ଏକ ହୃଦୟ ବିଦାରକ ଘଟଣା : ପ୍ରଥମେ ଚାଲିଗଲା ସାନ ପୁଅ, ତା ପରେ ବଡ଼ ପୁଅର ବି ମୃତ୍ୟୁ,ଆଉ ଶବକୁ ନେଇ ଯାଉଥିବା ବାପାର ବି ରାସ୍ତାରେ ମୃତ୍ୟୁ
କେବେ କେବେ ଭାଗ୍ୟ ବହୁତ୍ ଖରାପ୍ ଖେଳ ଖେଳିଯାଏ । ଗୋଟିଏ ଝଟକାରେ ପୁରା ପରିବାର ନଷ୍ଟ କରିଦିଏ । ବର୍ତ୍ତମାନ ବିହାରର ଦରଭଙ୍ଗା ଜିଲ୍ଲାର ମନିଗାଛି ବ୍ଲକର ଚନୌର ପଞ୍ଚାୟତର ଅମଇ ଗାଁର ଏହି ଦୁଃଖଦ ଘଟଣାକୁ ହିଁ ଦେଖିନିଅନ୍ତୁ । ଏଠାରେ ସର୍ବପ୍ରଥମେ ସାନପୁଅର ମୃତ୍ୟୁ ହେଲା । ତାପରେ ବଡ଼ପୁଅ ମଧ୍ୟ ଚାଲିଗଲା । କିନ୍ତୁ ଦୁଃଖର ସମୟ ଏଠାରେ ଶେଷ ହେଲାନାହିଁ । ଯେତେବେଳେ ବାପା ପୁଅର ଶବ ନେଇ ଆସୁଥିଲେ, ସେତେବେଳେ ତାଙ୍କର ମଧ୍ୟ ରାସ୍ତାରେ ମୃତ୍ୟୁ ହୋଇଗଲା ।
ପୁଅର ଶବ ଆଣୁଥିବା ବେଳେ ବାପାଙ୍କ ମୃତ୍ୟୁ :-
ବାସ୍ତବରେ ମୃତକ ପଚକୌରି ସଦାୟ(50) ଗତ ଦଶବର୍ଷ ଧରି ଗାଜିଆବାଦରେ ରହି କାମ କରୁଥିଲେ । ତାଙ୍କର ମୂଳ ଠିକଣା ଅମଇ ଗାଁ ଅଟେ । ସେ ପର୍ବପର୍ବାଣୀରେ ଗାଁକୁ ଯିବାଆସିବା କରୁଥିଲେ । କିଛି ଦିନ ପୂର୍ବରୁ ହିଁ ସ୍ତ୍ରୀ ସୋମନି ଦେବୀ ଏବଂ ଝିଅକୁ ନେଇ ଗାଁ ଆସିଥିଲେ । ସେ ପୁଣିଥରେ ନିଜ ପୁଅମାନଙ୍କୁ ମଧ୍ୟ ନିଜ ସହ ଆଣିବାକୁ ଗାଜିଆବାଦ ଯାଇଥିଲେ । କିନ୍ତୁ ଭାଗ୍ୟ ବୋଧହୁଏ ଆଉ କିଛି ଚାହୁଁଥିଲା । ସେପ୍ଟେମ୍ବର 24 ତାରିଖ ଶନିବାର ଦିନ ତାଙ୍କ ମଝିଆଁ ପୁଅ କୃଷ୍ଣାଙ୍କର ରାସ୍ତାରେ ଦୁର୍ଘଟଣା କାରଣରୁ ମୃତ୍ୟୁ ହୋଇଗଲା । ସେ ଡେଲିଭରି ବୟ ଥିଲା ।
ପୁଅର ମୃତ୍ୟୁ କାରଣରୁ ପଚକୌରି ବହୁତ୍ ଦୁଃଖୀ ଥିଲେ । ସେ ପୁଅର ଶବ ନେଇ ଗାଁକୁ ଆସୁଥିଲେ, କିନ୍ତୁ ରାସ୍ତାରେ ନିଜେ ମଧ୍ୟ ସଡ଼କ ଦୁର୍ଘଟଣାର ଶିକାର ହୋଇଗଲେ । ଏହି ଦୁର୍ଘଟଣା ଆଗ୍ରା- ଲକ୍ଷ୍ନୌ ଏକ୍ସପ୍ରେସୱେରେ କନୌଜ ସୌରିଖ ଅଞ୍ଚଳରେ ହୋଇଛି । ଏଥିରେ ପଚକୌରିଙ୍କର ମୃତ୍ୟୁ ହୋଇଗଲା ।
ସେପଟେ ତାଙ୍କ ସ୍ତ୍ରୀ ବର୍ତ୍ତମାନ ସୁଦ୍ଧା ଏହା ଜାଣିଥିଲେ ଯେ ତାଙ୍କ ସ୍ଵାମୀ ପୁଅର ଶବ ନେଇ ଆସୁଛନ୍ତି । କିନ୍ତୁ ଯେତେବେଳେ ରବିବାର ଦିନ ସକାଳେ ପୁଅ ସହିତ ସ୍ୱାମୀର ମଧ୍ୟ ଶବ ଆସିଲା, ସେତେବେଳେ ସ୍ତ୍ରୀର କାନ୍ଦି କାନ୍ଦି ଅବସ୍ଥା ଖରାପ ହୋଇଗଲା । ତାଙ୍କ ଅବସ୍ଥା ଏତେ ବିଗିଡିଗଲା ଯେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଲା ।
କିଛି ସମୟ ପୂର୍ବରୁ ସାନପୁଅର ମଧ୍ୟ ହୋଇଥିଲା ମୃତ୍ୟୁ :-
ଏହା ପୂର୍ବରୁ ପ୍ରାୟ 6 ବର୍ଷ ପୂର୍ବେ ପଚକୌରିଙ୍କର ସାନପୁଅ ଗୋପାଲ ମଧ୍ୟ ଗୋଟିଏ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା । ସେବେଠାରୁ ପରିବାର ବହୁତ୍ ଦୁଃଖରେ ରହିଥିଲା । ଗୋଟିଏ ଘରେ ତିନିଜଣ ଲୋକଙ୍କ ମୃତ୍ୟୁ ସଡ଼କ ଦୁର୍ଘଟଣାରେ ହୋଇଗଲା । ଏପରି ପରିସ୍ଥିତିରେ ଘରେ ବର୍ତ୍ତମାନ ବଡ ପୁଅ ହରେରାମ ସଦାୟ, ସ୍ତ୍ରୀ ସୋମନି ଦେବୀ ଏବଂ ବୋହୂ ସୋନି ଦେବୀ ଏବଂ ଝିଅ ମାଲା କୁମାରୀ ଅଛନ୍ତି ।
ଗାଁରେ ଯେତେବେଳେ ଗୋଟିଏ ଘରୁ ଦୁଇଟି ଶବ ଉଠିଲା, ସେତେବେଳେ ସେ ଦୃଶ୍ୟ ଦେଖି ସମସ୍ତେ ଭାବୁକ ହୋଇଗଲେ । ସମସ୍ତଙ୍କ ଆଖି ଲୁହରେ ଓଦା ହୋଇଗଲା । ସେହିପରି ପରିବାରରେ ସମସ୍ତଙ୍କର କାନ୍ଦି କାନ୍ଦି ଅବସ୍ଥା ଖରାପ୍ ହୋଇଗଲାଣି । ସମସ୍ତେ କେବଳ ଏହି କଥା କହୁଥିଲେ ଯେ ଭଗବାନ ଏପରି ଦିନ କାହାକୁ ନ ଦେଖାନ୍ତୁ । ଏହି ଘାଟନ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ଅନେକ ଲୋକଙ୍କ ଘରେ ଚୁଲି ମଧ୍ୟ ଜଳିନାହିଁ ।