ରାଜୁ ଶ୍ରୀବାସ୍ତବଙ୍କ ମୃତ୍ୟୁ : ୫୮ ବର୍ଷୀୟ ରାଜୁ ଶ୍ରୀବାସ୍ତବଙ୍କର କାର୍ଡିୟକ ଆରେଷ୍ଟରେ ଗଲା ଜୀବନ, ତେଣୁ ଏମିତି ସଙ୍କେତ ଦେଖାଦେଲେ ଆଦୌ ବି ଅଣଦେଖା କରନ୍ତୁ ନାହିଁ

0

Get real time updates directly on you device, subscribe now.

ରାଜୁ ଶ୍ରୀବାସ୍ତବ ମୃତ୍ୟୁ:-

କମେଡିୟାନ ରାଜୁ ଶ୍ରୀବାସ୍ତବଙ୍କର ଆଜି ୨୧ ସେପ୍ଟେମ୍ବର ୨୦୨୨ରେ ୫୮ ବର୍ଷ ବୟସରେ ନିଧନ ହୋଇଗଲା। ଗତ କିଛିଦିନ ହେବ ସେ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କର ଠିକ ହେବାର ସମସ୍ତ ଆଶା ଥିଲା କିନ୍ତୁ ଆଜି ସକାଳୁ ଏହି ଦୁଃଖ ଖବର ସାମ୍ନାକୁ ଆସିଲା। ଗତ ମାସ ରାଜୁ ଶ୍ରୀବାସ୍ତବଙ୍କର ଅଚାନକ ଦେହ ଖରାପ ହୋଇଥିଲା। ଏହା ପରେ ସେ ହସ୍ପିଟାଲରେ ଏଡମିଟ ହୋଇଥିଲେ।

ରାଜୁ ଶ୍ରୀବାସ୍ତବ ହୋଟେଲର ଜିମରେ ୱାର୍କଔତ କରୁଥିଲେ। ଟ୍ରେଡମିଲରେ ଏକ୍ସରସାଇଜ କରୁଥିବା ସମୟରେ ତାଙ୍କର ଛାତିରେ ବଥା ହୋଇଥିଲା ଓ ସେ ତଳେ ପଡିଗଲେ। ଏହାପରେ ରାଜୁ ଶ୍ରୀବାସ୍ତବଙ୍କୁ ତାଙ୍କର ଜିମ ଟ୍ରେନର ସଙ୍ଗେ ସଙ୍ଗେ ହସ୍ପିଟାଲ ନେଇ ଯାଇଥିଲେ। ଡାକ୍ତରଙ୍କ ଅନୁସାରେ, ଏକ୍ସରସାଇଜ ସମୟରେ ରାଜୁ ଶ୍ରୀବାସ୍ତବଙ୍କୁ କାର୍ଡିୟକ ଆରେଷ୍ଟ ଆସିଥିଲା। ପ୍ରସିଦ୍ଧ ଗାୟକ କେକେଙ୍କର ମଧ୍ୟ କିଛି ମାସ ତଳେ କାର୍ଡିୟକ ଆରେଷ୍ଟରେ ମୃତ୍ୟୁ ହୋଇଥିଲା।

ବର୍ତ୍ତମାନ ସମୟରେ କମ ବୟସର ଲୋକଙ୍କୁ ମଧ୍ୟ କାର୍ଡିୟକ ଆରେଷ୍ଟ ପରି ସମସ୍ୟା ବଢିଯାଇଛି। କାର୍ଡିୟକ ଆରେଷ୍ଟର ଲକ୍ଷଣ ସାମାନ୍ୟ ବୁଝି ଅନେକ ଥର ଅଣଦେଖା କରିଦିଆଯାଏ, ଯାହାକି ବିପଦପୂର୍ଣ୍ଣ ଅଟେ। କାର୍ଡିୟକ ଆରେଷ୍ଟ କଣ? କାର୍ଡିୟକ ଆରେଷ୍ଟର ଲକ୍ଷଣ କଣ? ଏହି ବିଷୟରେ ଜାଣିବା ବହୁତ ଜରୁରୀ ଅଟେ।

କାର୍ଡିୟକ ଆରେଷ୍ଟ କଣ?(What is cardiac arrest):-

Clevelandclinic ଅନୁସାରେ, କାର୍ଡିୟକ ଆରେଷ୍ଟ ଏକ ସାଂଘାତିକ ସ୍ଥିତି ଅଟେ ଯେଉଁଥିରେ ହାର୍ଟ ଅଚାନକ କାମ କରିବା ବନ୍ଦ କରିଦିଏ। ଯଦି ହାର୍ଟ କାମ କରିବା ବନ୍ଦ କରିଦିଏ ତେବେ ରକ୍ତକୁ ପମ୍ପ କରିହୁଏ ନାହିଁ ଓ କିଛି ସମୟରେ ଶରୀର ସମ୍ପୂର୍ଣ ପ୍ରଭାବ ଦେଖାଯାଏ।

