ଲିପଷ୍ଟିକ କିଣି କିଣି 20 ବର୍ଷୀୟ ଯୁବତୀଙ୍କୁ ହେଲା 60 ବର୍ଷୀୟ ଦୋକାନୀ ସହ ପ୍ରେମ, ତାପରେ କଲେ ବିବାହ

0

Get real time updates directly on you device, subscribe now.

ଏ ଦୁନିଆରେ କେତେବେଳେ କଣ ଯେ ଘଟିଯିବ ସେ ବିଷୟରେ କେହି ଜାଣନ୍ତି ନାହିଁ । ଅନେକଥର ଏପରି କଥା ମଧ୍ୟ ସାମ୍ନାକୁ ଆସିଥାଏ, ଯାହା ବିଷୟରେ ଆମେ କେବେ ଚିନ୍ତା ମଧ୍ୟ କରିପାରନ୍ତି ନାହିଁ । ତେବେ ପ୍ରେମ ବିଷୟରେ ତ ଅନେକ କଥା ଶୁଣିବାକୁ ମିଳିଥାଏ । କୁହନ୍ତି କି ପ୍ରେମ ଅନ୍ଧ ହୋଇଥାଏ । ଯେତେବେଳେ କୌଣସି ପୁରୁଷ କିମ୍ବା ନାରୀକୁ ପ୍ରେମ ହୋଇଯାଏ, ସେତେବେଳେ ସେ ଆଉ କିଛି ବି ବୁଝିପାରେ ନାହିଁ । ସେ ଦୁନିଆ ବିଷୟରେ ଭାବେ ନାହିଁ । ଏପରି ଗୋଟିଏ ପ୍ରେମ କାହାଣୀ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ।

ପ୍ରେମରେ ଲୋକମାନେ ବୟସକୁ ମଧ୍ୟ ଦେଖନ୍ତି ନାହିଁ । କିଛି ଲୋକ ଏପରି ମଧ୍ୟ ଅଛନ୍ତି, ଯେଉଁମାନେ ଝିଅ ବୟସର ଯୁବତୀଙ୍କୁ ଭଲ ପାଇଥାନ୍ତି । ଏପରି ଏକ ପ୍ରେମ କାହାଣୀ ରହିଛି ଅସରଫ ଏବଂ ଅମ୍ବରଙ୍କର, ଯାହା ଭାଇରାଲ ହେବାରେ ଲାଗିଛି । ଏମାନଙ୍କ ବୟସ ମଧ୍ୟରେ 5 କିମ୍ବା 10 ନାହିଁ ବରଂ ପୁରା 40 ବର୍ଷର ଅନ୍ତର ରହିଛି । 60 ବର୍ଷୀୟ ଅସରଫ ଏବଂ 20 ବର୍ଷୀୟ ଅମ୍ବରଙ୍କୁ ପରସ୍ପର ସହ ପ୍ରେମ ହୋଇଗଲା । ଦୁହେଁ ଏକାଠି ବଞ୍ଚିବାକୁ ପରସ୍ପରକୁ କଥା ଦେଇଛନ୍ତି । ପରେ ପରିବାର ଲୋକେ ବିରୋଧ ମଧ୍ୟ କରିଥିଲେ, କିନ୍ତୁ ସେମାନେ କାହା କଥା ଶୁଣି ନଥିଲେ । ଏମାନେ ଦୁହେଁ ପରସ୍ପରକୁ ବିବାହ କଲେ ।

