୯ ବର୍ଷର ଛୁଆକୁ ଲାଗିଲା ଅଶ୍ଳୀଳ ଫିଲ୍ମର ଅଭ୍ୟାସ, ବଡ ବ୍ୟକ୍ତିଙ୍କ ସହ ରଖିଲେ ସମ୍ବନ୍ଧ, କୋର୍ଟ ଶୁଣାଇଲେ ପିତାଙ୍କୁ….

0

Get real time updates directly on you device, subscribe now.

ପିଲା ଘରକୁ ଆସିବା ମାତ୍ରେ ଖୁସିର ମାହୋଲ ସୃଷ୍ଟି ହୋଇଯାଏ, ଏହାସହିତ ଦାୟିତ୍ଵ ମଧ୍ୟ ବଢିଯାଏ। ପିଲାଙ୍କୁ ଜନ୍ମ ଦେବା ପରେ ମାତା-ପିତା ତାଙ୍କର ଲାଳନ ପାଳନର ଦାୟିତ୍ଵ ନିଅନ୍ତି। ପିଲାବେଳେ ଯାହାସବୁ ଶିଖାଯାଏ, ସେହି ଅନୁସାରେ ନିଜର ଜୀବନ ବଞ୍ଚନ୍ତି। ଆପଣ ଏମିତି ବୁଝନ୍ତୁକି ଛୋଟ ପିଲା ମାଟିର ଗୋଲ ଭଳି ହୋଇଥାନ୍ତି। ଆପଣ ତାଙ୍କୁ ଯେମିତି ଆକାର ଦେବେ ସେମାନେ ସେହି ଆକାରରେ ଢଳିଯିବେ। ସେଥିପାଇଁ ପିଲାଙ୍କ ଲାଳନ ପାଳନ ଆପଣ କେମିତି କରୁଛନ୍ତି, ଏହି କଥା ବହୁତ ଗୁରୁତ୍ବପୂର୍ଣ ଅଟେ।

ମାତା-ପିତାଙ୍କର ଏହା ମଧ୍ୟ ଦାୟିତ୍ଵ ଅଟେକି ସେମାନେ ନିଜର ପିଲାଙ୍କୁ ଠିକ ଓ ଭୁଲ ଜିନିଷରେ ଫରକ ଶିଖାଇଥାନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ଓ ଇଣ୍ଟରନେଟର ଦାୟିତ୍ଵ ଅଟେ। ଗୋଟିଏ କ୍ଲିକରେ ସବୁକିଛି ଖୋଲିଯାଏ। ସେହିପରି ବର୍ତ୍ତମାନ ସମୟର ପିଲା ସବୁବେଳେ ମୋବାଇଲରେ ଲିପ୍ତ ରୁହନ୍ତି। ଇଣ୍ଟରନେଟରେ ପ୍ରତ୍ୟେକ ପ୍ରକାର ସାମଗ୍ରୀ ଉପଲବ୍ଧ ଥାଏ। ଯେଉଁଥିରେ କିଛି ଖରାପ ଜିନିଷ ଥାଏ, ଯାହା ପିଲାଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ।

ଇତି ମଧ୍ୟରେ ଏକ ଏମିତି ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ପିତାଙ୍କର ଅବହେଳା ଯୋଗୁଁ ୯ ବର୍ଷର ପିଲା ପର୍ନ ଦେଖିବାର ଅଭ୍ୟାସ ଲାଗିଗଲା। ଏତିକି ନୁହେଁ ବରଂ ସେ ନିଜଠାରୁ ବଡ ବ୍ୟକ୍ତିଙ୍କ ସହିତ ସମ୍ବନ୍ଧ ରଖିଲା। ତେବେ ଚାଲନ୍ତୁ ଜାଣିବା ଏହି ମାମଲାଟି କଣ ଅଟେ।

ପର୍ନ ଦେଖୁଥିଲେ ୯ବର୍ଷର ପିଲା:-

ଆଜି ଆମେ ଆପଣଙ୍କୁ ଯେଉଁ ମାମଲା ବିଷୟରେ କହିବାକୁ ଯାଉଛୁ ଏହା ଇଂଲଣ୍ଡର ଅଟେ, ଯେଉଁଠି କୋର୍ଟ ଏକ ପିତାଙ୍କ ଉପରେ ଆରୋପ ଲଗାଇଛନ୍ତିକି ସେ ଜାଣିଶୁଣି ନିଜର ଝିଅକୁ ବିଗାଡିଛନ୍ତି। ନିଜର ଝିଅକୁ ସଠିକ ଭାବରେ ଦେଖରଖ କରିପାରିଲେ ନାହିଁ। ସେଥିପାଇଁ ପିତାଙ୍କୁ କୋର୍ଟ ଦଣ୍ଡ ଶୁଣାଇଛନ୍ତି। ପିତା ନିଜର ୯ ବର୍ଷୀୟ ଝିଅକୁ ପର୍ନ ଫିଲ୍ମ ଦେଖିବାରେ ମନା କରୁନଥିଲେ।

ଏତିକି ନୁହେଁ ବରଂ ୮ ବର୍ଷ ବୟସରେ ଏକ ପୁଅ ସହିତ ସମ୍ବନ୍ଧ ରଖିବା ସମୟରେ ଧରାପଡିବା ପରେ ତାଙ୍କୁ କେହି ଅଟକାଇନଥିଲେ। ସେହିପରି ଅନେକ ଘଟଣା ସାମ୍ନାକୁ ଆସିଥିଲା। ଯାହାପରେ କୋର୍ଟ ୬୪ ବର୍ଷର ପିତାଙ୍କୁ ଦଣ୍ଡ ଶୁଣାଇଲେ। ପଚରାଉଚୁରା ସମୟରେ ପିତା ଏହା ସ୍ଵୀକାର କରିଲେକି ସେ ନିଜର ପିଲାର ଦେଖରଖ କରିବାରେ ଅସଫଳ ରହିଲେ।

