‘ 300 ଟଙ୍କା ଦେଇଦିଅ, ଗାର୍ଲଫ୍ରେଣ୍ଡକୁ ବୁଲାଇ ନେବାର ଅଛି…’ ଅମିତ୍ ମିଶ୍ରାଙ୍କଠାରୁ ଅନଲାଇନରେ ପଇସା ମାଗିବାରୁ କ’ଣ ମିଳିଲା ?

0

Get real time updates directly on you device, subscribe now.

Amit Mishra 500 Rs to Twitter User: ସୋସିଆଲ ମିଡିଆରେ ପ୍ରାୟତଃ ୟୁଜର ନିଜର ଅଭିଯୋଗ ଲେଖନ୍ତି ତ ବେଳେବେଳେ ନିଜ ପ୍ରିୟ ଖେଳାଳି କିମ୍ବା ବ୍ୟକ୍ତିଙ୍କଠାରୁ ଅଜବ ପ୍ରକାରର ଜିନିଷ ମାଗନ୍ତି । କିଛି ଥର ଏସବୁ ପୁରା ହୁଏ ତ ଆଉ କିଛି ଥର ଅଧୁରା ରହିଯାଏ । ଏହିପରି ହୋଇଛି ପୂର୍ବତନ ଭାରତୀୟ ସ୍ପିନର ଅମିତ୍ ମିଶ୍ରାଙ୍କ ସହିତ । ଅମିତ୍ ମିଶ୍ରାଙ୍କଠାରୁ ଜଣେ ଅନଲାଇନ୍ ୟୁଜର ଗାର୍ଲଫ୍ରେଣ୍ଡକୁ ବୁଲାଇ ନେବାପାଇଁ ପଇସା ମାଗିଲେ । ତେବେ ୟୁପିର ଏହି ଖେଳାଳି ମନ ଭାଙ୍ଗିଲେ ନାହିଁ ଏବଂ ଯେତିକି ପଇସା ମାଗିଥିଲେ, ତାଠାରୁ ଅଧିକ ଦେଇଦେଲେ ।

ପ୍ରକୃତରେ କଣ ହେଲା ?

ବାସ୍ତବରେ ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରେଇନା ବର୍ତ୍ତମାନ ରୋଡ ସେଫ୍ଟୀ ୱାର୍ଲ୍ଡ ସିରିଜର ଅଂଶ ଅଛନ୍ତି ଏବଂ ଇଣ୍ଡିଆ ଲିଜେଣ୍ଡସର ପ୍ରତିନିଧିତ୍ଵ କରୁଛନ୍ତି । ରେଇନା ସେମିଫାଇନାଲରେ ଅଷ୍ଟ୍ରେଲିଆ ଲିଜେଣ୍ଡସ ବିରୋଧରେ ଡ଼ାଇଭ ଲଗାଇ ଚମତ୍କାର କ୍ୟାଚ ଧରିଲେ । ରେଇନାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରୁ ଅମିତ୍ ମିଶ୍ରା ମଧ୍ୟ ନିଜ ଟୁଇଟର ହ୍ୟାଣ୍ଡେଲରୁ ଏହି ଭିଡ଼ିଓକୁ ସେୟାର କଲେ । ମିଶ୍ରା ଲେଖିଛନ୍ତି, ‘ ଭାଇ ସୁରେଶ ରେଇନା, କଣ ମୁଁ ତୁମ ଟାଇମ ମେସିନ ଉଧାରରେ ନେଇପାରିବି ? ତୁମକୁ ପୁରୁଣା ଦିନ ପରି ଫିଲ୍ଡିଂ କରୁଥିବାର ଦେଖିବା ସତରେ ମନ୍ତ୍ରମୁଗ୍ଧ କରିବା ପରି ଅଟେ ।’

ଅନଲାଇନ୍ ମାଗିଲେ ପଇସା :-

ଅମିତ୍ ମିଶ୍ରାଙ୍କ ଏହି ଟୁଇଟ ଉପରେ ଜଣେ ୟୁଜର ରିପ୍ଲାଇରେ ପଇସା ହିଁ ମାଗିଲେ । ସେ ଲେଖିଛନ୍ତି, ‘ ସାର 300 ଟଙ୍କା ଟ୍ରାନ୍ସଫର କରିଦିଅ, ଗାର୍ଲଫ୍ରେଣ୍ଡକୁ ବୁଲାଇ ନେବାର ଅଛି ।’ ଏହି ଟୁଇଟ ଉପରେ ଜଣେ ଅନ୍ୟ ୟୁଜର UPI ମାଗିଲେ । ଅମିତ୍ ମିଶ୍ରା ତାପରେ ସେହି ୟୁଜରଙ୍କୁ 500 ଟଙ୍କା ଟ୍ରାନ୍ସଫର କରିଦେଲେ । ଅମିତ୍ ଏହାର ସ୍କ୍ରିନସର୍ଟ ସେୟାର କରି ଲେଖିଲେ, ‘ ଡନ, ଡେଟ୍ ପାଇଁ ଅଲ୍ ଦ ବେଷ୍ଟ ।’ ତାପରେ ସେହି ୟୁଜର ଅମିତ୍ ମିଶ୍ରାଙ୍କୁ ଧନ୍ୟବାଦ ମଧ୍ୟ କହିଲେ ।

ଏହିପରି ରହିଛି କ୍ୟାରିୟର :-

ଅମିତ୍ ମିଶ୍ରା ନିଜ କ୍ୟାରିୟରରେ 22 ଟେଷ୍ଟ, 36 ୱାନ ଡେ ଏବଂ 10ଟି T-20 ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ସେ ଟେଷ୍ଟରେ 76, ୱାନ ଡେରେ 64 ଏବଂ T-20 ଇଣ୍ଟରନେସନାଲ ଫର୍ମେଟରେ ମୋଟ 16 ୱିକେଟ ନେଇଥିଲେ । ଟେଷ୍ଟ ଫର୍ମେଟରେ ତ ସେ ଚାରି ଅର୍ଦ୍ଧଶତକ ମଧ୍ୟ କରିଥିଲେ ଏବଂ 32 ଇନ୍ସିସରେ ମୋଟ 648 ରନ କରିଥିଲେ ।

Leave A Reply

Your email address will not be published.