ବୟସ ହେଲାଣି ୬୪ ବର୍ଷ, ତଥାପି ଅବିବାହିତ ଅଟନ୍ତି ମୁକେଶ ଖନ୍ନା, ବାସ୍ତବରେ କାହିଁକି କରିନାହାନ୍ତି ବିବାହ? ଅଭିନେତା ନିଜେ କହିଲେ କାରଣ

0

Get real time updates directly on you device, subscribe now.

ମୁକେଶ ଖନ୍ନା ବଲିଉଡ ଓ ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ଅଟନ୍ତି। ସେ ନିଜର ଭଲ ଅଭିନୟ ଓ କଡା ପରିଶ୍ରମ ଦ୍ଵାରା ଇଣ୍ଡଷ୍ଟ୍ରିରେ ଖାସ ସ୍ଥାନ ପାଇଥିଲେ। ମୁକେଶ ଖନ୍ନା “ଶକ୍ତିମାନ” ହୋଇ ପିଲାଙ୍କ ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ, ପ୍ରତ୍ୟେକ ବର୍ଗର ଦର୍ଶକଙ୍କ ମନରେ ମଧ୍ୟ ଖାସ ସ୍ଥାନ କରିବାରେ ସଫଳ ହୋଇଥିଲେ। ଏକ ସମୟ ଥିଲା ଯେତେବେଳେ ଧାରାବାହିକ “ଶକ୍ତିମାନ”ର ନାମ ଶୁଣିବା ମାତ୍ରେ ପିଲା କେଉଁଠିବି ଥିଲେବି, ଏହି ସିରିୟଲ ଦେଖିବା ପାଇଁ ଦୌଡି ଚାଲି ଆସୁଥିଲେ।

୯୦ ଦଶକରେ ପିଲାମାନେ ଶକ୍ତିମାନରେ ନଜର ଆସୁଥିବା ପ୍ରତ୍ୟେକ ଭୂମିକା ସମସ୍ତଙ୍କୁ ପସନ୍ଦ ଆସୁଥିଲା। ଶକ୍ତିମାନଙ୍କର ପିଲାମାନେ ଦିବାନା ଥିଲେ। ମୁକେଶ ଖନ୍ନା “ଶକ୍ତିମାନ”ର ଅଭିନୟ ନିଭାଇ ଘରେ ଘରେ ନିଜର ଖାସ ପରିଚୟ କରିଥିଲେ। କେବଳ ଛୋଟ ପରଦା ନୁହେଁ ବରଂ ଫିଲ୍ମ ଦୁନିଆରେ ମଧ୍ୟ ମୁକେଶ ଖନ୍ନା ଦର୍ଶକଙ୍କର ହୃଦୟ ଜିତିଛନ୍ତି। ମୁକେଶ ଖନ୍ନା ସଫଳ କଳାକାର ଲିଷ୍ଟରେ ପ୍ରସିଦ୍ଧ ଥିଲେ।

ମୁକେଶ ଖନ୍ନା ଟିଭିର ଲୋକପ୍ରିୟ ଧାରାବାହିକ “ମହାଭାରତ”ରେ ଭୀଷ୍ମ ପିତାମହଙ୍କ ଅଭିନୟ ନିଭାଇଥିଲେ। ଏହି ଭୂମିକାରେ ସେ ବହୁତ ସଫଳ ହୋଇଥିଲେ। ଏତିକି ନୁହେଁ ବରଂ ଅଧିକାଂଶ ଲୋକ ତାଙ୍କୁ ଆଜି ମଧ୍ୟ ଭୀଷ୍ମ ପିତାମହଙ୍କ ନାମରେ ଜଣାଶୁଣା। ମୁକେଶ ଖନ୍ନା ଏକ ଏମିତି ଅଭିନେତା ଅଟନ୍ତି, ଯିଏକି ଫିଲ୍ମରେ ନିଜର ଅଭିନୟ ସହିତ ନିଜର ବୟାନକୁ ନେଇ ବହୁତ ଚର୍ଚ୍ଚାରେ ଆସିଯାଇଥିଲେ।

