ଯେଉଁ ଟିଚର ପାଖକୁ ଟିଉସନ୍ ଗଲେ ତାଙ୍କ ସହିତ କରିଥିଲେ ବିବାହ, ତାପରେ ସ୍ଵାମୀଙ୍କ ଶବ ସହ ସ୍ତ୍ରୀ ବିତାଇଲା 17 ମାସ

0

Get real time updates directly on you device, subscribe now.

କାନପୁରରେ ଶବ ସହ ଗୋଟିଏ ପରିବାର 17 ମାସ ବିତାଇବାର ଘଟଣା ସହର ସହ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଉଲ୍ଲେଖଯୋଗ୍ୟ ଯେ ସ୍ବାସ୍ଥ୍ୟ ବିଭାଗର ଟିମର ଯାଞ୍ଚରେ ଏହି ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ଜାଣିବାକୁ ମିଳିଛି ଯେ କାନପୁର ସହରର ରାବତପୁରର କୃଷ୍ଣାପୁରୀ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଶବ ସହିତ ତାଙ୍କ ସ୍ତ୍ରୀ, ବାପାମାଆ ଏବଂ ଭାଇ ସହିତ ପୁରା ପରିବାର ଗତ ଦେଢ଼ ବର୍ଷରୁ ଅଧିକ ରହୁଥିଲେ, ଏହି ସମୟରେ ପୋଲିସ କିମ୍ବା ଆଖପାଖ ପୋଲିସ ମଧ୍ୟ ଏ ବିଷୟରେ ଜାଣିପାରି ନଥିଲେ । ଏପରି ପରିସ୍ଥିତିରେ ଏହି ଘଟଣାର ଖୁଲାସା ହେବା ମାତ୍ରେ ଏହାକୁ ନେଇ ମିଡିଆରେ ବିଭିନ୍ନ ପ୍ରକାରର କଥା ସାମ୍ନାକୁ ଆସୁଛି । ସେହିପରି ମୃତ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଅନେକ ଜିନିଷ ସାମ୍ନାକୁ ଆସୁଛି ।

ଉଲ୍ଲେଖଯୋଗ୍ୟ ଯେ 35 ବର୍ଷିୟ ବିମଲେଶ ହାଇଦ୍ରାବାଦରେ ଆୟକର ଅଫିସର୍ ଭାବରେ ନିୟୋଜିତ ହେଇଥିଲେ ଏବଂ 2019 ମସିହାରେ ରୋଗ କାରଣରୁ ସେ ନିଜ କାନପୁର ସ୍ଥିତ ଘରକୁ ଫେରିଥିଲେ । ଯେଉଁଠାରେ ତାଙ୍କର 2 ବର୍ଷ ପର୍ଯ୍ୟନ୍ତ ଚିକିତ୍ସା ଚାଲିଲା ଏବଂ ଏପ୍ରିଲ୍ 22 ତାରିଖ 2021 ରେ ତାଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଗଲା । କିନ୍ତୁ ସେତେବେଳେ ତାପରେ ମଧ୍ୟ ପରିବାର ଲୋକେ ତାଙ୍କୁ ଜୀବିତ ଭାବି ତାଙ୍କ ଶବ ଘରକୁ ଆଣିଲେ ଏବଂ ଘରେ ତାଙ୍କର ଚିକିତ୍ସା କରି ଚାଲିଲେ । ଏହି ସମୟରେ ବିମଲେଶଙ୍କ ସ୍ତ୍ରୀ ମିତାଲି ମଧ୍ୟ ତାଙ୍କ ଶବ ସହ ହିଁ ରହିଥିଲେ ।

