ଏଥର ଏସି ଯେତେ ଚଲାଇଲେ ବି ବିଜୁଳି ବିଲ୍‌ ଆସିବ ଜିରୋ, ମାର୍କେଟକୁ ଆସିଗଲା ଏହି ନୂଆ ଡିଭାଇସ୍‌,କରିବ କମାଲ

0

Get real time updates directly on you device, subscribe now.

ପାଣିପାଗ ପରିବର୍ତ୍ତନ ହେଉଥିବା କାରଣରୁ ଖରା ପ୍ରବଳ ବଢ଼ିବା ସହିତ ତାତି ଏବେ ଧୀରେ ଧୀରେ ଅସହ୍ୟ ହେବାରେ ଲାଗିଲାଣି । ଝାଞ୍ଜି ପବନ ମଧ୍ୟ କରୁଛି କଲାବଲ । ଏଭଳି ସ୍ଥିତିରେ ଫ୍ୟାନ୍‌, ଏସି ଓ କୁଲରର ଯଥେଷ୍ଟ ଆବଶ୍ୟକତା ପଡୁଛି ଲୋକମାନଙ୍କୁ । କିନ୍ତୁ ଏସି ଯେତେ ସମୟ ଲାଗିବ ବିଦ୍ୟୁତ୍‌ ବିଲ୍‌ ମଧ୍ୟ ସେତିକି ଆସିବ । ଯାହା ମୁଣ୍ଡବ୍ୟଥାର କାରଣ । କିନ୍ତୁ ଏବେ କିଛି ଡିଭାଇସ୍ ଆସି ଯାଇଛି ମାର୍କେଟ କୁ ଯାହା ଦ୍ଵାରା ବିଲ୍‌ କମ୍‌ ଆସିବ, ଆସନ୍ତୁ ଆଲୋଚନା କରିବା ।

ତେବେ ସେଥିପାଇଁ ଓକିଟେଲ ନାମକ ଏକ କମ୍ପାନି ସୋଲାର ଚାର୍ଜିଂ ହୋଇପାରୁଥିବା ଗୋଟେ ଡିଭାଇସ୍ ମାର୍କେଟ ରେ ଉପଲବ୍ଧ କରାଇଛି । ଯାହାର ନାମ ହେଉଛି ଓକିଟେଲ ପି-୨୦୦୧ । ଏହା ଏକ ପୋର୍ଟେବଲ୍‌ ପାଓ୍ଵାର ଷ୍ଟେସନ ଯାହାକି ଆଉଟ ଡୋର କେମ୍ପିଙ୍ଗ୍‌ରେ ମଧ୍ୟ କାମରେ ଆସି ପାରିବ । ତେବେ ନୂଆ ଲଞ୍ଚ ହୋଇଥିବା ଏହି ଓକିଟେଲ ପି-୨୦୦୧ ବିନା ବିଜୁଳିରେ ମଧ୍ୟ ସବୁ କାର୍ଯ୍ୟ ଠିକ୍ କରିଦେବ କାରଣ ଏହା ସୋଲାର ସିଷ୍ଟମ୍ ରେ ପରିଚାଳିତ ।

ତେବେ ଏହି ଡିଭାଇଜ୍ ଟି ୪୦୦୦ ଡବ୍ଲ୍ୟୁଏଚ୍‌ ର ପିକ୍‌ ପରର୍ଫମାନ୍ସ ଦେବା ସହିତ ୨୦୦୦ ଡବ୍ଲ୍ୟୁଏଚର ଆଉଟ୍ ପୁଟ ମଧ୍ୟ ଦେଇଥାଏ। ଆଉ କେବଳ ସେତିକି ନୁହେଁ ଏହା ପି-୨୦୦୧ ଆଉଟେଜ୍‌ରେ ଘର ଭିତରେ ମଧ୍ଯ ପାଓ୍ଵାର ବେକ୍‌ ଅପ ଦେଇଥାଏ । ଆଉ ଲାଇନ୍ ନଥିଲେ ପୁରା ପୁରି ୨ ଦିନ ପର୍ଯ୍ୟନ୍ତ ବିଜୁଳି ଦେଇଥାଏ । ତେବେ ଓକିଟେଲ ପି-୨୦୦୧କୁ ଫୁଲ ଚାର୍ଜ ହେବା ପାଇଁ ପାଖାପାଖି ୧୦୦ ମିନିଟ୍ ସମୟ ଲାଗିଥାଏ । ଆଉ ଏହା ସୋଲାର ପାୱାର ମାଧ୍ୟମରେ ଚାର୍ଜ ହୋଇଥାଏ ।

ତେବେ ବନ୍ଧୁଗଣ ବର୍ତମାନ ଜାଣନ୍ତୁ ଏହି ଡିଭାଇଜ୍ କୁ କେଉଁ ଉପକରଣ ମାନଙ୍କରେ ବ୍ଯବହାର କରି ପାରିବେ । ତେବେ ଓକିଟେଲ ପି-୨୦୦୧ ଦ୍ଵାରା ଘରୋଇ ଜିନିଷ ଯେପରିକି ମିନି ରେଫ୍ରିଜେରେଟର, କାଠ ତିଆରି ଜିନିଷ, ପ୍ରୋଜେକ୍ଟର ଆଦିକୁ ଚାର୍ଜ ପ୍ରଦାନ କରିପାରେ । ଏହା ସହିତ ମଧ୍ୟ ଘରେ ଟିଭି ଠାରୁ ଆରମ୍ଭ କରି ଏସି ପର୍ଯ୍ୟନ୍ତ ସବୁକୁ ଘଣ୍ଟା ଘଣ୍ଟା ଧରି ଚାର୍ଜ ପ୍ରଦାନ କରିଥାଏ । ଯାହା ଫଳରେ ବିନା କୌଣସି ଇଲେକ୍ଟ୍ରି ବିଲ୍ ଚିନ୍ତା କରି ଏସି ଆପଣ ଘଣ୍ଟା ଘଣ୍ଟା ଧରି ଚଲାଇ ପାରିବେ ।

Leave A Reply

Your email address will not be published.