୬୪ବର୍ଷ ବୟସରେ ମଧ୍ୟ ମୁକେଶ ଖନ୍ନା ଅବିବାହିତ ଅଛନ୍ତି। ମୁକେଶ ଖନ୍ନା ବର୍ତ୍ତମାନ ପର୍ଯ୍ୟନ୍ତ କାହିଁକି ବିବାହ କରିନାହାନ୍ତି? ଏହି ବିଷୟରେ ତାଙ୍କୁ ଅନେକ ଥର ପ୍ରଶ୍ନ ପଚରାଯାଏ। ଓ ତାଙ୍କର ପ୍ରଶଂସକ ସବୁବେଳେ ଜାଣିବାକୁ ଚାହାନ୍ତିକି ସେ କାହିଁକି ବିବାହ କରୁନାହାନ୍ତି। ଆପଣଙ୍କୁ ଜଣାଇଦେଉଛୁକି ମୁକେଶ ଖନ୍ନା ନିଜେ ଏହାର କାରଣ ଏକ ଇଣ୍ଟରଭ୍ୟୁରେ କହିଥିଲେ, ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ମୁକେଶ ଖନ୍ନା ବିବାହ ନ କରିବାର କାରଣ କହିଲେ:-

ମୁକେଶ ଖନ୍ନା ଏକ ଇଣ୍ଟରଭ୍ୟୁ ସମୟରେ କହିଲେକି ସେମାନଙ୍କର ବିବାହ ହୁଏ ଯେଉଁମାନଙ୍କର ଭାଗ୍ୟରେ ବିବାହ ଲେଖା ହୋଇଥାଏ। ମୁକେଶ ଖନ୍ନା କହିଲେକି ମୋର କହିବା ଅଭ୍ୟାସ କାରଣରୁ ଅନେକ ଥର ବିବାଦ ହୋଇଛି। ମୁକେଶ ଖନ୍ନା କହିଲେକି “ଗୋଟେ ସମୟରେ ପତ୍ରକାରଙ୍କ ପସନ୍ଦ ପ୍ରଶ୍ନ ଥିଲା। ମୁକେଶ ଖନ୍ନା ବିବାହ କରିବେ ନା କରିବେ ନାହିଁ? ଇଣ୍ଟରଭ୍ୟୁରେ ସମସ୍ତେ ପଚାରୁଥିଲେ, ଆପଣ କେବେ ବିବାହ କରିବେ?”

ମୁକେଶ ଖନ୍ନା କହିଥିଲେଯେ କିଛି ଲୋକ କହୁଥିଲେକି ମୁଁ ଭୀଷ୍ମ ପିତାମହ ଭୂମିକାରେ ଅଭିନୟ କରିଥିବାରୁ ମୁଁ ବିବାହ କରିନାହିଁ। ଅଭିନେତା ଆହୁରି ମଧ୍ୟ କହିଛନ୍ତିକି, ମୁଁ ଭୀଷ୍ମ ପିତାମହଙ୍କ ଆଦର୍ଶକୁ ଅନୁସରଣ କରେ, ମୁଁ ତାଙ୍କୁ ସମ୍ମାନ କରେ, କିନ୍ତୁ ମୁଁ ଏତେ ମହାନ ନୁହେଁ ଯେତିକି ଭୀଷ୍ମ ପିତାମହଥିଲେ। ମୁଁ ବିବାହର ବିରୋଧୀ ନୁହେଁ। ମୁଁ ବିବାହ ନ କରିବାକୁ ଶପଥ ନେଇନଥିଲି, କିନ୍ତୁ ମୋର ବିଶ୍ୱାସଯେ ଯେଉଁ ମାନଙ୍କର ଭାଗ୍ୟରେ ବିବାହ ଲେଖା ହୋଇଥାଏ ସେମାନେ ବିବାହ କରନ୍ତି।

ବିବାହରେ ଦୁଇଟି ହୃଦୟର ମିଳନ ହୁଏ, ଯାହା ଭଗବାନ ଲେଖି ପଠାଇଥାନ୍ତି। ଏଥିରେ ଦୁଇଟି ଲୋକର ଭାଗ୍ୟ ଥାଏ। ମୋର ବିବାହ ହେବାର ଥିଲେ ହୋଇଯାଇଥାନ୍ତା। ବିବାହ ମୋର ବ୍ୟକ୍ତିଗତ ମାମଲା ଅଟେ। ମୋର କୌଣସି ସ୍ତ୍ରୀ ନାହାନ୍ତି। ଦୟାକରି ଏହି ବିଷୟକୁ ଏହିଠାରେ ହିଁ ଶେଷ କରନ୍ତୁ।”

Leave A Reply

Your email address will not be published.