ମୁଁ ଜାଣିଥିଲି ଯେ ମୁଁ ଆଉ ଫେରିବିନି, କଳ୍ପନା ଚାୱଲାଙ୍କ ମୃତ୍ୟୁର ରହସ୍ୟ

0

Get real time updates directly on you device, subscribe now.

ଆପଣମାନେ କଳ୍ପନା ଚାୱଲା ନାମ ତ ନିଶ୍ଚୟ ଶୁଣିଥିବେ । ଯିଏ ମହାକାଶକୁ ଯାଇଥିବା ପ୍ରଥମ ଭାରତୀୟ ମହିଳା ଥିଲେ ଏବଂ ସେ ତାଙ୍କ ଜୀବନରେ ଦୁଇଥର ମହାକାଶ ଯାତ୍ରା କରିଥିଲେ । ପ୍ରଥମ ଯାତ୍ରାରେ ସଫଳ ହୋଇଥିଲେ, କିନ୍ତୁ ଦ୍ୱିତୀୟ ଯାତ୍ରାରେ ମହାକାଶରୁ ଫେରିବା ସମୟରେ ପୃଥିବୀରେ ଅବତରଣ କରିବାର କିଛି ମିନିଟ ପୂର୍ବରୁ ଏପରି ଗୋଟିଏ ଘଟଣା ଘଟିଥିଲା, ଯାହା ସ୍ପେସ ସିପ ସହ ସେଥିରେ ଥିବା ସମସ୍ତ ମହାକାଶଚାରି ଜାଳିପୋଡ଼ି ପାଉଁଶ କରିଦେଲା । ତେବେ ସେଦିନ ପ୍ରକୃତରେ କଣ ପାଇଁ ସେହି ଦୁର୍ଘଟଣା ଘଟିଥିଲା ? କଣ ନାସା ସେହି ଦୁର୍ଘଟଣା ଘଟିବ ବୋଲି ଆଗରୁ ଜାଣିଥିଲା ନା ତାହା ଏକ ଦୁର୍ଘଟଣା ନୁହେଁ ବରଂ ନାସାର ଗୋଟିଏ ଷଡ଼ଯନ୍ତ୍ର ଥିଲା ? ତେବେ ଚାଲନ୍ତୁ ଜାଣିବା କଳ୍ପନା ଚାୱଲାଙ୍କ ସେହି ଭୟଙ୍କର ଦୁର୍ଘଟଣାର ରହସ୍ୟ ବିଷୟରେ ।

ମାର୍ଚ୍ଚ 17 ତାରିଖ 1962 ମସିହାରେ ହରିୟାଣାର କର୍ଣଲରେ କଳ୍ପନା ଚାୱଲା ଜନ୍ମଗ୍ରହଣ କରିଥିଲେ । ସେ ପ୍ରାଥମିକ ଶିକ୍ଷା ଟାଙ୍ଗର ବାଲ ନିକେତନ ସ୍କୁଲରୁ ସମାପ୍ତ କରି 1976 ମସିହାରେ ପଞ୍ଜାବ ଇଞ୍ଜିନିୟର କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଏହାପରେ 1982 ମସିହାରେ ସେ ଆମେରିକା ଯାଇ ଟେକ୍ସେସ ବିଶ୍ଵବିଦ୍ୟାଳୟରୁ ଏୟାର ସ୍ପେସ ଇଞ୍ଜିନିୟରରେ ମାଷ୍ଟର ଡ଼ିଗ୍ରୀ ହାସଲ କରିଥିଲେ ଏବଂ 1988 ମସିହାରେ କନ୍ନଡର ବିଶ୍ଵବିଦ୍ୟାଳୟରୁ ଇଞ୍ଜିନିୟରରେ ପିଏଚଡି ହାସଲ କରିଥିଲେ ଏବଂ ସେହି ବର୍ଷ ସେ ନାସା ସହିତ କାମ କରିବା ମଧ୍ୟ ଆରମ୍ଭ କରିଥିଲେ ।

କଳ୍ପନା 1997 ମସିହାରେ ନଭେମ୍ବର ମାସରେ ଆମେରିକାର ସ୍ପେସ ସେଣ୍ଟରରୁ ପ୍ରଥମଥର ମହାକାଶ ଯାନ ଚଳାଇ 6 ଜଣ କ୍ରୁ ମେମ୍ବରଙ୍କ ସହ ମହାକାଶକୁ ଯାଇଥିଲେ ଏବଂ ମହାକାଶରେ 15 ଦିନ 16 ଘଣ୍ଟା ବିତାଇବା ପରେ ସେ ସଫଳତାର ସହ 5 ଡିସେମ୍ବର 1997 ରେ ପୃଥିବୀକୁ ଫେରି ଆସିଥିଲେ । ଯାହା ଦ୍ଵାରା ସେ ମହାକାଶକୁ ଯାଇଥିବା ପ୍ରଥମ ଭାରତୀୟ ମହିଳା ହୋଇଥିଲେ ।

