବେ ସେ ସମୟରେ ବ୍ରିଟାନୀୟା Glucose-D ନାମକ ବିସ୍କୁଟ ଉତ୍ପାଦନ ବଜାରକୁ ଆସିଥିଲା । ଏପରି ପରିସ୍ଥିତିରେ ପାର୍ଲେ 1980 ମସିହାରେ ଗ୍ଲୁକୋ ବିଷ୍କୁଟକୁ ନୂତନ ନାମ ‘Parle-G’ ସହ ପୁଣିଥରେ ଲଞ୍ଚ କଲା, ଯେଉଁଠାରେ ‘G’ ର ଅର୍ଥ ‘ଗ୍ଲୁକୋଜ'(Glucose) ହିଁ ଥିଲା ।

ଏହି ନୂତନ ନାମକ ପାର୍ଲେ-ଜି ବିସ୍କୁଟ ଇଣ୍ଡିଆରେ ଏମିତି ନାଁ କଲା ଯେ 5 ଦଶକ ବିତିଯିବା ପରେ ମଧ୍ୟ ଆଜି ବି ଏହାର ଲୋକପ୍ରିୟତା କମିନାହିଁ । ଉଲ୍ଲେଖଯୋଗ୍ୟ ଯେ 2000 ମସିହାରେ କମ୍ପାନୀ ‘G’ ର ଅର୍ଥ ‘Genius’ କହି ନିଜ ଉତ୍ପାଦକୁ ପ୍ରମୋଟ ତ କରିଥିଲା । କିନ୍ତୁ ପ୍ରକୃତରେ ପାର୍ଲେ-ଜି ରେ G ର ଅର୍ଥ ସବୁବେଳେ ଗ୍ଲୁକୋଜ ହିଁ ରହିଛି ।

Leave A Reply

Your email address will not be published.