ସ୍ତ୍ରୀର ପିଲା ହେଉନଥିବାରୁ ସ୍ବାମୀ ଏହି କାରଣରୁ କରିଦେଲା ପଡୋଶୀ ମହିଳାଙ୍କ ହତ୍ୟା

0

Get real time updates directly on you device, subscribe now.

ଛତିଶଗଡରେ ହୁଏତ ଯାଦୁ, ଗୁଣି ଗାରେଡ଼ି ସମସ୍ୟାର ସମାଧାନ ପାଇଁ କଡ଼ା ନିୟମ କରାଯିବାର ଦାବି କରାଯାଉଛି, କିନ୍ତୁ ଆଜି ବି ଅନ୍ଧବିଶ୍ୱାସ ଚକ୍କରରେ ଲୋକଙ୍କ ହତ୍ୟା କରାଯାଉଛି । ଗ୍ରାମାଞ୍ଚଳରେ ବିଶେଷକରି ଏହି ଗୁଣି ଗାରେଡ଼ି କାରଣରୁ ଝଗଡ଼ା ହୋଇଥାଏ ଏବଂ ବିବାଦ ଏତେ ବଢିଯାଏ ଯେ ଜୀବନ ନେବା ଦେବାର ପରିସ୍ଥିତି ଆସିଯାଏ ।

ଏହି ମାମଲା କୋରିଆ ଜିଲ୍ଲାର ପୋଢ଼ୀ ଗାଁର ଅଟେ, ଯେଉଁଠାରେ ଜଣେ ମହିଳାଙ୍କୁ ତାଙ୍କ ପଡୋଶୀ କେବଳ ଏହି କାରଣରୁ ହତ୍ୟା କଲେ, କାରଣ ତାଙ୍କର ସନ୍ଦେହ ଥିଲା ଯେ ସେ ଗୁଣି ଗାରେଡ଼ି କରୁଛନ୍ତି । ପଡୋଶୀ ଭାବୁଥିଲେ ଯେ ଗୁଣି ଗାରେଡ଼ି କରୁଥିବାରୁ ତାଙ୍କ ସ୍ତ୍ରୀର ପିଲା ହେଉନଥିଲା ।

ଘଟଣା ନବାଡିହ ଅଞ୍ଚଳରେ ଶୁକ୍ରବାର ଦିନ ସନ୍ଧ୍ୟାରେ ଘଟିଛି, ଯେତେବେଳେ ଅଭିଯୁକ୍ତ 50 ବର୍ଷୀୟ ମହିଳା କଲେସୀୟା ଓରଫ କୌସିଲ୍ୟାଙ୍କ ଉପରେ ଲୁହାର ତୀକ୍ଷ୍ଣ ହତିଆରରେ ଆକ୍ରମଣ କରି ନିର୍ମମ ଭାବେ ତାର ହତ୍ୟା କରିଦେଲା ।

ଗୁଣି ଗାରେଡ଼ି ସନ୍ଦେହରେ ହୋଇଥିବା ଏହି ହତ୍ୟା ମାମଲାରେ ପୋଲିସକୁ ମୃତ ମହିଳାଙ୍କ ସ୍ଵାମୀ ପ୍ରେମସାୟ ପଣ୍ଡୋ କହିଛନ୍ତି ଯେ ତାଙ୍କ ସ୍ତ୍ରୀ କଲେସୀୟା କାଲି ସନ୍ଧ୍ୟା ସାଢ଼େ ପାଞ୍ଚଟା ସମୟରେ ଗାଧୋଇ ଘରକୁ ଆସିଥିଲେ ।

ସ୍ବାମୀଙ୍କ କହିବା ଅନୁଯାୟୀ, ସେ ସମୟରେ ଗାଁର ଉମେଶ କୁମାର କେବଟ ତାଙ୍କ ସ୍ତ୍ରୀକୁ ଜୀବନରୁ ମାରିଦେବା ପାଇଁ ତୀକ୍ଷ୍ଣ ହତିଆର ଦ୍ଵାରା ଆକ୍ରମଣ କରିଦେଲା ଏବଂ ଘଟଣାସ୍ଥଳରୁ ପଳାଇ ଗଲା ।

ହତ୍ୟାର ସୂଚନା ମିଳିବା ପରେ ହିଁ ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ଯାଞ୍ଚ୍ କଲା ଏବଂ ଫେରାର ହୋଇଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ଟିମ ଗଠନ କରାଗଲା । ଆଖପାଖ ଅଞ୍ଚଳରେ ଖୋଜିବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

Leave A Reply

Your email address will not be published.