କଳ୍ପନାଙ୍କ ଏହି ସଫଳତା ଦେଖି ନାସା 2001 ମସିହାରେ ତାଙ୍କୁ ଦ୍ୱିତୀୟ ସ୍ପେସ ମିଶନ ପାଇଁ ସିଲେକ୍ଟ କରିଥିଲା । କିନ୍ତୁ ସେହି ମହାକାଶ ଯାନରେ ବାରମ୍ବାର ତ୍ରୁଟି ମିଳିଥିବା ହେତୁ ଏହାର ଲଞ୍ଚ ତାରିଖ ବାରମ୍ବାର ଆଗକୁ ଘୁଞ୍ଚାଯାଉଥିଲା । ଯେଉଁଥିରେ ପ୍ରାୟ 3 ବର୍ଷ ବିତିଗଲା । କିନ୍ତୁ ଶେଷରେ 16 ଜାନୁଆରୀ 2003 ମସିହାରେ ଫ୍ଲୋରିଡାର କ୍ୟାନେଡି ସ୍ପେସ ସେଣ୍ଟରରୁ କଲମ୍ବିଆ ସ୍ପେସ ସର୍ଟାଲରେ ବସି କଳ୍ପନା ମହାକାଶକୁ ଯାତ୍ରା କରିଥିଲେ ।

କିନ୍ତୁ ମହାକାଶରେ 15 ଦିନ 22 ଘଣ୍ଟା 20 ମିନିଟରେ 1 ଫେବୃଆରୀ 2003 ରେ ପୃଥିବୀ ପୃଷ୍ଠ ଆଡ଼କୁ ଫେରୁଥିଲେ । ଯେତେବେଳେ ସର୍ଟାଲ ପୃଥିବୀର ବାୟୁମଣ୍ଡଳକୁ ପ୍ରଵେଶ କଲା, ନାସାର ବୈଜ୍ଞାନିକ ତଥା ସମଗ୍ର ବିଶ୍ୱର ଲୋକମାନେ କଳ୍ପନାଙ୍କୁ ଏବଂ ତାଙ୍କର ସମସ୍ତ ସାଥିଙ୍କୁ ସ୍ଵାଗତ ଏବଂ ଅଭିନନ୍ଦନ ଜଣାଇବା ପାଇଁ ଅପେକ୍ଷା କରିଥିଲେ । କିନ୍ତୁ ଏକଥା କେହି ବି ଜାଣିନଥିଲେ ଯେ ଏହି ଆନନ୍ଦଦାୟକ ଅପେକ୍ଷା କିଛି ମୁହୂର୍ତ୍ତରେ ଶୋକରେ ପରିବର୍ତ୍ତନ ହୋଇଯିବ ବୋଲି । କାରଣ ପୃଥିବୀ ପୃଷ୍ଠରେ ପହଞ୍ଚିବା ପୂର୍ବରୁ ମାତ୍ର 63 କିଲୋମିଟର୍ ଦୂରରେ ସ୍ପେସ ସର୍ଟାଳଟି ବିସ୍ଫୋରଣ ହୋଇ ଖଣ୍ଡ ବିଖଣ୍ଡ ହୋଇଗଲା ।

ଘଟଣାର କିଛି ବର୍ଷ ପର୍ଯ୍ୟନ୍ତ ଏହି ଘଟଣାଟି କିପରି ଘଟିଥିଲା, ତାହା କେହି ବି ଜାଣିପାରିଲେ ନାହିଁ । କିନ୍ତୁ ନାସା ଯେତେବେଳେ ଏହି ଘଟଣାର ଅତି ନିକଟତର ଭାବେ ଯାଞ୍ଚ୍ କଲା, ସେତେବେଳେ ସେ ଜାଣିବାକୁ ପାଇଲା ଯେ ଯେତେବେଳେ ସ୍ପେସ ସର୍ଟଲ ଲଞ୍ଚ କରାଯାଉଥିଲା, ସେତେବେଳେ ଟ୍ୟାଙ୍କରେ ଲାଗିଥିବା ଏକ ଇନ୍ସ୍ୟୁଲେସନ୍ ଫର୍ମର ଏକ ଅଂଶ ଭାଙ୍ଗି ମହାକାଶ ଯାନର ବାମ ଡେଣାକୁ ଧକ୍କା ଦେଇ ସ୍ପେସ ସର୍ଟଲର ଡେଣାରେ ପ୍ରାୟ 8ରୁ 10 ଇଞ୍ଚ ଗଭୀରରେ ଏକ ଛିଦ୍ର ସୃଷ୍ଟି କରିଥିଲା ଏବଂ କେହି ଅନୁମାନ ମଧ୍ୟ କରିନଥିଲେ ଯେ ଏହି ଛିଦ୍ର ସବୁକିଛି ନଷ୍ଟ କରିଦେବ । ତେବେ ନାସା ମଧ୍ୟ ପ୍ରଥମରୁ ଜାଣିଥିଲା ଯେ ଏହା ଏକ ସାଙ୍ଘାତିକ ରୂପ ନେବ ଏବଂ ସେମାନେ ପୃଥିବୀ ପୃଷ୍ଠକୁ ଫେରିବା ପ୍ରାୟ ଅସମ୍ଭବ ହେବ ।କିନ୍ତୁ ତଥାପି ସେ ମହାକାଶଚାରୀ ମାନଙ୍କୁ ସତର୍କ କରିନଥିଲା ଏବଂ ଏହି କଥା ସମସ୍ତଙ୍କ ଠାରୁ ଲୁଚାଇ ରଖି ସେମାନଙ୍କୁ ମରଣ ମୁହଁକୁ ଠେଲି ଦେଇଥିଲା ।

Leave A Reply

Your email address will not be published.