ଆସିଗଲା ଦୁନିଆର ପ୍ରଥମ ଉଡନ୍ତା ବାଇକ, ଗତି ରହିଛି ଘଣ୍ଟା ପିଛା 100 କିଲୋମିଟର୍, ଜାଣନ୍ତୁ କେତେ ରହିଛି ମୂଲ୍ୟ

0

Get real time updates directly on you device, subscribe now.

ଦୁନିଆର ପ୍ରଥମ ଉଡନ୍ତା ବାଇକ ଲଞ୍ଚ ହୋଇଯାଇଛି । ଯଦି ଆପଣ ଟ୍ରାଫିକ ଜାମ କାରଣରୁ ଚିନ୍ତିତ ଏବଂ ପବନରେ ଉଡ଼ି ଗୋଟେ ସହରରୁ ଅନ୍ୟ ସହରକୁ ଯିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ୟାଠୁ ଭଲ ବିକଳ୍ପ ମିଳିବ ନାହିଁ ।

ଜାପାନର ଏକ ଷ୍ଟାର୍ଟଅପ୍ କମ୍ପାନୀ AERWINS Technologies ଏହି ବାଇକକୁ ତିଆରି କରିଛି । ସେପ୍ଟେମ୍ବର 15 ତାରିଖରେ ଡେଟ୍ରୋୟଟ ଅଟୋ ଶୋରେ ଏହାକୁ ଲଞ୍ଚ କରାଯାଇଛି । ଶୋ ସମୟରେ ଏହି ବାଇକର ଏକ୍ସପର୍ଟ ଖୁବ୍ ପ୍ରଶଂସା କରିଛନ୍ତି ।

ଏହି ବାଇକର ନାମ ହେଉଛି Xturismo । ଡେଟ୍ରୋୟଟ ଅଟୋ ଶୋର ସହ ଅଧ୍ୟାପକ ଥାଡ ସଜୋଟ ଏହି ବାଇକକୁ ଖୁବ୍ ପ୍ରଶଂସା କରିଛନ୍ତି । କୁହାଯାଉଛି ଯେ ସେ ନିଜେ ଏହାକୁ ଟେଷ୍ଟ କଲେ । ନିଜ ଅନୁଭବକୁ ସେୟାର କରି ସେ କହିଛନ୍ତି ଯେ ଏହା ବହୁତ୍ ଉତ୍ସାହଜନକ ଏବଂ ଚମତ୍କାର ଅଟେ ।

ନିସନ୍ଦେହରେ ଏହି ବାଇକ୍ ଲୋକଙ୍କ ସ୍ବପ୍ନକୁ ବାସ୍ତବରେ ବଦଳାଇ ଦେଇଥାଏ । ତେବେ ବର୍ତ୍ତମାନ ଏଥିପାଇଁ ଆପଣଙ୍କୁ ମୋଟା ରକମ ଖର୍ଚ୍ଚ କରିବାକୁ ପଡିବ । କମ୍ପାନୀ ଅନୁଯାୟୀ ଏହି ବାଇକର ମୂଲ୍ୟ 7 ଲକ୍ଷ 77 ହଜାର ଡ଼ଲାର ଅଟେ । ଅର୍ଥାତ୍ ଏହି ରାଶି ଯଦି ଭାରତୀୟ ଟଙ୍କାରେ ବଦଳାଇ ଦେବା, ତେବେ ଆପଣଙ୍କୁ ଏଥିପାଇଁ 6 କୋଟି 18 ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।

ଏହି ବାଇକର ଓଜନ 300 କିଲୋ ଗ୍ରାମ ଅଟେ । ଏହି ଉଡନ୍ତା ବାଇକ୍ ଘଣ୍ଟା ପ୍ରତି 100 କିଲୋମିଟର୍ ଗତିରେ ଉଡ଼ିପାରେ । ଏହାକୁ ଉଡ଼ିବା ପାଇଁ ବ୍ୟାଟେରୀରୁ ମଧ୍ୟ ଶକ୍ତି ମିଳିଥାଏ । କମ୍ପାନୀ କହିଛି ଯେ ଛୋଟ ଇଲେକ୍ଟ୍ରିକ ମଡେଲର ମୂଲ୍ୟ $50,000 ପ୍ରାୟ 39,82,525 ଟଙ୍କା ପର୍ଯ୍ୟନ୍ତ ହେବାର ଆଶା ରହିଛି ।

ଏହା ଜାପାନରେ ପୂର୍ବରୁ ହିଁ ବ୍ଲାକ, ବ୍ଲୁ ଏବଂ ରେଡ କଲରରେ ବିକ୍ରି ପାଇଁ ଉପଲବ୍ଧ ଅଛି । ଏହାର ନିର୍ମାଣକାରୀମାନେ ଏହାକୁ 2023 ରେ ଆମେରିକାରେ ବିକ୍ରି କରିବାକୁ ଆରମ୍ଭ କରିବାର ଯୋଜନା କରୁଛନ୍ତି ।

Leave A Reply

Your email address will not be published.