ଉଲ୍ଲେଖଯୋଗ୍ୟ ଯେ 20 ବର୍ଷୀୟ ଅମ୍ବର୍ ଯେଉଁ ଦୋକାନରୁ ସବୁବେଳେ ଲିପଷ୍ଟିକ୍, ପରଫ୍ୟୁମ ଏବଂ ପାଉଡର କିଣିବାକୁ ଯାଉଥିଲେ, ତାର କ୍ୱାଲିଟି ଉପରେ ସେ ଏପରି ଫିଦା ହୋଇଗଲେ ଯେ ଦୋକାନୀକୁ ହିଁ ଭଲପାଇ ବସିଲେ । ଏହି ପ୍ରେମ ମଧ୍ୟରେ ଅମ୍ବର ଏବଂ ଅସରଫଙ୍କୁ କୌଣସି ଫରକ୍ ପଡ଼ିଲା ନାହିଁ ଯେ ସେମାନଙ୍କ ବୟସ ମଧ୍ୟରେ କେତେ ଫରକ୍ ଅଛି । ଏ ବିଷୟରେ ମଧ୍ୟ ଚିନ୍ତା କଲେ ନାହିଁ ଯେ ସମାଜ ଏବଂ ପରିବାର ଲୋକେ ସେମାନଙ୍କ ବିଷୟରେ କଣ୍ ଭାବିବେ କହିବେ । ଦୁହେଁ ସମସ୍ତେ ବିରୋଧ କରିବା ପରେ ମଧ୍ୟ ବିବାହ କଲେ ।

ଅସରଫ ଏବଂ ଅମ୍ବରଙ୍କ ଏହି କାହାଣୀ କସମେଟିକ ସପରୁ ଆରମ୍ଭ ହୋଇଛି । ଅସରଫ ଗୋଟେ କସମେଟିକ ସପ ଚଳାଇଥାନ୍ତି । ଏହି ଦୋକାନକୁ ଅମ୍ବର ସବୁବେଳେ ଲିପଷ୍ଟିକ, କାଜଲ ପରି ଜିନିଷ କିଣିବାକୁ ଯାଉଥିଲେ । ଏହାର କ୍ୱାଲିଟି ଅନ୍ୟ ଦୋକାନୀଙ୍କ ଠାରୁ ବହୁତ୍ ଭଲ ଥିଲା । ତେଣୁ ସେ ବାରମ୍ବାର ଏହି ଦୋକାନକୁ ଆସିବାକୁ ଲାଗିଲେ । ଏହି ସମୟରେ ଅମ୍ବରଙ୍କୁ ଅସରଫଙ୍କ କଥା କରିବାର ଷ୍ଟାଇଲ ବ୍ୟବହାର ସବୁ ଭଲ ଲାଗିଲା । ଏହାପରେ ସେ ତାଙ୍କୁ ଭଲପାଇ ବସିଲେ । ଅମ୍ବର୍ ହିଁ ପ୍ରଥମେ ପ୍ରପୋଜ୍ କଲେ । ଏହାପରେ 60 ବର୍ଷୀୟ ଅସରଫଙ୍କ ହୃଦୟ ମଧ୍ୟ ତରଳିଗଲା । ଏ ଦୁହିଙ୍କ ପରିବାର ଲୋକେ ଏହାକୁ ବିରୋଧ କଲେ । କିନ୍ତୁ ସେମାନେ କାହା କଥା ଶୁଣିନଥିଲେ ।

ଉଲ୍ଲେଖଯୋଗ୍ୟ ଯେ 60 ବର୍ଷୀୟ ଅସରଫ ସିଙ୍ଗଲ ଥିଲେ । ତେଣୁ ତାଙ୍କୁ ପ୍ରେମ ମିଳିବା ମାତ୍ରେ ସେ ତରଳି ଗଲେ । ବର୍ତ୍ତମାନ ଦୁହେଁ ଏକାଠି ଜିଇଁବା ମରିବାକୁ ପରସ୍ପରକୁ କଥା ଦେଇଛନ୍ତି । ଅସରଫ ସବୁ ଭାଇ ଭଉଣୀଙ୍କ ଠାରୁ ସବୁଠାରୁ ବଡ ଥିଲେ । ଦାୟିତ୍ଵ କାରଣରୁ କେବେ ବିବାହ କରିପାରି ନଥିଲେ । ବର୍ତ୍ତମାନ 60 ବର୍ଷ ବୟସରେ ତାଙ୍କ ହୃଦୟ 20 ବର୍ଷୀୟ ଅମ୍ବର ଚୋରାଇନେଲେ ।

Leave A Reply

Your email address will not be published.