କୁହନ୍ତି ଯେ ଯଦି ମଣିଷର ଆତ୍ମଚେଷ୍ଟା ଦୃଢ଼ ଥିବ ଏବଂ କିଛି ବି କରିବାର ସାହାସ ଥିବ, ସେତେବେଳେ କଠିନରୁ କଠିନ କାମ ମଧ୍ୟ ସହଜ ହୋଇଯାଏ । ବିନା ପରିଶ୍ରମରେ କିଛି ବି ପାଇବା ସମ୍ଭବ ନୁହେଁ । ଏହି କଥାକୁ ଜଣେ ଗୁପଚୁପ ବିକ୍ରି କରୁଥିବା ବାପାଙ୍କ ଯୋଗ୍ୟ ପୁଅ ସତ କରିଛି ।
ଆଜ୍ଞା ହଁ, ବାପାଙ୍କ ଗୁପଚୁପ ଦୋକାନରେ ପ୍ଲେଟ୍ ସଫା କରୁଥିବା ଅଳ୍ପେଶ ରାଠୋର ଜୀବନରେ ବହୁତ୍ ବଡ଼ ଜମ୍ପ ମାରିଛନ୍ତି । ନେସନାଲ ଏଲିଜିବିଲିଟି ଏଣ୍ଟ୍ରାନ୍ସ ଟେଷ୍ଟ ପରୀକ୍ଷା ପାସ କରିବାପରେ ଅଳ୍ପେଶ ବର୍ତ୍ତମାନ ହ୍ୟୁମାନ ବଡିରେ ହାର୍ଟରୁ ବ୍ଲକେଜ ସଫା କରିବାର ସ୍ବପ୍ନ ଦେଖୁଛନ୍ତି ।
ବାପା ବିକ୍ରି କରନ୍ତି ଗୁପଚୁପ :-
ବାପାଙ୍କ ସହ ଗୁପଚୁପ ବିକ୍ରି କରୁଥିବା ଅଳ୍ପେଶ ରାଠୋର ନିଜ ଜୀବନରେ ସଫଳତାର ଗୋଟିଏ ଲଙ୍ଗ ଜମ୍ପ ମାରିଛନ୍ତି । ଅଳ୍ପେଶ ଗୁଜୁରାଟର ଅରାବଲି ଜିଲ୍ଲାର ମେଘରାଜର ବାସିନ୍ଦା ଅଟନ୍ତି । ଏଠାରେ ସେ ନିଜ ବାପାଙ୍କ ସହ ଗୁପଚୁପ ଦୋକାନରେ କାମ କରନ୍ତି । କିନ୍ତୁ ଗୁପଚୁପ ବିକ୍ରି କରୁଥିବା ଅଳ୍ପେଶ ବର୍ତ୍ତମାନ ବହୁତ୍ ଶୀଘ୍ର ସରକାରୀ କଲେଜରେ ଏମବିବିଏସରେ ଆଡମିଶନ ନେବାକୁ ଯାଉଛନ୍ତି । ନିକଟରେ ସେ ନିଟ ପରୀକ୍ଷାରେ 700 ରୁ 613 ନମ୍ୱର୍ ହାସଲ କରିଛନ୍ତି । ତାଙ୍କର ସ୍ବପ୍ନ ରହିଛି ଭବିଷ୍ୟତରେ କାର୍ଡ଼ିୟୋଲଜିଷ୍ଟ ହେବା ।
ପୁଅ ହେବ ଡାକ୍ତର :-
ଅଳ୍ପେଶ କୁହନ୍ତି ଯେ, ‘ମୁଁ କାର୍ଡିଓଲୋଜି କିମ୍ବା ସ୍ନାୟୁବିଜ୍ଞାନରେ କ୍ୟାରିୟର କରିବାକୁ ଚାହୁଁଛି ।’ କେବଳ ତାଙ୍କ ପରିବାରରେ ନୁହେଁ, ବରଂ ସମଗ୍ର କେଣ୍ଟୱା ଗାଁରେ ଡାକ୍ତର ହେବାରେ ଅଳ୍ପେଶ ହେଉଛନ୍ତି ପ୍ରଥମ ବ୍ୟକ୍ତି । ଅଳ୍ପେଶ କେବଳ ତାଙ୍କର ଅଧ୍ୟୟନ କରନ୍ତି ନାହିଁ, ବରଂ ସେହି ସମୟରେ ସେ ତାଙ୍କ ବାପାଙ୍କ ଦୋକାନରେ ମଧ୍ୟ ସାହାଯ୍ୟ କରନ୍ତି । ଅଳ୍ପେଶ କହିଛନ୍ତି ଯେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସେ ପ୍ରତିଦିନ ସକାଳ 4 ଟା ସମୟରେ ଉଠି ବାପା ରାମ ସିଂଙ୍କ ସହ ଗୁପଚୁପ ଏବଂ ମସାଲା ତିଆରି କରିବାରେ ସାହାଯ୍ୟ କରୁଥିଲେ । ଏହା ପରେ ସେ ତାଙ୍କ ବାପାଙ୍କ ପାଇଁ ଗୁପଚୁପ ଠେଲା ସଜାଉଥିଲେ | ସ୍କୁଲ ଶେଷ କରିବା ପରେ ସନ୍ଧ୍ୟାରେ ଅଳ୍ପେଶ ଗ୍ରାହକଙ୍କୁ ଗୁପଚୁପ ବିକ୍ରି କରୁଥିଲେ ଏବଂ ବଳକା ପ୍ଲେଟକୁ ସଫା କରୁଥିଲେ ।
ପାଠପଢ଼ାରେ ଥିଲେ ସ୍ମାର୍ଟ :-
ଆପଣଙ୍କୁ କହିରଖୁଛୁ ଯେ ଅଳ୍ପେଶ ପାଠପଢ଼ାରେ ବହୁତ ସ୍ମାର୍ଟ ଥିଲେ । ସେ ତାଙ୍କ ବାପାଙ୍କ ଗୁପଚୁପ ଦୋକାନରେ କାମ କରିବା ସମୟରେ ପାଠ ମଧ୍ୟ ପଢୁଥିଲେ ଏବଂ ଦଶମ ଶ୍ରେଣୀରେ 93% ମାର୍କ ରଖିଥିଲେ । ଏହା ସହିତ ସେ ଗମ୍ଭୀର ମଧ୍ୟ ହେଲେ । ଅଳ୍ପେଶ କହିଛନ୍ତି ଯେ ତାଙ୍କ ଶିକ୍ଷକ ରାଜୁ ପଟେଲ ଏବଂ ତାଙ୍କ ସ୍ତ୍ରୀ ତାଙ୍କୁ ଅନେକ କ୍ୟାରିୟର ବିକଳ୍ପ ବିଷୟରେ ମାର୍ଗଦର୍ଶନ କରିଥିଲେ । ଏଥିମଧ୍ୟରୁ ତାଙ୍କୁ ମେଡ଼ିସିନ ପ୍ରଭାବିତ କରିଥିଲା, କାରଣ ତାଙ୍କ ବାପା ଦୃଷ୍ଟି ଶକ୍ତି ହରାଇବା ସହ ସଂଘର୍ଷ କରୁଛନ୍ତି । ଏହା ପରେ ଅଳ୍ପେଶ MBBS ପ୍ରବେଶିକା ପରୀକ୍ଷା ପାଇଁ କଠିନ ପରିଶ୍ରମ କଲେ ।
ଯେତେବେଳେ ବାପାମାଆ କହିଲେ – ବହୁତ୍ ରିସ୍କ୍ ଅଛି :-
ଆପଣଙ୍କୁ କହୀରଖୁଛୁ ଯେ ଅଳ୍ପେଶଙ୍କ ବାପା ମାସକୁ 15000 ଟଙ୍କା ହିଁ ରୋଜଗାର କରନ୍ତି । ଏ ପଇସାରେ ତାଙ୍କ ଘର ଚାଲିଥାଏ । ବହୁତ୍ କଷ୍ଟରେ ତାଙ୍କର ଗୁଜୁରାଣ ମେଣ୍ଟିଥାଏ । ଏପରି ପରିସ୍ଥିତିରେ ନୀଟ କୋଚିଙ୍ଗର ଫିସ ପାଇଁ ଅଳ୍ପେଶଙ୍କୁ ନିଜ ବାପାଙ୍କୁ ମନାଇବା ପାଇଁ ବହୁତ୍ ସମସ୍ୟାର ସାମ୍ନା କରିବାକୁ ପଡିଲା ।
ଅଳ୍ପେଶଙ୍କ ବାପାମାଆ ତାଙ୍କୁ କହିଲେ ଯେ ଏଥିରେ ବହୁତ୍ ରିସ୍କ୍ ଅଛି, ଯାହାଦ୍ଵାରା ସେମାନେ ଆର୍ଥିକ ଭାବେ ଵର୍ବାଦ ହୋଇଯିବେ । କିନ୍ତୁ ଅଳ୍ପେଶ ସେମାନଙ୍କୁ ଯେକୌଣସି ପ୍ରକାରେ ମନାଇଦେଲେ ଏବଂ ଆଜି ତାଙ୍କ ପରିବାର ତାଙ୍କ ସଫଳତା କାରଣରୁ ବହୁତ୍ ଖୁସି ଅଛନ୍ତି ।