ଯେଉଁ ଝିଅକୁ ଟିଉସନ୍ କରିଥିଲେ, ବିମଲେଶ ତା ସହିତ କରିଥିଲେ ବିବାହ :-

କୁହାଯାଉଛି ଯେ ମୃତକ ବିମଲେଶ ଗୌତମ କିଛି ବର୍ଷ ପୂର୍ବରୁ ଗୋଟିଏ ଝିଅକୁ ଟିଉସନ୍ କରିବା ସମୟରେ ଭଲ ପାଇଥିଲେ ଏବଂ ତା ସହିତ ହିଁ ସେ ବିବାହ କରି ଘର ବସାଇଥିଲେ । କିନ୍ତୁ ବର୍ତ୍ତମାନ ଏହି ଭଙ୍ଗା ଗୃହସ୍ତିର କାହାଣୀ ସାରା ଦୁନିଆ ସାମ୍ନାକୁ ଆସିଛି । ତେବେ ବର୍ତ୍ତମାନ ସୁଦ୍ଧା ବିମଲେଶ ଗୌତମଙ୍କ ସ୍ତ୍ରୀ ମିତାଲି ମିଡ଼ିଆ ସାମ୍ନାକୁ ଆସିନାହାନ୍ତି, କିନ୍ତୁ ତାଙ୍କ ପ୍ରେମ ଏବଂ ବିବାହର କାହାଣୀ ସବୁଠି ଚର୍ଚ୍ଚା ହେଉଛି ।

ମିଡ଼ିଆ ସହ କଥାବାର୍ତ୍ତା କରି ବିମଲେଶଙ୍କ ଭାଇ ଦିନେଶ ଦୁହିଁଙ୍କ ପ୍ରେମ କାହାଣୀ କହିଛନ୍ତି । ଦିନେଶ କହିଛନ୍ତି ଯେ ଆୟକର ବିଭାଗରେ ଚାକିରି ପାଇବା ପୂର୍ବରୁ ବିମଲେଶ, ମିତାଲିଙ୍କ ଘରକୁ ଟିଉସନ୍ କରିବାକୁ ଯାଉଥିଲେ । ଏହି ଟିଉସନ୍ ସମୟରେ ହିଁ ଦୁହେଁ ଦୁହିଁଙ୍କୁ ଭଲପାଇ ବସିଥିଲେ । ଏହାପରେ ଦୁହେଁ ନିଜ ଘରେ ବିବାହ କରିବାକୁ କହିଥିଲେ, କିନ୍ତୁ ଦୁଇ ପରିବାର ଏଥିପାଇଁ ରାଜି ହୋଇନଥିଲେ । ଏପରି ପରିସ୍ଥିତିରେ ମିତାଲି ଏବଂ ବିମଲେଶ ଘରଲୋକଙ୍କ ଅନିଚ୍ଛା ସତ୍ତ୍ବେ ପ୍ରେମ ବିବାହ କରିଥିଲେ ।

ଘରଲୋକଙ୍କ ଅନିଚ୍ଛା ସତ୍ତ୍ବେ ହୋଇଥିଲା ମିତାଲି ଏବଂ ବିମଲେଶଙ୍କ ବିବାହ :-

ତେବେ ଯେତେବେଳେ ପରେ ଦୁହିଁଙ୍କ ଘର ଲୋକେ ଏ ବିଷୟରେ ଜାଣିଲେ, ସେତେବେଳେ ସେମାନେ ଏହି ବିବାହକୁ ବହୁତ୍ ବିରୋଧ କଲେ, କିନ୍ତୁ ଧୀରେ ଧୀରେ ଦୁଇ ପରିବାର ମଧ୍ୟ ଏହି ସମ୍ପର୍କକୁ ସ୍ବୀକାର କରିନେଲେ । ବିବାହ ପରେ ମିତାଲି ଏବଂ ବିମଲେଶ ସବୁବେଳେ ଖୁସିରେ ରହୁଥିଲେ ଏବଂ ଏହି ପ୍ରେମର ଚିହ୍ନ ଭାବରେ ଦୁଇଟି ପିଲା ମଧ୍ୟ ଅଛନ୍ତି, ଯେଉଁଥିରେ ଗୋଟିଏ ପାଞ୍ଚ ବର୍ଷୀୟ ପୁଅ ଏବଂ ଦେଢ଼ ବର୍ଷର ଝିଅ ଅଛି । କିନ୍ତୁ ବର୍ତ୍ତମାନ ବିମଲେଶଙ୍କ ମୃତ୍ୟୁ ପରେ ଏହି ପରିବାରର ଖୁସି ଉଜୁଡ଼ି ଯାଇଛି । ଏହାସହିତ ଯେପରି ଶବ ସହ ପରିବାର ଦେଢ଼ ବର୍ଷ ଧରି ରହିବାର କଥା ସାମ୍ନାକୁ ଆସିଛି, ସେଥିପାଇଁ ବିମଲେଶଙ୍କ ପୁରା ପରିବାର ସାରା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.