ଅପାତକାଳୀନ ସ୍ଥିତିରେ କାର୍ଡିୟୋ ପଲମୋନରୀ ରିସସିଟେଶନ(ସିପିଆର) ଓ ଡିଫିବ୍ରିଲେଶନରେ କାର୍ଡିୟକ ଆରେଷ୍ଟରେ କିଛି ସାହାଯ୍ୟ ମିଳିପାରେ। ସିପିଆର ଆପଣଙ୍କ ଫୁସଫୁସରେ ପର୍ଯ୍ୟାପ୍ତ ଅକ୍ସିଜେନ ତିଆରି କରି ରଖେ। ଯଦି ସମୟରେ ସିପିଆର ଓ ଡିଫାଇବ୍ରିଲେଟର ମିଳିଯିବ ତେବେ କାର୍ଡିୟକ ଆରେଷ୍ଟରୁ ଜୀବନ ରକ୍ଷା କରିହେବ।

କାର୍ଡିୟକ ଆରେଷ୍ଟର ଲକ୍ଷଣ କଣ? (Cardiac arrest symptoms):-

Clevelandclinic ଅନୁସାରେ, କାର୍ଡିୟକ ଆରେଷ୍ଟର ଲକ୍ଷଣ ପୂର୍ବରୁ ଦେଖାଯାଏ। କିନ୍ତୁ ତଳେ ଦିଆଯାଇଥିବା ଲକ୍ଷଣ କାର୍ଡିୟକ ଆରେଷ୍ଟର ସଙ୍କେତ ହୋଇପାରେ। ଯଦି କାହାରି ମଧ୍ୟରେ ଆପଣ ଏହି ଲକ୍ଷଣ ଦେଖୁଛନ୍ତି ତେବେ ତାଙ୍କୁ ସିପିଆର ଡିଫ୍ରାଇବ୍ରିଲେଟର ଦେଇପାରିବେ ଓ ତୁରନ୍ତ ମେଡିକାଲର ସହାୟତା ପାଇଁ ପଠାଇପାରିବେ।

– ବେହୋସ ହେବା

– ହାର୍ଟ ରେଟ ବଢିଯିବା

– ଛାତିରେ ବଥା

– ମୁଣ୍ଡ ବୁଲାଇବା

– ନିଃଶ୍ଵାସ ନେବାରେ କଷ୍ଟ ଅନୁଭବ କରିବା

– ବାନ୍ତି କରିବା

– ପେଟ ଓ ଛାତିରେ କଷ୍ଟ ହେବ

ଏହି ସମସ୍ତ ଲକ୍ଷଣର ଅର୍ଥ ହୋଇପାରେ ଆପଣଙ୍କ ହୃଦୟର ସ୍ୱାସ୍ଥ୍ୟ ଅବସ୍ଥା ଠିକ ନାହିଁ। ଓ ଏଥିରୁ ଜୀବନକୁ ମଧ୍ୟ ବିପଦ ଅଛି।

କାହିଁକି ଅଚାନକ ଆସେ କାର୍ଡିୟକ ଆରେଷ୍ଟ(Why sudden cardiac arrest occur):-
ହଠାତ କାର୍ଡିୟକ ଆରେଷ୍ଟରେ, ହୃଦୟ କାମ କରିବା ବନ୍ଦ କରିଦିଏ, ନିଃଶ୍ଵାସ ନେବାରେ ଅସୁବିଧା ହୁଏ। ହୃଦୟର ଇଲେକ୍ଟ୍ରିକାଳ ସିଷ୍ଟମ ଗଡବଡ ହେବା କାରଣରୁ ଏହି ଅବସ୍ଥା ଘଟିଥାଏ। ଏହି କାରଣରୁ, ହୃଦୟର ପମ୍ପିଂ କାର୍ଯ୍ୟ ବ୍ୟାହତ ହୁଏ ଏବଂ ଶରୀରରେ ରକ୍ତ ପ୍ରବାହ ବନ୍ଦ ହୋଇଯାଏ।

କାର୍ଡିୟକ ଆରେଷ୍ଟଠାରୁ ଆଟାକ ଭିନ୍ନ ଅଟେ। ହୃଦଘାତରେ ରକ୍ତ ହୃଦୟର ଏକ ଅଂଶରେ ପହଞ୍ଚିବା ବନ୍ଦ କରିଦିଏ, ଯେତେବେଳେ କାର୍ଡିୟକ ଆରେଷ୍ଟରେ ହଠାତ ହୃଦୟ କାମ ବନ୍ଦ କରିଦିଏ। ଅବଶ୍ୟ, କାର୍ଡିୟକ ଆରେଷ୍ଟ ବେଳେବେଳେ ଇଲେକ୍ଟ୍ରିକାଳ ସିଷ୍ଟମରେ ଗଡବଡ ସୃଷ୍ଟି କରିପାରେ ଯାହା ହଠାତ କାର୍ଡିୟକ ଆରେଷ୍ଟର କାରଣ ହୋଇଥାଏ।

