Business Idea: କିଲୋ ପ୍ରତି ହଜାର ହଜାର ଟଙ୍କାରେ ବିକ୍ରି ହେଉଥିବା ଏହି ପ୍ରଡକ୍ଟର ଆରମ୍ଭ କରନ୍ତୁ ବିଜନେସ, ସାରାଜୀବନ ହେବ ମୋଟା ରୋଜଗାର

0

Get real time updates directly on you device, subscribe now.

Business Idea: ଆଜି ଆମେ ଆପଣଙ୍କୁ ଏପରି ଗୋଟିଏ ବିଜନେସ ଆଇଡିଆ ଦେବାକୁ ଯାଉଛୁ, ଯେଉଁଥିରେ ଆପଣ ସହଜରେ କୋଟିପତି ହୋଇପାରିବେ । ଏହା ଏପରି ଏକ ବିଜନେସ ଅଟେ, ଯାହାର ଦିନକୁ ଦିନ ଦେଶ ବିଦେଶରେ ଡିମାଣ୍ଡ ବଢ଼ିବାରେ ଲାଗିଛି । ଆଜି ଆମେ ଆପଣଙ୍କୁ କେଶ ବିଜନେସ ବିଷୟରେ ସୂଚନା ଦେବୁ । ସାରା ଦୁନିଆର ଲୋକମାନେ କେଶ ସାହାଯ୍ୟରେ କୋଟି କୋଟି ଟଙ୍କାର ବିଜନେସ ମଧ୍ୟ କରୁଛୁ । ଭାରତରେ ମଧ୍ୟ କେଶ ବିଜନେସ ବହୁତ୍ ଲୋକପ୍ରିୟ ହେଉଛି ଏବଂ ଏହାକୁ ନିଜର ସୋର୍ସ ଅଫ ଇନକମ କରାଯାଇପାରେ ।

କେଶର ଏହି ବିଜନେସରେ ଭାରତର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆମ ଦେଶରୁ ପ୍ରତିବର୍ଷ ପ୍ରାୟ 40 ଲକ୍ଷ ଡ଼ଲାରର କେଶ ସପ୍ଲାଇ ହୋଇଥାଏ । 2020 ମସିହାରେ ଭାରତରୁ ବିଦେଶକୁ ପଠାଯାଉଥିବା କେଶରେ 39 ପ୍ରତିଶତର ବାର୍ଷିକ ବୃଦ୍ଧି ହୋଇଥିଲା । ମୁଣ୍ଡରୁ ଝଡୁଥିବା କେଶର ମୂଲ୍ୟ କୋଟି କୋଟି ଟଙ୍କା ଅଟେ । ଗାଁ ଏବଂ ସହରରେ ଫେରିବାଲା ମାନେ ଯାଇ କେଶ ସଂଗ୍ରହ କରନ୍ତି ।

କେଶର ମୂଲ୍ୟ :-

କେଶର କ୍ୱାଲିଟି ହିସାବରେ ଦାମ୍ ସ୍ଥିର ହୋଇଥାଏ । କିଛି କେଶକୁ 8,000 ଟଙ୍କାରୁ 10,000 ମଧ୍ୟରେ କିଣାବିକା କରାଯାଇଥାଏ । ସେହିପରି କିଛି କେଶର ଭଲ କ୍ୱାଲିଟି ଥିବାରୁ 20,000 ଟଙ୍କାରୁ 25,000 ହଜାର ଟଙ୍କାରେ ସହଜରେ ବିକ୍ରି ହୋଇଯାଏ । କୋଲକାତା, ଚେନ୍ନାଇ ଏବଂ ଆନ୍ଧ୍ରପ୍ରଦେଶର ବ୍ୟବସାୟୀ ହୋଲସେଲରେ କେଶ କିଣନ୍ତି ।

ତାପରେ ଏହି କେଶ ବିଦେଶରେ ବିକ୍ରି ହୁଏ । ରିପୋର୍ଟ୍ ଅନୁଯାୟୀ, କୋଲକାତା ରୁ 90 ପ୍ରତିଶତ କେଶ ଚୀନରେ ବିକ୍ରି କରାଯାଏ । କୁହାଯାଏ ଯେ ଗୁଜୁରାଟର କେଶ ପାଇଁ ଅଧିକ ଡିମାଣ୍ଡ ରହିଥାଏ । ଏହାର କାରଣ ହେଉଛି ସେଠିକାର କେଶ ମଜବୁତ୍ ଏବଂ ଚକାଚକ୍ ହୋଇଥାଏ ।

କେଶର ବ୍ୟବହାର :-

ପାନିଆ ଦ୍ଵାରା ଝଡୁଥିବା କେଶକୁ ଟ୍ରାନ୍ସପ୍ଲାଣ୍ଟ କରିବା, ବିଗ୍ ତିଆରି କରିବାରେ ବ୍ୟବହାର କରାଯାଏ । ଝଡି ଯାଇଥିବା କେଶକୁ ସଫା କରି କେମିକାଲରେ ରଖାଯାଇଥାଏ । ତାପରେ ସିଧା କରି ବ୍ୟବହାର କରାଯାଏ । କେଶର କ୍ୱାଲିଟି ପାଇଁ ଅଲଗା ଅଲଗା ସର୍ତ୍ତ ରହିଛି, ଯେପରିକି କଟା ଯାଇଥିବା କେଶ ନ ହୋଇଥିବା ଉଚିତ୍ । କେଶ ପାନିଆ ଦ୍ବାରା ଝଡିଥିବ ଏବଂ ଏହାର ଲମ୍ବ 8 ଇଞ୍ଚରୁ ଯେପରି କମ୍ ହୋଇନଥିବ ।

Leave A Reply

Your email address will not be published.