“ଥରେ ଶୋଇଛୁ ମାନେ ବାରମ୍ବାର ଶୋଇବୁ, ନ ଶୋଇଲେ ଭିଡିଓ ଭାଇରାଲ କରିଦେବି, ତୋ ଭାଉଜ ଦେଖିବ ତୋ ଅଶ୍ଳୀଳ ଫଟୋ”

0

Get real time updates directly on you device, subscribe now.

ଆଜିକାଲି ପ୍ରେମରେ ଧୋକା ଦେବାର ଅନେକ ମାମଲା ସାମ୍ନାକୁ ଆସୁଛି । ଏଥିରେ କେତେବେଳେ ପୁଅ ଝିଅକୁ ଧୋକା ଦେଉଛି ତ ଆଉ କେତେବେଳେ ଝିଅ ପୁଅକୁ ଧୋକା ଦେଉଛି । ଏପରି ଗୋଟିଏ ମାମଲା ବର୍ତ୍ତମାନ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ପ୍ରେମିକ ପ୍ରଥମେ ପ୍ରେମ କଲା ଏବଂ କିଛି ମାସ ପରେ ବ୍ଲାକମେଲ କରିବା ଆରମ୍ଭ କରିଦେଲା । ଆଉ ଧମକ ଦେବାକୁ ଲାଗିଲା ଯେ “ମୁଁ ଖରାପ୍ ହୁଏ କି ଭଲ, ମତେ ଭଲ ପାଇଛୁ ଆଉ ମୋ ପାଖରେ ଶୋଇଛୁ । ଥରେ ଶୋଇଛୁ ମାନେ ବାରମ୍ବାର ଶୋଇବୁ । ମୁଁ ତତେ ଭଲପାଏ କି ନପାଏ, ମୋର ଯେତେବେଳେ ଇଚ୍ଛା ହବ ତୁ ସେତେବେଳେ ଶୋଇବୁ । ଆଉ ଆମ ଅନ୍ତରଙ୍ଗ ମୁହୂର୍ତ୍ତର ସବୁତକ ଭିଡିଓ ନେଟରେ ଅପଲୋଡ଼ କରିଦେବି । ସମସ୍ତେ ତୋର ଅଶ୍ଳୀଳ ଭିଡିଓ ଦେଖିବେ, ଏମିତି କି ତୋର ଫଟୋ ଆଉ ଭିଡ଼ିଓ ତୋ ଭାଉଜ ପାଖକୁ ପଠାଇ ଦେବି ।” ତାପରେ ସେ ଫଟୋ ଆଉ ଭିଡ଼ିଓ ଭାଇରାଲ ମଧ୍ୟ କରିଦେଲା ।

ଆଜ୍ଞା ହଁ, ଏସବୁ ଜଣେ ଧୋକେବାଜ୍ ପ୍ରେମିକର କାହାଣୀ ଅଟେ । ପ୍ରେମିକର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରି ଏବେ ପ୍ରେମିକ ଜେଲରେ ଅଛି । ସେହି ଧୋକେବାଜ୍ ପ୍ରେମିକକୁ ଖାରବେଳନଗର ଥାନା ପୋଲିସ ଏବେ ଗିରଫ କରିଛି । ଗିରଫ ହୋଇଥିବା ଏହି ଧୋକେବାଜ୍ ପ୍ରେମିକ ୟୁନିଟ 3 ରେ ରହୁଥିବା କେନ୍ଦ୍ରାପଡ଼ାର ଲୋକନାଥ ମହାରଣା ଅଟେ ।

ପୋଲିସ କହିବା ମୁତାବକ, ଲୋକନାଥ ଜନପଥରେ ଥିବା ଗୋଟିଏ ସୁନା ଦୋକାନରେ କାମ କରୁଥିଲେ ଏବଂ ସେହି ଅଞ୍ଚଳରେ ଥିବା ଆଉ ଏକ ସୁନା ଦୋକାନରେ ଜଣେ ଯୁବତୀ ମଧ୍ୟ କାମ କରୁଥିଲେ । ଚାରି ମାସ ହେବ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଯେତେବେଳେ ସେମାନଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥିଲା ସେତେବେଳେ ସେମାନେ ଶାରୀରିକ ସମ୍ପର୍କ ରଖିଥିଲେ । ଆଉ ଅତି ଚତୁରତାର ସହ ଏହି ଧୋକେବାଜ ପ୍ରେମିକ ସେସବୁ ଭିଡିଓ କରିଥିଲା ।

ତାପରେ ପ୍ରେମକୁ ଚାରିମାସ ମଧ୍ୟ ପୁରିନି, କିନ୍ତୁ ପ୍ରେମିକ ଆଉ ଗୋଟେ ଝିଅ ସହ ପ୍ରେମ କଲା । ଯେତେବେଳେ ପୂର୍ବରୁ ଥିବା ପ୍ରେମିକା ଏ ବିଷୟରେ ଜାଣିଲା, ଲୋକନାଥ ଠାରୁ ଦୂରେଇ ଗଲେ । ଆଉ ଲୋକନାଥ ପୁଣିଥରେ ବାରମ୍ବାର ସମ୍ପର୍କ ରଖିବାପାଇଁ ଚେଷ୍ଟା କଲା । ଯୁବତୀ ଅରାଜି ହେବାରୁ ଭାଉଜଙ୍କ ପାଖକୁ ନଗ୍ନ ଫଟୋ ଓ ଭିଡିଓ ସବୁ ଛାଡ଼ିଲା ।

ଯାହାକୁ ନେଇ ଯୁବତୀ ଜଣକ ଖାରବେଳନଗର ଥାନାରେ ଅଭିଯୋଗ କଲେ । ଏହାପରେ ମଙ୍ଗଳବାର ଦିନ ଏହି ପ୍ରତାରକ ଧୋକେବାଜ ପ୍ରେମିକକୁ ଖାରବେଳନଗର ପୋଲିସ କେନ୍ଦ୍ରାପଡ଼ାରୁ ଗିରଫ କରିଛି । ଏହାସହିତ ତାର ଫୋନକୁ ମଧ୍ୟ ଜବତ କରିଛି ।

Leave A Reply

Your email address will not be published.