କେଉଁ ଲୋକଙ୍କୁ କାର୍ଡିୟକ ଆରେଷ୍ଟର ବିପଦ(Who is at risk of cardiac arrest):-
ବଟ୍ରା ହାର୍ଟ ସେଣ୍ଟରର ଚେୟାରମ୍ୟାନ ଡକ୍ଟର ଉପେନ୍ଦ୍ର କୋଲଙ୍କ ଅନୁଯାୟୀ, ଏଭଳି ଘଟଣା ୩୫-୪୦ ବର୍ଷ ବୟସରେ ମଧ୍ୟ ଦେଖାଯାଏ। ତାଙ୍କ କହିବା ଅନୁସାରେ, ନିମ୍ନଲିଖିତ କାରଣଗୁଡ଼ିକ କାର୍ଡିୟକ ଆରେଷ୍ଟର କାରଣ ହୋଇପାରେ।

୧। ସିଗାରେଟ ପିଇବା

୨। ଖରାପ କୋଲେଷ୍ଟ୍ରୋଲ

୩। ଉଚ୍ଚ ରକ୍ତଚାପ

୪। ମଧୁମେହ

୫। ମାନସିକ ଓ ସାମାଜିକ ଚିନ୍ତା

୬। ୱାର୍କଆଉଟ ନ କରିବା

୭। ଅବେସିଟି ଅର୍ଥାତ ମୋଟାପା

୮। ଫଳ ଓ ପନିପରିବା ବହୁତ କମ ଖାଇବା

୯। ମଦ ପିଇବା

ଏହି ୯ଟି ବଡ କାରକ ଅଟେ ଯାହା ୯୦ ପ୍ରତିଶତ ହାର୍ଟ ଆଟାକ କିମ୍ବା କାର୍ଡିୟକ ଆରେଷ୍ଟ ପାଇଁ ଦାୟୀ ଅଟେ। ଏଥିରେ ଦୁଇଟି ଦୁଇଟିରୁ ଅଧିକ ରିସ୍କ ଫ୍ୟାକ୍ଟର ହେବା ହାର୍ଟ ଆଟାକ ଓ କାର୍ଡିୟକ ଆରେଷ୍ଟର ବିପଦକୁ ବଢାଇଦିଏ।

କାର୍ଡିୟକ ଆରେଷ୍ଟର ସଙ୍କେତ ଦେଖିଲେ କରନ୍ତୁ ଏହି କାମ:-

ଅଚାନକ ଯଦି କାହାରି ମଧ୍ୟରେ କାର୍ଡିୟକ ଆରେଷ୍ଟ ପରି ସଙ୍କେତ ଦେଖୁଛନ୍ତି ତେବେ ତାଙ୍କର ଜୀବନ ରକ୍ଷା କରିବା ପାଇଁ ସିପିଆରର ସାହାରା ନିଅନ୍ତୁ। ସିପିଆରର ଫୁଲ ଫର୍ମ କାର୍ଡିୟୋ ପଲମୋନରୀ ରିସସିଟେଶନ ଅଟେ। ସିପିଆର ଏକ ଏମିତି ପ୍ରୋସେସ ଅଟେ ଯେଉଁଥିରେ ଛାତି ଉପରେ ଦୁଇଟି ହାତରେ କଣ୍ଟ୍ରୋଲ୍ଡ ପ୍ରେସର ଦିଆଯାଏ। ଏମିତି କରିବା ଫଳରେ କୌଣସି ବ୍ୟକ୍ତିଙ୍କର ଅଟକି ଯାଇଥିବା ହାର୍ଟକୁ ପୁଣିଥରେ ଏକ୍ଟିଭ କରାଯାଇପାରିବ।

ଯଦି କାହାରି ହୃଦୟର ସ୍ପନ୍ଦନ ବନ୍ଦ ହୋଇଯାଏ ତେବେ ହାର୍ଟ ରକ୍ତ ପମ୍ପ କରିପାରେ ନାହିଁ ଓ କିଛି ସମୟ ମଧ୍ୟରେ ମୃତ୍ୟୁ ହୋଇଯାଏ। ଏକ୍ସପର୍ଟ କୁହନ୍ତିକି ଯଦି କାର୍ଡିୟକ ଆରେଷ୍ଟର ସଙ୍କେତ ନଜର ଆସୁଛି ତେବେ ରୋଗୀଙ୍କୁ ତୁରନ୍ତ ସିପିଆର ଦିଆଗଲେ ସଙ୍ଗେ ସଙ୍ଗେ ତାଙ୍କର ଜୀବନ ରକ୍ଷା କରିହେବ। ଓ ତାଙ୍କର ବଞ୍ଚିବାର ସମ୍ଭାବନା ଦୁଇଗୁଣ ଅଧିକ ହୋଇଯିବ।

Leave A Reply

Your email address will not be published.