ଅଧିକ ଅଫର ପାଇବା ଚକ୍କରରେ ମଗାଇଦେଲେ 50 ହଜାର ଟଙ୍କାର ଲାପଟପ, ଡବା ଖୋଲିବା ମାତ୍ରେ ବାହାରିଲା ଘଡି ସାବୁନ, କମ୍ପାନୀ ରିଟର୍ନ ନେବାକୁ କରିଦେଲା ମନା

0

Get real time updates directly on you device, subscribe now.

Flipkart ନିଜ ଫେଷ୍ଟିଭ ସିଜିନକୁ ନେଇ ବହୁତ୍ ହେଡଲାଇନରେ ଅଛି । ଯେଉଁଠାରେ ପୂର୍ବରୁ iPhone 13 ଅର୍ଡର କ୍ୟାନ୍ସେଲ ହେବାକୁ ନେଇ କମ୍ପାନୀ ଉପରେ ଆରୋପ ଲଗାଯାଇଥିଲା । ସେହିପରି ବର୍ତ୍ତମାନ ଗୋଟିଏ ନୂତନ ମାମଲା ସାମ୍ନାକୁ ଆସିଛି । ବାସ୍ତବରେ IIM- ଅହମଦାବାଦର ଜଣେ ଛାତ୍ର ଯଶଶ୍ଵି ଶର୍ମା ନିଜ ବାପାଙ୍କ ପାଇଁ ଲାପଟପ ଅର୍ଡର କରିଥିଲେ । କିନ୍ତୁ ଯେତେବେଳେ Flipkart ଡେଲିଭରି ଦେଲା, ସେତେବେଳେ ସେଥିରୁ ଘଡି ଡିଟରଜେଣ୍ଟର ପ୍ୟାକ୍ ଥିଲା । ଏହି ଅର୍ଡର ବିଗ୍ ବିଲିଅନ ଡେଜ୍ ସେଲ ସମୟରେ କରାଯାଇଥିଲା । ଯଶଶ୍ଵି ଟୁଇଟରରେ କହିଛନ୍ତି ଯେ ଇ-କମର୍ସ ପ୍ରସିଦ୍ଧ Flipkart ନିଜ ଭୁଲକୁ ଠିକ୍ କରିବାକୁ ମନା କରିଦେଇଛି ।

ସେହିପରି ଗୋଟିଏ ଲିଙ୍କଡଇନ୍ ପୋଷ୍ଟରେ ଯଶସ୍ଵି ଶର୍ମା କହିଛନ୍ତି ଯେ ଲାପଟପ ଜାଗାରେ ଘଡି ଡିଟରଜେଣ୍ଟର ପ୍ୟାକ୍ ପଠାଇବା ସତ୍ତ୍ବେ Flipkart ର କଷ୍ଟମର ସପୋର୍ଟ ତାଙ୍କ ଉପରେ ଆରୋପ ଲଗାଉଛନ୍ତି । ସେ କହିଛନ୍ତି ଯେ ତାଙ୍କ ପାଖରେ ଏହା ପ୍ରମାଣିତ କରିବାପାଇଁ ସିସିଟିଭି ଫୁଟେଜ ପ୍ରମାଣ ମଧ୍ୟ ଅଛି ଯେ ସେ ସତ କହୁଛନ୍ତି, କିନ୍ତୁ କୌଣସି ଲାଭ ହେଲା ନାହିଁ । ଏହାସହିତ ଏହା ମଧ୍ୟ କହିଛନ୍ତି ଯେ ତାଙ୍କୁ ଓପନ ବକ୍ସ ଡେଲିଭରି ବିଷୟରେ ଜଣାନଥିଲା, ତେଣୁ ତାଙ୍କ ଦ୍ଵାରା ଏହି ଭୁଲ ହେଲା । ଏଥିପାଇଁ କ୍ରେତାଙ୍କୁ ଡେଲିଭରି ଏଯେଣ୍ଟ ଙ୍କ ସାମ୍ନାରେ ପ୍ୟାକେଜ ଖୋଲିବାକୁ ପଡ଼ିବ ଏବଂ ଆଇଟମକୁ ଟେଷ୍ଟ କରିବା ପରେ ହିଁ ଓଟିପି ଦେବାର ଥିଲା । ଶର୍ମା କହିଛନ୍ତି ଯେ ତାଙ୍କ ବାପା ଏହା ମାନି ନେଇଥିଲେ ଯେ ପ୍ୟାକେଜ ମିଳିବା ପରେ ଓଟିପି ଦେବା ଉଚିତ୍, ଯାହାକି ଅଧିକାଂଶ ପ୍ରିପେଡ୍ ଡେଲିଭରି ମାମଲାରେ ହୋଇଥାଏ ।

ଲାପଟପ ଜାଗାରେ ଡେଲିଭରି କରାଗଲା ଡିଟରଜେଣ୍ଟର ପ୍ୟାକ୍ :-

ତେବେ Flipkart ର ସବୁଠାରୁ ବରିଷ୍ଠ ଗ୍ରାହକ ସହାୟତା କାର୍ଯ୍ୟକାରୀ କହିଛନ୍ତି ଯେ ଏହି ପ୍ରଡକ୍ଟର ରିଟର୍ନ ସମ୍ଭବ ନୁହେଁ । ଏହାସହିତ କହିଲେ ଯେ ଏହି ମାମଲାକୁ ଆଗକୁ ବଢାଇ ହେବ ନାହିଁ । ସେ ଏହା ମଧ୍ୟ କହିଛନ୍ତି ଯେ, ” ମୋ ବାପାଙ୍କର ଭୁଲ କେବଳ ଏହା ଯେ ସେ ଏହା ମାନି ନେଇଥିଲେ ଯେ – Flipkart ରୁ ଆସିଥିବା ପ୍ୟାକେଜରେ ଏକ ଲାପଟପ ଥିବ, ଡିଟରଜେଣ୍ଟର ନୁହେଁ । ଓଟିପି ମାଗିବା ପୂର୍ବରୁ ଡେଲିଭରି ବୟ ମୋ ବାପାଙ୍କୁ ଓପନ ବକ୍ସ କନସେପ୍ଟ ବିଷୟରେ କହିପାରିଲେ ନାହିଁ ।

Leave A Reply

Your email address will not be published.