କ୍ଷମା କରିଦିଅନ୍ତୁ… ମୁଁ ଜଣେ ଭଲ ଝିଅ ହୋଇପାରିଲି ନାହିଁ, ସୁସାଇଡ ନୋଟ ଲେଖି ଯୁବତୀ କଲେ ଆତ୍ମହତ୍ୟା

0

Get real time updates directly on you device, subscribe now.

ବିହାରର ମୂଜଫରପୁରରେ ଜଣେ ଛାତ୍ରୀଙ୍କ ଶବ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ମିଳିଲା । ଘଟଣାଟି କାଜି ମୋହମଦପୂର ଥାନା ଅଂଚଳର ଅଟେ, ଯେଉଁଠାରେ ଛାତ୍ରୀ ଗୋଟେ ଭଡ଼ା ଘରେ ରହୁଥିଲେ । ଯୁବତୀଙ୍କ ଶବ ପାଖରୁ ସୁସାଇଡ ନୋଟ ମଧ୍ୟ ଉଦ୍ଧାର କରାଯାଇଛି । ଘଟଣାର ସୂଚନା ମିଳିବା ମାତ୍ରେ ପୋଲିସ ଯାଞ୍ଚ୍ କରିବା ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଘଟଣାସ୍ଥଳରୁ ମିଳିଥିବା ସୁସାଇଡ ନୋଟ ଏବଂ ଅନ୍ୟ ପ୍ରମାଣକୁ ପୋଲିସ ନିଜ କବଜାକୁ ନେଇଛି । ଛାତ୍ରୀ 25 ବର୍ଷୀୟ ଥିଲେ । ସେ ପଶ୍ଚିମି ରମ୍ପରଣର ଭୈରଗଞ୍ଜ ଥାନାର ପରସୌନିର ବାସିନ୍ଦା ଅଟନ୍ତି ।

କୁହାଯାଉଛି ଯେ ଛାତ୍ରୀ ଜଣକ ଘରୁ ବିଇଡିର ଫର୍ମ ପୂରଣ କରିବାକୁ କହି ମୂଜଫରପୁରକୁ ଯାଇଥିଲେ । ଛାତ୍ରୀଙ୍କ ମା ପୋଲିସକୁ କହିଛନ୍ତି ଯେ ତାଙ୍କ ଝିଅ ମୂଜଫରପୁରରେ ରାମଦୟାଳୁ ନଗରରେ ନିଜ ଭାଇଙ୍କ ଭଡ଼ା ଘରେ ରହୁଥିଲେ । ଏହାବ୍ୟତୀତ ତାଙ୍କ ଭାଇଙ୍କ ପିଲା ମଧ୍ୟ ଏକାଠି ଏହି ପାଠ ପଢୁଥିଲେ । 2020 ମସିହାରେ ଲକଡାଉନ୍ ସମୟରେ ଭଡ଼ା ଘର ଖାଲି କରି ସମସ୍ତେ ଘରକୁ ଆସିଥିଲେ । କିନ୍ତୁ ଝିଅ ବେଳେବେଳେ ସେହି ଭଡ଼ା ଘରେ ଯାଇ ରହୁଥିଲା ।

ବିଇଡି ଫର୍ମ ପୂରଣ କରିବା କଥା କହି ଘରୁ ବାହାରିଥିଲେ :-

ସେ କହିଛନ୍ତି ଯେ ଝିଅ ବିଇଡି ଫର୍ମ ପୂରଣ କରିବା କଥା କହି ଘରୁ ବାହାରିଥିଲା । ଶୁକ୍ରବାର ଦିନ ପ୍ରାୟ ସାଢେ଼ ଗୋଟେ ସମୟରେ ଝିଅ ସହିତ ଫୋନରେ କଥା ହୋଇଥିଲା । ସେ କହିଲା ଯେ ଘର ମାଲିକଙ୍କ ଘରେ ପୂଜା ଅଛି । ଏହାପରେ ରାତିରେ ଘର ମାଲିକାଣୀ ଫୋନରେ କହିଲେ ଯେ ତାଙ୍କ ଝିଅ କଲ୍ ରିଶିଭ କରୁନି । ତାର ରୁମର କବାଟ ଭିତରୁ ବନ୍ଦ ଅଛି । ତାପରେ ସେ ମଧ୍ୟ କଲ୍ କଲେ, କିନ୍ତୁ ଝିଅ ଫୋନ୍ ଉଠାଇ ନଥିଲା । ଏହାପରେ ଘର ମାଲିକ ଘରଲୋକଙ୍କୁ ଭିଡିଓ କଲ କରି କବାଟ ଭାଙ୍ଗିଲେ, ଯେଉଁଠାରେ ଯୁବତୀ ଚୁନରୀରେ ଫାସ ପକାଇ ଫ୍ୟାନରେ ଝୁଲୁଥିଲା । ଘରଲୋକେ ଏହାର ସୂଚନା ପୋଲିସକୁ ଦେଲେ । ଘଟଣାସ୍ଥଳରେ ପହଂଚି ପୋଲିସ ଶବକୁ ତଳକୁ ଓହ୍ଲାଇଲା ।

ଏହି ମାମଲାରେ ପୋଲିସ ଦିଗମ୍ବର କୁମାର କହିଛନ୍ତି ଯେ ଛାତ୍ରୀଙ୍କ ଆତ୍ମହତ୍ୟାର ସୂଚନା ମିଳିଯାଇଥିଲା । ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ଯାଞ୍ଚ୍ କରିବାପରେ ଶବକୁ ପୋଷ୍ଟମର୍ଟମ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ପୀଡ଼ିତାଙ୍କ ମାଆଙ୍କ ବୟାନ ଉପରେ କେସ କରାଯାଇଛି । ଘଟଣାସ୍ଥଳରୁ ମିଳିଥିବା ପ୍ରମାଣ ଓ ଅନ୍ୟ ବିନ୍ଦୁ ଉପରେ ମାମଲାର ଯାଞ୍ଚ୍ ଜାରି ରହିଛି ।

କ୍ଷମା କରିଦିଅ ମତେ…

ଉଦ୍ଧାର କରାଯାଇଥିବା ସୁସାଇଡ ନୋଟରେ ଛାତ୍ରୀ ଲେଖିଛନ୍ତି, ” ସମସ୍ତେ ମତେ କ୍ଷମା କରିଦିଅ, ମୁଁ ମୋ ଜୀବନରେ ଖୁସିରେ ନାହିଁ । ମୁଁ ମରିବାକୁ ଚାହୁଁଛି । ଏଥିରେ କାହାର କିଛି ବି ଦୋଷ ନାହିଁ ଏବଂ ମୁଁ ଚାହୁଁଛି ପୋଲିସ ଏଥିରେ ମୁଣ୍ଡ ଭର୍ତ୍ତି ନ କରୁ । ଏଇଟା ମୋ ଜୀବନ ଥିଲା ଆଉ ମୁଁ ଏହାକୁ ଶେଷ କରୁଛି । ମୋ ପାଇଁ କାହାକୁ କାନ୍ଦିବାର କୌଣସି ଆବଶ୍ୟକ ନାହିଁ । ମୁଁ ଗୋଟେ ଭଲ ଝିଅ ହୋଇପାରିଲି ନାହିଁ । ମତେ କ୍ଷମା କରିଦିଅ… ।”

Leave A Reply

Your email address will not be published.