ପିତା ନିଜର ପିଲାକୁ ରୋକିବାକୁ ଚେଷ୍ଟା କରିଲେ ନାହିଁ:-

ପତ୍ନୀଙ୍କ ମୃତ୍ୟୁ ପରେ ୬୪ ବର୍ଷୀୟ ପିତା ଉଭୟ ସନ୍ତାନଙ୍କୁ ଏକାକୀ ପାଳିଥିଲେ। ଗ୍ଳୁସେଷ୍ଟର କ୍ରାଉନ କୋର୍ଟ କହିଛନ୍ତିଯେ ପିତା ତାଙ୍କ ପିଲାଙ୍କୁ ରୋକିବାକୁ ଚେଷ୍ଟା କରିନାହାଁନ୍ତି। ବାପା ପ୍ରତିଦିନ ମୋବାଇଲରେ ପର୍ନ ଦେଖୁଥିଲେ। ପ୍ରସିକ୍ୟୁସନ କହିଲେକି ନିଜର ୯ ବର୍ଷର ଝିଅକୁ ଏକ ଆଇପ୍ୟାଡ ମଧ୍ୟ ଆଣିଛନ୍ତି। ସେ ସେଥିରେ ପର୍ନ ଦେଖିବା ଆରମ୍ଭ କରିଥିଲେ।

ପୂର୍ବରୁ ମଧ୍ୟ ଅଭିଯୋଗ ଲାଗିଛିକି ସେ ନିଜର ଝିଅକୁ ଅନ୍ୟ ବ୍ୟକ୍ତିଙ୍କ ନିଆକତରେ ଛାଡିଲେ ଯାହାଙ୍କ ଉପରେ ତାଙ୍କର ପୂର୍ବରୁ ସନ୍ଦେହ ଥିଲା। ସେ ବାଲ୍ୟ ଅପରାଢ ହୋଇପାରେ। କୋର୍ଟକୁ କୁହାଯାଇଥିଲା ଯେ ସେ ମାତ୍ର ୮ ବର୍ଷ ବୟସରେ ତାଙ୍କ ଝିଅକୁ ଏକ ପୁଅ ସହିତ ଧରିଥିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ବାପା ନିଜ ଝିଅକୁ ଏପରି କରିବାକୁ କେବେବି ଅଟକାଇ ନଥିଲେ।

କୋର୍ଟ ମଧ୍ୟ ବାପାଙ୍କ ବିରୁଦ୍ଧରେ ଦୁଷ୍କର୍ମ କରିବାର ଅଭିଯୋଗ କରିଛନ୍ତି। ୨୦୧୬-୧୭ରେ, ପିତାଙ୍କ କାରଣରୁ ଉଭୟ ପିଲାଙ୍କୁ ଅନ୍ୟାନ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ତାଙ୍କୁ ମଧ୍ୟ ଆଘାତ ଲାଗିଥିଲା। ଏପରି ଅନେକ ଘଟଣା ଘଟିଥିଲା ​​ଯେଉଁଠାରେ ଝିଅକୁ ଭୁଲ କାମ କରିବାରେ ଅଟକାଇବା ପିତାଙ୍କର ଦାୟିତ୍ଵ ଥିଲା। କିନ୍ତୁ ସେ ଏପରି କିଛି କରିନଥିଲେ। କେବଳ ଝିଅ ନୁହେଁ ପିତାଙ୍କ ପୁଅ ମଧ୍ୟ ୯ ବର୍ଷ ବୟସରେ ତିନିଥର ସମ୍ପର୍କ ରଖିଥିଲେ। ୨୦୧୬ ମସିହାରେ ପିତାଙ୍କୁ ଏହି ବିଷୟରେ ଜଣାପଡିଥିଲା।

କିନ୍ତୁ ସେତେବେଳେ ସେ କୌଣସି ପ୍ରକାର ଏକ୍ସନ ନେଇନଥିଲେ। ପରେ ପିତାଙ୍କୁ ଯେତେବେଳେ ଅନୁଭବ ହେଲାକି ସେ ପିଲାଙ୍କର ଦେଖରଖ ସଠିକ ଭାବରେ କରିନାହାନ୍ତି, ସେ ଏହି କଥା ସୋସିଆଲ ଏକ୍ଟିଭିଷ୍ଟ ଓ ଶିକ୍ଷକଙ୍କୁ ଜଣାଇଥିଲେ। ୨୦ ଜୁଲାଇ ୨୦୧୭ ମସିହାରେ ପୋଲିସ ଆରୋପୀ ପିତାଙ୍କୁ ଆରେଷ୍ଟ କରିଥିଲା।

କୋର୍ଟ ପିତାଙ୍କୁ ଶୁଣାଇଲେ ଦଣ୍ଡ:-

ଏହି ସମ୍ପୂର୍ଣ ମାମଲାର ଶୁଣାଣି ପରେ କୋର୍ଟ ପିତାଙ୍କୁ ୨ ବର୍ଷର ଜେଲ ଦଣ୍ଡ ଶୁଣାଇଲେ। ତାଙ୍କୁ ୩୨ଟି ରିହାବିଲେଶନ ଏକ୍ଟିଭିଷ୍ଟରେ ସାମିଲହେବାର ଆଦେଶ ଦିଆଗଲା। ଏତିକି ନୁହେଁ ବରଂ ତାଙ୍କୁ ୧୨୦ ଡଲାରର ଜରିମାନା ମଧ୍ୟ ଲାଗିଲା।

Leave A Reply

Your email address will not be published.