ସ୍ବାମୀ କଳା ରଙ୍ଗ କାରଣରୁ ଦେଉଥିଲା ଅପମାନ, ରାଗରେ ସ୍ତ୍ରୀ ନିଜ ସ୍ୱାମୀର ଗୁପ୍ତାଙ୍ଗ ହିଁ କାଟି ଦେଲା

0

Get real time updates directly on you device, subscribe now.

ସ୍ବାମୀ ନିଜ ସ୍ତ୍ରୀର ମଜାକ ଉଡେଇବା ତ ସାଧାରଣ କଥା ଅଟେ । ସେହିପରି କିଛି ସ୍ବାମୀ ସବୁବେଳେ ନିଜ ସ୍ତ୍ରୀକୁ ନେଇ ଖରାପ କଥା କୁହନ୍ତି, ଯେପରିକି ବେଳେବେଳେ ରଙ୍ଗ ଆଉ ରୂପକୁ ନେଇ ତ ଆଉ କେତେବେଳେ ଅନ୍ୟ ମହିଳାଙ୍କ ସହ ତୁଳନା କରି । ସାଧାରଣତଃ ସମାଜ ମଧ୍ୟ ଏହା ଉପରେ ଚୁପ୍ ରହିଥାଏ । କିନ୍ତୁ କୁହନ୍ତି ନା ଯେକୌଣସି ଜିନିଷ ଅତି ହେଲେ ଖରାପ ହୋଇଯାଏ । ଏହିପରି ଜଣେ ସ୍ବାମୀ ସହ ହୋଇଛି, ଯିଏ ସବୁଦିନ ନିଜ ସ୍ତ୍ରୀକୁ ତାର କଳା ରଙ୍ଗକୁ ନେଇ ଅପମାନ ଦେଉଥିଲା । ଏପରି ପରିସ୍ଥିତିରେ ଦିନେ ତାର ସ୍ତ୍ରୀ ତାକୁ ନିର୍ଦ୍ଦୟ ଭାବେ ହତ୍ୟା କରିଦେଲା ।

ବାସ୍ତବରେ ଏହି ଘଟଣା ଛତିଶଗଡ଼ର ଭିଲାଇର ଅଟେ, ଯେଉଁଠାରେ ସ୍ଵାମୀଙ୍କ ଅପମାନ ଦେବାରେ ରାଗିଯାଇ ସ୍ତ୍ରୀ ନିଜ ସ୍ବାମୀଙ୍କର ନିର୍ଦ୍ଦୟ ଭାବେ ହତ୍ୟା କରିଦେଲା । କୁହାଯାଉଛି ଯେ ଏହି ମହିଳା ନିଜ ସ୍ଵାମୀ ଉପରେ ଟାଙ୍ଗିଆ ଦ୍ଵାରା ଆକ୍ରମଣ କରିଛନ୍ତି ଏବଂ ଏହାସହିତ ତାର ଗୁପ୍ତାଙ୍ଗ ମଧ୍ୟ କାଟି ଦେଲା । ସେହିପରି ଘଟଣାର କିଛି ସମୟ ପରେ ହିଁ ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି । ପୋଲିସ ଗିରଫ କରିବାପରେ ମହିଳା ନିଜର ଦୋଷ ସ୍ବୀକାର କରିଛନ୍ତି ଏବଂ ଏହାର କାରଣ ପ୍ରତିଦିନ ସ୍ଵାମୀଠାରୁ ମିଳୁଥିବା ଅପମାନ ବୋଲି କହିଛନ୍ତି ।

ସ୍ଵାମୀଙ୍କର ପ୍ରତିଦିନ ଦେଉଥିବା ଅପମାନ ପାଇଁ ସ୍ତ୍ରୀ ରାଗିଯାଇ ଘଟାଇଲା ଏପରି ଘଟଣା :-

ଅଭିଯୁକ୍ତ ମହିଳା ସଂଗୀତା କହିଛନ୍ତି ଯେ ତାର ସ୍ବାମୀ ସବୁବେଳେ ତାଙ୍କ କଳା ରଙ୍ଗକୁ ନେଇ ତାଙ୍କୁ ଅପମାନ ଦେଉଥିଲେ ଏବଂ ଗାଳି ଦେଉଥିଲା । ସେ ତାଙ୍କୁ କାଳୀ ହୋଇଥିବା କାରଣରୁ ଘରୁ ବାହାର କରିଦେବା ପାଇଁ ମଧ୍ୟ ଧମକ ଦେଉଥିଲା । ସ୍ଵାମୀ ପ୍ରତିଦିନ ଏପରି ବ୍ୟବହାର କରୁଥିବାରୁ ସେ ବହୁତ୍ ରାଗି ଯାଇଥିଲେ । ସେହିପରି ଗତ ରବିବାର ଦିନ ରାତିରେ ମଧ୍ୟ ମହିଳାଙ୍କ ସ୍ବାମୀ ତାଙ୍କ ସହିତ ଏପରି ପୁଣି କରିଥିଲେ ।

ମହିଳା କହିବା ଅନୁଯାୟୀ ଘଟଣା ଦିନ ରାତିରେ ତାଙ୍କ ସ୍ଵାମୀ ତାଙ୍କ ସହିତ ମାରପିଟ କଲେ ଏବଂ ତାଙ୍କୁ କାଳୀ କହି ଘରୁ ବାହାର କରିବାକୁ ଚେଷ୍ଟା କଲେ । ଏପରି ପରିସ୍ଥିତିରେ ସ୍ୱାମୀର ବ୍ୟବହାରରେ କ୍ରୋଧିତ ମହିଳା ନିଜ ନିୟନ୍ତ୍ରଣ ହରାଇ ବସିଲେ ଏବଂ ସେ ନିଜ ସ୍ବାମୀ ଉପରେ ଟାଙ୍ଗିଆ ଦ୍ବାରା ଆକ୍ରମଣ କଲେ, ଯାହା ଦ୍ଵାରା ତାର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଗଲା । ସେହିପରି ସେହି ମହିଳା ଏତେ ରାଗି ଯାଇଥିଲେ ଯେ ସେ ନିଜ ସ୍ବାମୀଙ୍କ ଗୁପ୍ତାଙ୍ଗ ମଧ୍ୟ କାଟି ଦେଲେ ।

ବର୍ତ୍ତମାନ ପୋଲିସ ଯେତେବେଳେ ପଚରାଉଚରା କଲା, ସେତେବେଳେ ମହିଳା ମିଛ ମଧ୍ୟ କହିଥିଲେ, କିନ୍ତୁ ପରେ ସେ ନିଜ ଅପରାଧକୁ ସ୍ବୀକାର କଲେ । ଏପରି ପରିସ୍ଥିତିରେ ତାଙ୍କ ବୟାନ ଆଧାରରେ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରାଯାଇଛି । ପୋଲିସ ମହିଳାଙ୍କ ବିରୋଧରେ ସ୍ୱାମୀକୁ ସ୍ତ୍ରୀ ମାରିଥିବା ଏବଂ ପ୍ରମାଣ ଲୁଚାଇବାର ଧାରା ଅଧୀନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

Leave A Reply

Your email address will not be published.