Ind Vs Sa 1st T20: କଷ୍ଟକର ପିଚରେ ଟିମ ଇଣ୍ଡିଆ ଦେଖାଇଲା ଦମ୍, ଆଫ୍ରିକାକୁ 8ଟି ୱିକେଟରେ ହରାଇ ସିରିଜରେ କଲା ବୃଦ୍ଧି

0

Get real time updates directly on you device, subscribe now.

ସାଉଥ୍ ଆଫ୍ରିକାର ବିରୋଧରେ ଖେଳାଯାଉଥିବା ପ୍ରଥମ ଟି-20 ମ୍ୟାଚରେ ଭାରତ 8 ୱିକେଟ ଜିତିଛି । ତିରୁବନନ୍ତପୁରମରେ ଖେଳାଯାଇଥିବା ଏହି ମୁକାବିଲାରେ ସାଉଥ୍ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି 106 ସ୍କୋର କରିଥିଲା, ଜବାବରେ ସୂର୍ଯ୍ୟକୁମାର ଯାଦବ ଏବଂ କେଏଲ ରାହୁଲଙ୍କ ଚମତ୍କାର ବ୍ୟାଟିଂ ବଳରେ ଭାରତ 20 ବଲ ଶେଷ ରହିଥିବା ବେଳେ ଏହି ମ୍ୟାଚରେ ଜିତିଛି । ତିନି ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜରେ ଭାରତ 1-0 ଆଗରେ ଅଛି ।

ସ୍କୋରବୋର୍ଡ :-

ଭାରତ : 106/8(20 ଓଭର)

ସାଉଥ୍ ଆଫ୍ରିକା : 110/2(16.4 ଓଭର)

107 ରନକୁ ପିଛା କରିବାକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆର ଆରମ୍ଭ ଭଲ ହୋଇନଥିଲା, କ୍ୟାପଟେନ ରୋହିତ ଶର୍ମା 0 ସ୍କୋରରେ ଆଉଟ୍ ହେଲେ । ଯେତେବେଳେ କି ବିରାଟ କୋହଲି କେବଳ 3ଟି ରନ କରିଥିଲେ । କିନ୍ତୁ ଏହାପରେ କେଏଲ୍ ରାହୁଲ୍ ଏବଂ ସୂର୍ଯ୍ୟକୁମାର ଯାଦବ ମ୍ୟାଚକୁ ଓଲଟାଇ ଦେଲେ । ଦୁହେଁ କଷ୍ଟକର ପିଚରେ ଚମତ୍କାର ବ୍ୟାଟିଂ କଲେ ।

ସୂର୍ଯ୍ୟକୁମାର ଯାଦବ 33 ବଲରେ 50 ରନ କଲେ, ଯେଉଁଥିରୁ 5ଟି ଚଉକା ଏବଂ 3ଟି ଛକା ମାରିଲେ । ଏପଟେ କେଏଲ୍ ରାହୁଲ୍ 56 ମ୍ୟାଚରେ 51 ରନର ଇନ୍ସିଂ ଖେଳିଲେ । ରାହୁଲ 2 ଟି ଚଉକା ଏବଂ 4 ଟି ଛକା ମାରିଲେ । ଏହି ପଡ଼ିଆରେ କଷ୍ଟକର ପିଚ୍ ଥିଲା, ଏପରି ପରିସ୍ଥିତିରେ ବ୍ୟାଟିଂ ଏତେ ସହଜ ନଥିଲା । ତଥାପି ଦୁଇ ବ୍ୟାଟ୍ସମ୍ୟାନ 93 ରନର ପାର୍ଟନରସିପ କଲେ ଏବଂ ଭାରତକୁ ଜିତାଇ ଦେଲେ ।

ଭାରତ – ସାଉଥ୍ ଆଫ୍ରିକା ଟି-20 ସିରିଜ :-

ପ୍ରଥମ ଟି-20 : ଭାରତ 8 ୱିକେଟରେ ଜିତିଲା

ଦ୍ୱିତୀୟ ଟି-20 : ଅକ୍ଟୋବର 2 ( ଗୁୱାହାଟି, 7.30 PM)

ତୃତୀୟ ଟି-20 : ଅକ୍ଟୋବର 4(ଇନ୍ଦୋର, 7.30 PM)

Leave A Reply

Your email address will not be published.