ଜିଓ ଆଣୁଛି ସବୁଠୁ ଶସ୍ତା ନିଜର ୫ଜି ସ୍ମାର୍ଟଫୋନ୍ । ମୂଲ୍ୟ ଜାଣି ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ।

0

Get real time updates directly on you device, subscribe now.

ଟେଲିକମ କମ୍ପାନୀ ଗୁଡ଼ିକ ନିଜ ଗ୍ରାହକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାରର ପ୍ଲାନ ଅଫର କରିଥାନ୍ତି । ଆଉ ସବୁଠାରୁ ଆଗରେ ରହିଥାଏ ଜିଓ ନେଟୱାର୍କ । ଦେଶର ସର୍ବ ବୃହତ୍ତମ ଟେଲିକମ କମ୍ପାନୀ ଜିଓ ସର୍ବଦା ତାର ଗ୍ରାହକ ନାନଙ୍କ ପାଇଁ ଆକର୍ଷଣୀୟ ଅଫର୍ ନେଇ ଆସିଥାଏ । ଆଉ ଏବେ ସେମିତି ଏକ ଧୂଆଁଧାର ଅଫର ଆଣିଛି ଜିଓ । ମହଙ୍ଗା ବଜାରରେ ସବୁବେଳେ କିଛି ନା କିଛି ଶସ୍ତା ଏବଂ ଆକର୍ଷୀୟ ଅଫର ଦେଇ ଟେଲିକମ୍ ଜଗତରେ ହଇଚଇ ସୃଷ୍ଟି କରୁଥିବା ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ କଂପାନୀ ଏବେ ୫ଜି ସ୍ମାର୍ଟଫୋନ୍ ବଜାରରେ ପୁଣି ଏକ ନୂତନ ଅଧ୍ୟାୟ ଲେଖିବାକୁ ଯୋଜନା କରୁଛି ।

ସେଇଟା ହେଉଛି ନିଜ ଗ୍ରାହକମାନଙ୍କ ପାଇଁ ରିଲାଏନ୍ସ କମ୍ପାନି ଜିଓ ଫୋନ ୫ଜି ବାହାର କରିବା ପାଇଁ ଘୋଷଣା କରିଛି ସିଏ ମଧ୍ୟ ସବୁଠାରୁ କମ୍ ମୂଲ୍ୟରେ ।କମ୍ପାନି ଏହାକୁ ଗୁଗଲ ସହ ପାର୍ଟନରଶିପ କରି ନିର୍ମାଣ କରିବ । ତେବେ ବନ୍ଧୁଗଣ ବର୍ତମାନ ସମୟରେ ଯାହା ଏକ ବଡ଼ ଖବର ସାମ୍ନାକୁ ଆସିଛି ତାହା ହେଲା ଜିଓ ଫୋନ୍ ୫ଜିକୁ ନେଇ ଏକ ରିପୋର୍ଟ ସାମନାକୁ ଆସିଛି ।

ଆଉ ଉକ୍ତ ଖବର ଅନୁସାରେ ଜିଓ ସ୍ମାର୍ଟଫୋନ ୫ଜି ଏବେ ସବୁଠୁ ଶସ୍ତାରେ ଲୋକଙ୍କୁ ମିଳିପାରିବ । ଆଉ ନୂତନ ରିପୋର୍ଟ ଅନୁଯାୟୀ, ରିଲାଏନ୍ସ ଜିଓ ନିଜର ପ୍ରଥମ ୫ଜି ସେବା ଉପଲବ୍ଧ ସ୍ମାର୍ଟଫୋନର ମୂଲ୍ୟ ମାତ୍ର ୮,୦୦୦ ରୁ ୧୨,୦୦୦ ମଧ୍ୟରେ ରଖିଛି । ତେବେ ବିଶେଷ କିଛି ସୂଚନା ମିଳି ନଥିଲେ ମଧ୍ୟ ଏକ ରିପୋର୍ଟ ଅନୁସାରେ, କମ୍ପାନି ଜିଓ ସ୍ମାର୍ଟଫୋନ ୫ଜିରେ କ୍ୱାଲମ୍ ସ୍ନାପଡ୍ରାଗନ୍ ୪୮୦ ପ୍ରୋସେସର ବ୍ୟବହାର କରିପାରେ । ଏଥିରେ ୪ ଜିବି ରାମ ଏବଂ ୩୨ ଜିବି ଯାଏଁ ଇଣ୍ଟରନାଲ ମେମୋରୀ ରହିବ ।

ଜିଓ ଫୋନ ୫ଜି ରେ ୬.୫ ଇଞ୍ଚର ଏଚ୍ ଡି ପ୍ଳସ୍ ଆଇ-ପି-ଏସ ଏଲ୍ସିଡି ସ୍କ୍ରିନ ମିଳିପାରେ । ଆଉ ଏଥିସହିତ ଡିଭାଇସରେ ଏକ ୫୦୦୦ ମେଗାୱାଟ ବ୍ୟାଟେରୀ ପ୍ୟାକ୍ ରହିବ ଯାହାକି ଫାଷ୍ଟ ଚାର୍ଜିଂ ସପୋର୍ଟ କରିବ । ତେବେ କମ ମୂଲ୍ୟରେ ଏତେସବୁ ସୁବିଧା ପାଇବା ପାଇଁ ଲୋକେ ଅପେକ୍ଷା କରି ରହିଛନ୍ତି । ଏହି ସ୍ମାର୍ଟଫୋନକୁ ରିଲାଏନ୍ସର ପରବର୍ତ୍ତୀ ସାଧାରଣ ବୈଠକରେ ଲଞ୍ଚ କରାଯାଇ ପାରେ । ତେବେ ଚଳିତ ବର୍ଷ ଦୀପାବଳିରେ ଏହାର ପ୍ରଥମ ଝଲକ ଦେଖିବାକୁ ମିଳିପାରେ ।

Leave A Reply

Your email address will not be published.